ବାତ୍ୟା ଅସାନୀ ପ୍ରଭାବରେ କେମିତି ଅଛି ଭୁବନେଶ୍ୱର ? ତଳିଆ ଅଞ୍ଚଳ ବୁଲି ଦେଖିଲେ ବିଏମ୍‌ସି ମେୟର ସୁଲୋଚନା ଦାସ

ପ୍ରମୋଦ ନାୟକ(ଭୁବନେଶ୍ବର)୧୧।୦୫ : ବାତ୍ୟା ଅସାନୀ ପ୍ରଭାବରେ କେମିତି ଅଛି ଭୁବନେଶ୍ୱର, ରାଜଧାନୀରେ ବର୍ଷା ଜାରି ରହିଥିବାରୁ ସକାଳୁ ତଳିଆ ଅଞ୍ଚଳ ବୁଲି ଦେଖିଲେ ବିଏମ୍‌ସି ମେୟର ସୁଲୋଚନା ଦାସ । ବର୍ଷା ଲାଗି ରହିଲେ ତଳିଆ ଅଞ୍ଚଳରେ ପାଣି ଜମିବା ଭୁବନେଶ୍ୱର ବାସୀଙ୍କ ପାଇଁ ସବୁଦିନିଆ କଥା ।ହେଲେ ମେୟର ତଳିଆ ଅଂଚଳ ବୁଲି ଆସ୍ୱସ୍ଥି ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାଇ, ବାତ୍ୟା ଅସାନୀ ପ୍ରଭାବରେ ମଙ୍ଗଳବାର ରାତିରୁ ଭୁବନେଶ୍ୱରରେ ବର୍ଷା ଲାଗି ରହିଛି । ଯାହାକୁ ନେଇ ମେୟର ସୁଲୋଚନା ଦାଶ ଭୁବନେଶ୍ୱରର ବିଭିନ୍ନ ତଳିଆ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ସାଙ୍ଗରେ ସ୍ଥାନୀୟ
କର୍ପୋରେଟର ଓ ବିଏମସିର ବିଭାଗୀୟ ଯନ୍ତ୍ରୀ ମଧ୍ୟ ରହିଛନ୍ତି।

ଆମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ଦାସ କହିଛନ୍ତି କି, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ସେଭଳି କୌଣସି ସ୍ଥିତି ଉପୁଜି ନାହିଁ। ପାଣି ଜମା ହୋଇନାହିଁ କି ଅସୁବିଧା ହୋଇନାହିଁ। ସମସ୍ତ ଅଞ୍ଚଳକୁ ମୁଁ ନିଜେ ବୁଲୁଛି ଏବଂ ବିଏମ୍‌ସି ଅଧିକାରୀ ବି ବୁଲି ଦେଖୁଛନ୍ତି। ସମ୍ବେଦନଶୀଳ ଜାଗାରେ ମୋଟର ପମ୍ପ ମହଜୁଦ ରହିଛି। ଯଦି ସମସ୍ୟା ହୁଏ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡ଼ା-ସମ୍ପତ୍ତି ଲୋଭରେ ମା’କୁ ହତ୍ୟା କଲା ପୁଅ ସହଯୋଗ କଲା ଜ୍ବାଇଁ...

Wed May 11 , 2022
ଆଶିଷ ନାୟକ(ରାଜକନିକା):୧୦।୦୫ -ସମ୍ପତ୍ତି ଲୋଭରେ ମା’କୁ ହତ୍ୟା କଲା ପୁଅ ଏମିତି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଧୀନ କନପୁର ଗାଁରେ ଏକ ଘଟିଛି । ମା’କୁ ହତ୍ୟା କରିବା ପରେ ତରବରିଆ ଭାବେ ମୃତଦେହକୁ ପୋଡ଼ି ଦେଇଛି ପୁଅ । ମୃତ ମହିଳା ହେଲେ ସ୍ୱର୍ଗତ ସୁଦାମ ବାରିକଙ୍କ ପତ୍ନୀ ଦୌପଦୀ ବାରିକ । ରାଜକନିକା ପୁଲିସ ଏହି ଘଟଣାର ଅଭିଯୋଗ ପାଇବା ପରେ […]

You May Like

Pin It on Pinterest