ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ମେ ୨୬ରୁ ଜୁନ୍‌ ୨ ନାମାଙ୍କନ ଜୁନ୍‌ ୧୩ ତାରିଖରେ ଭୋଟ ଗ୍ରହଣ

ପ୍ରମୋଦ ନାୟକ(ଭୁବନେଶ୍ୱର): ୧୩/୦୫- ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସୁବାସ ସିଂହ କଟକ ମେୟର ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଖାଲିପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବ ।ମେ ୨୬ରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ଜୁନ୍‌ ୩ରେ ନାମାଙ୍କନ ଯାଞ୍ଚ କରାଯିବ । ୬ ତାରିଖ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରି ପାରିବେ ଆଶାୟୀ ପ୍ରାର୍ଥୀ । ଆବଶ୍ୟକ ହେଲେ ଜୁନ୍‌ ୧୩ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ଏହି ବିଜ୍ଞପ୍ତିରୁ ଜଣାପଡ଼ିଛି ।

ଜୁନ୍‌ ୧୩ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏ ଭୋଟ ଗ୍ରହଣ ହେବ,ଏବଂ ଅପରାହ୍ନ ୫ଟାରେ ଭୋଟ ଗଣତି କରାଯିବ ଉପନିର୍ବାଚନରେ ନିର୍ବାଚିତ ସଦସ୍ୟ ୨୦୨୬ ଏପ୍ରିଲ୍‌ ମାସ ପର୍ଯ୍ୟନ୍ତ ରାଜ୍ୟ ସଦସ୍ୟ ରହିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ପ୍ରାଣହାନୀ...

Fri May 13 , 2022
ଦୁଃଶାସନ ପୃଷ୍ଟି (ଭୁବନ):ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇଜଣଙ୍କ ମୃତ୍ୟୁ ।ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଠାରୁ କିଛି ଦୂର ରେ EW ରୋଡ଼ରେ ଏକ ସଡ଼କ ଦୁର୍ଘଟଣା ରେ ଦୁଇ ଜଣ ଙ୍କର ମୃତ୍ୟୁ ଘଟିଛି | ଖବର ଅନୁଯାଇ, ଏକ ବାଇକ ସହିତ ଟ୍ରକର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଯୁବକର ଢେଙ୍କାନାଳ ମେଡିକାଲ୍ ରେ ମୃତ୍ୟୁ ଘଟିଛି । ଦୁଇ […]

You May Like

Pin It on Pinterest