ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ପ୍ରାଣହାନୀ…

ଦୁଃଶାସନ ପୃଷ୍ଟି (ଭୁବନ):ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇଜଣଙ୍କ ମୃତ୍ୟୁ ।ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଠାରୁ କିଛି ଦୂର ରେ EW ରୋଡ଼ରେ ଏକ ସଡ଼କ ଦୁର୍ଘଟଣା ରେ ଦୁଇ ଜଣ ଙ୍କର ମୃତ୍ୟୁ ଘଟିଛି |

ଖବର ଅନୁଯାଇ, ଏକ ବାଇକ ସହିତ ଟ୍ରକର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଯୁବକର ଢେଙ୍କାନାଳ ମେଡିକାଲ୍ ରେ ମୃତ୍ୟୁ ଘଟିଛି । ଦୁଇ ଜଣ ସାଙ୍ଗ ବାହାଘର ପାଇଁ ଏକ ବାଇକ୍କ ଯୋଗେ ରମୂଳ ରୁ ପଳାସ ପିଠିଆ ଗୋଡ଼ା କୁ ଯାଉଥିବା ବେଳେ ଟ୍ରକ ସହିତ ଧକ୍କା ହେଇଥିଲା | ଫଳରେ ଏପରି ହୋଇଥିଲା | ପଲସର ନମ୍ବର OD 06 J 4399 | ଧକ୍କା ଦେଇଥିବା ଟ୍ରକ ନମ୍ବର OR 04 E 1005 ।ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ପ୍ରଥମେ ଆମ୍ବୁଲାନ୍ସରେ ମୃତ ଯୁବକଙ୍କ ପୋଷ୍ଟ ମଟମ ପାଇଁ ମେଡିକାଲ୍ ପଠାଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନିୟମକାନୁନର ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବା ଉଚିତ୍ -ଧର୍ମେନ୍ଦ୍ର ପ୍ରଧାନ

Sat May 14 , 2022
ଅନୁଗୋଳ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଜି ମୁହଁ ଖୋଲିଛନ୍ତି ।ନିୟମକାନୁନର ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବା ଉଚିତ୍ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ସେ କହିଛନ୍ତି କି,ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ମଠ, ମନ୍ଦିରର ଐତିହ୍ୟ ଓ ପରମ୍ପରା ଦୃଷ୍ଟିକୋଣରୁ ବିଶେଷ ମହତ୍ୱ ରହିଛି । ଏ ସବୁର ସୁରକ୍ଷା ପାଇଁ ଭାରତ ସରକାରଙ୍କ ବ୍ୟବସ୍ଥିତ ନିୟମ ରହିଛି […]

You May Like

Pin It on Pinterest