୧-କରୋନା ଅପଡେଟ: ଫ୍ରାନ୍ସରେ ପ୍ରଥମ ମୃତ୍ୟୁ – ବିଶ୍ୱରେ ୬୭ ହଜାର ଆକ୍ରାନ୍ତ।
୨-ଆଉ ଲାଗିବନି ଟ୍ରାଫିକ୍ ଜାମ, ଜାଭିୟରରୁ ପଟିଆ ଯାଏ ନୂଆ ରାସ୍ତା।ଆସନ୍ତା ୧୭ ବା ୧୮ ତାରିଖ ସୁଦ୍ଧା ଲୋକଙ୍କ ପାଇଁ ଏହି ନୂଆ ରାସ୍ତା ଖୋଲିବ।
୩-ବଲାଙ୍ଗିରରେ ମୋତିଲାଲ୍ ଓସୱାଲ କିସ୍ ଆବାସିକ ବିଦ୍ୟାଳୟକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୫ଶହ ଛାତ୍ରଛାତ୍ରୀ ରହି ପାଠ ପଢିବା ପାଇଁ ହୋଇଛି ବ୍ୟବସ୍ଥା।
୪-ଆଜି କେଜେରିଓ୍ବାଲଙ୍କ ଶପଥଗ୍ରହଣ, ଉପସ୍ଥିତ ରହିବେ ଶିକ୍ଷକ, ଡାକ୍ତର ଓ ସଫେଇ କର୍ମଚାରୀ।
୫-ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇ ଯାଇପାରିବେନି ଶିକ୍ଷକ।ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବୃୟାରୀ ୧୯ରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଚାଲିବ।ପରୀକ୍ଷା ଖାତାର ମୂଲ୍ୟାୟନ ମାର୍ଚ୍ଚ ୧୮ରୁ ଏପ୍ରିଲ ୧୦ତାରିଖ ମଧ୍ୟରେ ହେବ।
୬-ଇଞ୍ଜିନିୟରିଂ କଲେଜକୁ ପଡ଼ିଛି ଶନିଦଶା, ଖାଲି ପଡ଼ିଛି ୬୦% ଇଞ୍ଜିନିୟରିଂ ସିଟ୍।ମୋଟ ୩୧,୧୭୪ ସିଟ୍ ଥିବାବେଳେ ୧୯-୨୦ ଶିକ୍ଷା ବର୍ଷରେ ୧୧,୭୪୫ ସିଟ୍ରେ ନାମଲେଖା ହୋଇଛି ଏବଂ ୧୯,୪୨୯ଟି ଇଞ୍ଜିନିୟରିଂ ସିଟ୍ ଫାଙ୍କା ପଡିଛି।
୭-ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଜେଲ୍ ପଠାଇବା ପରେ ଏବେ ପୋଲିସ୍ କବଜାରେ ଅନୁପଙ୍କ ଡ୍ରାଇଭର।
୮-ଭୁବନେଶ୍ୱର:- E-ଟିକେଟ ଠକେଇ,ଭୁବନେଶ୍ୱରରୁ ଜଣେ ଗିରଫ,୭୦୦ ଇ ଟିକେଟ ଜବତ।
୯-ସମ୍ବଲପୁର ବିଶ୍ୱବିଦ୍ୟାଳୟ: ଲିକ ହୋଇନି କିନ୍ତୁ ସତର୍କତା ଦୃଷ୍ଟିରୁ ବିକଳ୍ପ ପ୍ରଶ୍ନପତ୍ରରେ ହେଲା ପରୀକ୍ଷା।
୧୦-ରାଜ୍ୟରେ ୫୯୫୦ ଜଣ ଭିକାରି, କଟକରେ ସବୁଠୁ ଅଧିକ ( ୧୦୬୦)।
୧୧-ଏଣିକି ଆଉ କୈାଣସି ବିଭାଗ ପାଇଁ କିଣାଯିବନି ନୂଆଗାଡି, ଖର୍ଚ୍ଚକାଟ ଉପରେ ଗୁରୁତ୍ୱ ଦେଲେ ରାଜ୍ୟ ସରକାର।
୧୨-ପୂର୍ବ ଶତୃତାକୁ କେନ୍ଦ୍ର କରି ବାଙ୍କୀରେ ଡବଲ ମର୍ଡର, ସରପଞ୍ଚଙ୍କ ସ୍ୱାମୀ ଓ ସହଯୋଗୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ।