ବଧୁ ଆତ୍ମହତ୍ୟା ନା ହତ୍ୟା ?ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ…

ତ୍ରିନାଥ ବାରିକ(ସତ୍ୟବାଦୀ): ସତ୍ୟବାଦୀ ବ୍ଲକ୍ କେତକି ପାଟଣା ଗ୍ରାମରୁ ଆସିଲା ବଧୁ ହତ୍ୟା ଅଭିଯୋଗ।ଅଭିଯୋଗ ଆଣିଲେ ବଧୁ ର ପରିବାର ସଦସ୍ୟ। ସୂଚନା ମୁତାବକ କେତକିପାଟଣା ପଂଚାୟତ ବଡ଼ତୋଟା ଗ୍ରାମର ପ୍ରଫୁଲ୍ଲ କାଣ୍ଡି ଓ ପ୍ରମିଳା କାଣ୍ଡିଙ୍କ ଏକ ମାତ୍ର କନ୍ୟା ସତ୍ୟଭାମା କlଣ୍ଡି ବୈଦିକ ରିତିରେ ୭ ଜୁଲାଇ ୨୦୨୧ତାରିଖ ରେ ରାୟଖଣ୍ଡି ପଞ୍ଚାୟତ ଚକ୍ରପଡ଼ା ଗ୍ରାମର ପ୍ରିତବାସ ଓ ଅଲି ବେଜ ଙ୍କ ଏକ ମାତ୍ର ପୁଅ ବିଜୟ ବେଜ ଙ୍କୁ ୧ଲକ୍ଷ ଟଙ୍କା ଡାଉରୀ ଦେବା ସହିତ ଚେନ,ମୁଦି ଦେଇ ବୈଦିକ ରୀତିରେ ବିବାହ କରିଥିଲେ।ବିବାହ ର କିଛିଦିନ ଠିକ ଠାକ ଚାଲିଲା ପରେ ସମ୍ପର୍କ ରେ ଆସିଥିଲା ଫାଟ ।

କାରଣ ଥିଲା ସ୍ୱାମୀ ବିଜୟ ଙ୍କ ଅନ୍ୟତ୍ର ରସିକିୟା ପ୍ରୀତି।ଘଣ୍ଟା ଘଣ୍ଟା ଧରି ବିଜୟ ମୋବାଇଲରେ କାଟୁଥିଲେ ସମୟ।ସେଥିମଧ୍ୟରେ ଆରମ୍ଭ ହୋଇଥିଲା ସ୍ତ୍ରୀ ସତ୍ୟଭାମା ଙ୍କ ମନରେ ସନ୍ଦେହ।ବିଭିନ୍ନ ସମୟରେ ସତ୍ୟଭାମା କାହା ସହିତ ଏମିତି ଘଣ୍ଟା ଘଣ୍ଟା ଧରି କଥା ହେଉଛ ବୋଲି ପଚାରିବାରୁ।ବିଜୟ ବିଭିନ୍ନ ପ୍ରକାର ବାହାନା କରି କଥା କାଟି ଦେଉଥିଲା।ବିଜୟ ଙ୍କ କେତେବେଳେ ସାମାନ୍ୟ ଅନୁପସ୍ଥିତ ପାଇ ତାର ମୋବାଇଲ କୁ ଯାଞ୍ଚ କରିଥିଲା ସତ୍ୟଭାମା ଏବଂ ଅବଗତ ହୋଇଥିଲେ ନିଜ ସ୍ଵାମୀଙ୍କ ବାବଦରେ।ହୋଇଥିଲା କଥା କଟି ଏମିତିକି ସତ୍ୟଭାମା କୁ ଆକ୍ରମଣ କରିବାକୁ ପଛାଇ ନଥିଲେ ବିଜୟ।

ପରେ ପରେ କାମ କରିବାକୁ ଚେନ୍ନାଇ ଚାଲିଯାଇଥିଲେ ବିଜୟ।ଶେଷରେ ସତ୍ୟଭାମା ଏ ବାବଦରେ ଶାଶୁ ଶଶୁରଙ୍କୁ ଅବଗତ କରାଇଥିଲେ ଭି ସୁଫଳ ମିଳିନଥିଲା ତାଙ୍କୁ।ଶେଷରେ ସ୍ୱାମୀ ଙ୍କ ଅନୁପସ୍ଥିତି, ପରିବାର ସଦସ୍ୟଙ୍କ ଅସହଯୋଗ ସହିତ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ସତ୍ୟଭାମା।ଫଳରେ ହଟାତ ଗୋଟିଏ ଦିନ ସନ୍ଧ୍ୟା ରେ ସତ୍ୟଭାମା ଙ୍କ ବାପ ଘରକୁ ଶାଶୁ ଫୋନ କରି ଜଣାଇଲେ ତାଙ୍କ ଝିଅର ଝାଡ଼ାବାନ୍ତି ହେଉଛି ତୁରନ୍ତ ଆଶ।

ଶେଷରେ ପହଞ୍ଚିଥିଲେ ପରିବାର ସଦସ୍ୟ ଜଣାପଡିଲା କି ଝିଅ ପିଇଦେଇଛି କୀଟ ନାଶକ।ପ୍ରଥମେ ପୁରୀ ଡାକ୍ତର ଖାନା ଅବସ୍ଥା ସଙ୍କଟ ପର୍ଣ୍ଣ ହେବାରୁ ପରେ ପରେ ଏମ୍ସ କୁ ସ୍ଥାନାନ୍ତରିତ କରାଯାଇଥିଲା ।ଦୀର୍ଘ ସାତ ଦିନ ମୃତ୍ୟୁ ସହ ସଂଗ୍ରାମ କରି ଶେଷର ଜୀବନ ହରିଛନ୍ତି ସତ୍ୟଭାମା।ଏନେଇ ପରିବାର ସଦସ୍ୟ ଙ୍କ ପକ୍ଷରୁ ଶସୁର ଘର ପରିବାର ସଦସ୍ୟଙ୍କ ନାମରେ ବଧୁ ନିର୍ଯ୍ୟାତନା ସହ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରି ସତ୍ୟବାଦୀ ଥାନା ରେ ଏକ ଏତଲା ରୁଜ କରାଯାଇଛି।
ସତ୍ୟ ବାଦୀ ଥାନା ଅଧିକାରୀ ପୁଅ ର ମା ଅଲି ବେଜ ଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଛି ଅଧିକ ତଦନ୍ତ ପରେ ଏହାର ସତ୍ୟା ସତ୍ୟ ସମ୍ନା କୁ ଆସିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶେଷହେଲା ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ...

Wed May 11 , 2022
ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ରେ କଂଗ୍ରେସ, ବିଜେପି ଓ ବିଜେଡି ଦଳର ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି। ସବୁ ଦଳ ବିରାଟ ପଟୁଆରରେ ଯାଇ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ପ୍ରଥମେ ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ସେଠାରେ ପହଞ୍ଚି ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ଏଥିରେ […]

You May Like

Pin It on Pinterest