ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆନ୍ଧ୍ରର ବିଶାଖାପାଟନମ୍‌ରେ ବାତ୍ୟା ଲ୍ୟାଣ୍ଡଫଲ କରିବ- ଜେଟିଡବ୍ଳୁସି…

ଭୁବନେଶ୍ୱର, ୧୦/୦୫: ବାତ୍ୟା ଅସାନି ସମୁଦ୍ରରେ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡକୁ ମୁହାଁଇଛି । ହେଲେ ବାତ୍ୟାକୁ ନେଇ ଲାଗି ରହିଛି ଅନେକ ଦ୍ବନ୍ଦ ।ଲ୍ୟାଣ୍ଡଫଲ କରିବ ନାହିଁ ବୋଲି ଆଇଏମ୍‌ଡି କହିଥିବା ବେଳେ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଜେଟିଡବ୍ଳୁସି କିନ୍ତୁ ଭିନ୍ନ କଥା କହୁଛି । ଆସନ୍ତା ୨୪ଘଣ୍ଟାରେ ବାତ୍ୟା ଅସାନି ଦୁର୍ବଳ ହେବବୋଲି ଆଇଏମ୍‌ଡିର କହିଥିବା ବେଳେ,ଜେଟିଡବ୍ଳୁସିର ଆକଳନ ଅନୁଯାଇ,ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆନ୍ଧ୍ରର ବିଶାଖାପାଟନମ୍‌ରେ ବାତ୍ୟା ସ୍ଥଳଭାଗ ଛୁଇଁବ ।

ଆଜି ସନ୍ଧ୍ୟାରେ ଅସାନି ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବ। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ବାତ୍ୟା ଗତି କରୁଛି । ପୁରୀ ଠାରୁ ୫୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ଥିବା ବେଳେ ଗୋପାଳପୁର ଠାରୁ ୪୯୦ କିମି ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି । ସେପଟେ ବାତ୍ୟା ସମୟରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାନେଇ ବାରଣ ସତ୍ତ୍ୱେ, କିଛି ମତ୍ସ୍ୟଜୀବୀ ମାଛମାରିବାକୁ ଯାଉଥିବା ସୂଚନା ମିଳିବାରୁ କଡା ତାଗିଦ କରିଛନ୍ତି ଏସ୍ଆରସି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି କି ,ଏବେ ବାତ୍ୟା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଆଜି ମଧ୍ୟରାତ୍ରୀରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବ । ପରେ ଏହା ରିକର୍ଭ କରି ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରିବ । ବାତ୍ୟା ଲ୍ୟାଣ୍ଡଫଲ ନ କଲେ ମଧ୍ୟ ଉପକୂଳ ଓଡ଼ିଶାରେ ଆଜି ରାତିରୁ ଆରମ୍ଭ ହେବ ବର୍ଷା । ବାତ୍ୟା ଅସାନି ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ୭ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି ।

ଆସନ୍ତାକାଲି ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ପାଣିପାଗ ବିଭାଗ ଏସବୁ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାତ୍ୟା ଅସାନୀ ପ୍ରଭାବରେ କେମିତି ଅଛି ଭୁବନେଶ୍ୱର ? ତଳିଆ ଅଞ୍ଚଳ ବୁଲି ଦେଖିଲେ ବିଏମ୍‌ସି ମେୟର ସୁଲୋଚନା ଦାସ

Wed May 11 , 2022
ପ୍ରମୋଦ ନାୟକ(ଭୁବନେଶ୍ବର)୧୧।୦୫ : ବାତ୍ୟା ଅସାନୀ ପ୍ରଭାବରେ କେମିତି ଅଛି ଭୁବନେଶ୍ୱର, ରାଜଧାନୀରେ ବର୍ଷା ଜାରି ରହିଥିବାରୁ ସକାଳୁ ତଳିଆ ଅଞ୍ଚଳ ବୁଲି ଦେଖିଲେ ବିଏମ୍‌ସି ମେୟର ସୁଲୋଚନା ଦାସ । ବର୍ଷା ଲାଗି ରହିଲେ ତଳିଆ ଅଞ୍ଚଳରେ ପାଣି ଜମିବା ଭୁବନେଶ୍ୱର ବାସୀଙ୍କ ପାଇଁ ସବୁଦିନିଆ କଥା ।ହେଲେ ମେୟର ତଳିଆ ଅଂଚଳ ବୁଲି ଆସ୍ୱସ୍ଥି ପ୍ରକାଶ କରିଛନ୍ତି । ସୂଚନା ଅନୁଯାଇ, ବାତ୍ୟା ଅସାନୀ ପ୍ରଭାବରେ ମଙ୍ଗଳବାର […]

You May Like

Pin It on Pinterest