କେନ୍ଦ୍ରାପଡ଼ା-ସମ୍ପତ୍ତି ଲୋଭରେ ମା’କୁ ହତ୍ୟା କଲା ପୁଅ ସହଯୋଗ କଲା ଜ୍ବାଇଁ…

ଆଶିଷ ନାୟକ(ରାଜକନିକା):୧୦।୦୫ -ସମ୍ପତ୍ତି ଲୋଭରେ ମା’କୁ ହତ୍ୟା କଲା ପୁଅ ଏମିତି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଧୀନ କନପୁର ଗାଁରେ ଏକ ଘଟିଛି । ମା’କୁ ହତ୍ୟା କରିବା ପରେ ତରବରିଆ ଭାବେ ମୃତଦେହକୁ ପୋଡ଼ି ଦେଇଛି ପୁଅ । ମୃତ ମହିଳା ହେଲେ ସ୍ୱର୍ଗତ ସୁଦାମ ବାରିକଙ୍କ ପତ୍ନୀ ଦୌପଦୀ ବାରିକ । ରାଜକନିକା ପୁଲିସ ଏହି ଘଟଣାର ଅଭିଯୋଗ ପାଇବା ପରେ ସଂପୃକ୍ତ ଥିବା ୨ ଜଣକୁ ଗିରଫ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି ।ଅଭିଯୁକ୍ତ ଦୁହେଁ ମୃତକଙ୍କ ପୁଅ ଓ ଜ୍ୱାଇଁ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାଇ, ସୁଦାମ ବାରିକଙ୍କ ନାମରେ ମୁମ୍ବାଇରେ ଏକ ପ୍ଲଟ୍‌ ଅଛି,ଏହି ପ୍ଲଟ କୁ ପୁଅ ଏବଂ ଅନ୍ୟ ସମ୍ପର୍କୀୟମାନେ ବିକ୍ରି କରିବାକୁ ଚାହୁଁ ଥିବା ବେଳେ ବାଧକ ସାଜନ୍ତି ଦୌପଦୀ ୯ହତ୍ୟାକାରୀର ମା)ଏହା କଦାପି କରାଇ ଦେଇନଥିଲେ । ଫଳରେ ନିଜ ମା’ଦ୍ରୌପଦୀଙ୍କୁ ରାସ୍ତାରୁ ହଟାଇ ଦେଇ ପ୍ଲଟକୁ ବିକ୍ରି କରିବାକୁ ଚାହୁଁଥିବା ପୁଅ ସଞ୍ଜିବ ବାରିକ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଜଣାପଡ଼ିଛି ।

ଗୁଜରାଟରେ ରହୁଥିବା ସଞ୍ଜିବ ବାରିକ ହଠାତ ୪ ଦିନ ପୂର୍ବରୁ ରାତିରେ ଗାଁରେ ଆସି ପହଞ୍ଚିଥିଲା । ସେ ଏହି ପ୍ଲଟ୍‌ ବିକ୍ରିକୁ ନେଇ ମା’ ସହ ଗଣ୍ଡଗୋଳ କରିଥିଲା । ଆକ୍ରମଣରେ ମାତ୍ର ମୃତ୍ୟୁ ହୋଇଥିବା ଜାଣି କରି ପୁଣି ସେହି ରାତିରେ କୁଆଡ଼େ ପଳାଇଯାଇଥିଲା । ଏହା ପରେ ମାଆ ଫୋନ କୁ ରିଂ କରିଥିଲା ଏବଂ ଚଂଚକତା ସହ ପଡ଼ୋଶୀଙ୍କୁ ଫୋନ କରି ମାଆ କାହିଁକି ଫୋନ ଧରୁନି ବୋଲି ପଚାରିଥିଲା । ମା’ ପ୍ରାଣ ହରାଇଥିବା କଥା ପଡ଼ୋଶୀଙ୍କଠାରୁ ଶୁଣି ଗାଁକୁ ଆସି ଶବ ସତ୍କାର କରି
ପୁଣି ଫେରିଯାଇଥିଲା ।

ତେବେ ଏଭଳି ଘଟଣା ସମ୍ପର୍କରେ ଧୁଷୁରୀ ଅଞ୍ଚଳର ମୃତ ଦ୍ରୌପଦୀଙ୍କ ଭାଇ ତଥା ସଞ୍ଜିବର ମାମୁ ଧୁଷୁରୀ ଥାନାରେ ଅଭିଯୋଗ କରିବା ପରେ ସେଠାକାର ପୁଲିସ ରାଜକନିକା ଥାନାକୁ ଏ ସମ୍ପର୍କରେ ଜଣାଇଥିଲେ । ରାଜକନିକା ପୁଲିସ ଆଜି ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦ୍ରୋପଦୀଙ୍କ ସମ୍ପର୍କୀୟ ଜ୍ୱାଇଁକୁ ଅଟକ ରଖିବା ସହ ସନ୍ଧ୍ୟାରେ କନପୁର ଯାଇ ଅଭିଯୁକ୍ତ ପୁଅ ସଞ୍ଜିବକୁ ଧରିଆଣିଛି ।

ଏନେଇ ରାଜକନିକା ଥାନା ଆଇଆଇସି ବିଲ୍ୱମଙ୍ଗଳ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ପୁଅ ହତ୍ୟା କରିବା ପରେ ପୋଡ଼ି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ୨-୩ ଦିନ ମଧ୍ୟରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ପୁଅ ଓ ଜ୍ୱାଇଁଙ୍କୁ ଜେରା କରାଯାଉଛି । ଖୁବ୍‌ ଶୀଘ୍ର ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବଧୁ ଆତ୍ମହତ୍ୟା ନା ହତ୍ୟା ?ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ...

Wed May 11 , 2022
ତ୍ରିନାଥ ବାରିକ(ସତ୍ୟବାଦୀ): ସତ୍ୟବାଦୀ ବ୍ଲକ୍ କେତକି ପାଟଣା ଗ୍ରାମରୁ ଆସିଲା ବଧୁ ହତ୍ୟା ଅଭିଯୋଗ।ଅଭିଯୋଗ ଆଣିଲେ ବଧୁ ର ପରିବାର ସଦସ୍ୟ। ସୂଚନା ମୁତାବକ କେତକିପାଟଣା ପଂଚାୟତ ବଡ଼ତୋଟା ଗ୍ରାମର ପ୍ରଫୁଲ୍ଲ କାଣ୍ଡି ଓ ପ୍ରମିଳା କାଣ୍ଡିଙ୍କ ଏକ ମାତ୍ର କନ୍ୟା ସତ୍ୟଭାମା କlଣ୍ଡି ବୈଦିକ ରିତିରେ ୭ ଜୁଲାଇ ୨୦୨୧ତାରିଖ ରେ ରାୟଖଣ୍ଡି ପଞ୍ଚାୟତ ଚକ୍ରପଡ଼ା ଗ୍ରାମର ପ୍ରିତବାସ ଓ ଅଲି ବେଜ ଙ୍କ ଏକ ମାତ୍ର ପୁଅ […]

You May Like

Pin It on Pinterest