ଆଜିର ଖାସ୍ ଖବର

୧-ଅର୍ଥ କମିଶନଙ୍କ ସୁପାରିସ୍ : ପଞ୍ଚାୟତ ଓ ପୌର ସଂସ୍ଥାକୁ ମିଳିବ ୫୦ ହଜାର କୋଟି।

୨-ତିହିଡି: ବ୍ୟାଟେରୀରେ ଖେଳୁଥିବା ବେଳେ ଅଘଟଣ, ବିସ୍ଫୋରଣରେ ଚତୁର୍ଥ ଶ୍ରେଣୀ ଛାତ୍ରର ୩ଟି ଆଙ୍ଗୁଳି ନଷ୍ଟ।

୩-ନ୍ୟୁୟର୍କ:ବୈଜ୍ଞାନିକ ଚିନ୍ତିତ -ମହାକାଶରୁ ଆସୁଛି ରହସ୍ୟମୟ ରେଡିଓ ତରଙ୍ଗ।୫୦ କୋଟି ଆଲୋକ ବର୍ଷ ଦୂରରେ ଥିବା ଏକ ସ୍ପାଇରାଲ ଗାଲାକ୍ସିରୁ ଆସୁଛି ତରଙ୍ଗ।ପ୍ରତି ୧୬.୩୫ଦିନ ବ୍ୟବଧାନରେ ଏହି ତରଙ୍ଗ ପୃଥିବୀକୁ ଆସୁଛି।

୪-OUAT ପରିଦର୍ଶନ କଲେ ଭି.କେ ପାଣ୍ଡିଆନ୍‌, ଭିତ୍ତିଭୂମି ବିକାଶ ନେଇ ଅଧିକାରୀଙ୍କ ସହ କଲେ ଆଲୋଚନା ।

୫-ଓଡ଼ିଶାରେ ବଢ଼ିଛି ମୁଣ୍ଡପିଛା ଋଣ ୧୮ ହଜାରକୁ, ବିଧାନସଭାରେ ତଥ୍ୟ ରଖିଲେ ଅର୍ଥମନ୍ତ୍ରୀ।

୬-ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା : ମାଟ୍ରିକ୍‌ ପରୀକ୍ଷାକୁ ସମ୍ପୁର୍ଣ୍ଣ କପିମୁକ୍ତ କରିବା ସହ ପ୍ରଶ୍ନପତ୍ର ଲିକ୍ ନହେବା ଉପରେ ଅଧିକ ଗୁରୁତ୍ବ।

୭-ଫେବୃଆରୀ ୨୪ରେ ଭାରତୀୟ ବଜାରକୁ ଆସିବ ପ୍ରଥମ ୫ଜି ସ୍ମାର୍ଟଫୋନ ‘ରିଅଲମି ଏକ୍ସ୫୦ ପ୍ରୋ’।

୮-ଟ୍ରମ୍ଫଙ୍କ ଭାରତ ଆଗମନ ପୂର୍ବରୁ ପହଞ୍ଚିଲା ସୁରକ୍ଷା ବ୍ୟବସ୍ଥା, ଆସିଛନ୍ତି ୨୦୦ CIA ସ୍ନାଇପର।

୯-ପୁରୀ କଂଗ୍ରେସ ଭବନରେ ଦୁଇଗୋଷ୍ଠୀ ମାର୍‌ପିଟ; ଲୁହାରଡ ମାଡରେ ୩ ଛାତ୍ରନେତା ଗୁରୁତର ।

୧୦-କଳ୍ପନା ଦାସ ଓ ଝିଅ ବବଲି ହତ୍ୟା ଘଟଣା: ଅନୁପଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, କଳ୍ପନାଙ୍କ ବିଧବା ଭାଉଜଙ୍କୁ ନେବାକୁ ଆସିବେ ମହିଳା ପୋଲିସ।

୧୧-ଅଗଷ୍ଟ ୧୫ରୁ ଘରେ ମିଳିବ ସବୁ ସରକାରୀ ସେବା : ମୁଖ୍ୟମନ୍ତ୍ରୀ।

୧୨-ନୂଆ ଦିଲ୍ଲୀ:ମାର୍ଚ୍ଚ ୩ରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ନିର୍ଭୟା ଦୋଷୀ।ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟଙ୍କ ସାନି ଡେଥ୍ ୱାରେଣ୍ଟ ଜାରି ।

୧୩-ସର୍ବସମ୍ମତିକ୍ରମେ ବିଧାନସଭାରେ ପାରିତ ହେଲା ଓବିସି କମିସନ ସଂଶୋଧନ ବିଲ,ଓବିସିଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ବେକ୍ଷଣ କରିବେ କମିସନ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Feb 19 , 2020
୧-ନବୀନ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବଜେଟ୍‌, ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୨-ଆସନ୍ତା ୨୩ ତାରିଖରୁ ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା।୨୨ତାରିଖରେ କଟକର ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏହାର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ। ୩-୩ ଦଫା ଦାବୀରେ ଆଜିଠୁ ୨ଦିନିଆ ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା। […]

You May Like

Pin It on Pinterest