ନିୟମକାନୁନର ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବା ଉଚିତ୍ -ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଜି ମୁହଁ ଖୋଲିଛନ୍ତି ।ନିୟମକାନୁନର ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବା ଉଚିତ୍ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।

ସେ କହିଛନ୍ତି କି,ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ମଠ, ମନ୍ଦିରର ଐତିହ୍ୟ ଓ ପରମ୍ପରା ଦୃଷ୍ଟିକୋଣରୁ ବିଶେଷ ମହତ୍ୱ ରହିଛି । ଏ ସବୁର ସୁରକ୍ଷା ପାଇଁ ଭାରତ ସରକାରଙ୍କ ବ୍ୟବସ୍ଥିତ ନିୟମ ରହିଛି । ରାଜ୍ୟ ସରକାରମାନେ ଏହାକୁ ପାଳନ କରିବା ଉଚିତ୍ । ଶ୍ରୀମନ୍ଦିରର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟୀକରଣ ନେଇ କାହାର ଆପତ୍ତି ନାହିଁ । ମାତ୍ର ବିଗତ କିଛି ଦିନ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆସୁଥିବା ଖବର ଚିନ୍ତାଜନକ।

ଶ୍ରୀମନ୍ଦିର ପାର୍ଶ୍ୱବର୍ତୀ ଅଂଚଳରୁ ଯେଉଁଭଳି ହଜାର ହଜାର ବର୍ଷ ତଳର ପୁରାତନ ମୂର୍ତ୍ତି ଓ ଅନ୍ୟାନ୍ୟ କୀର୍ତ୍ତିରାଜି ମିଳୁଛି, ସେ ସବୁ ଅଣଦେଖା କରି ପରିକ୍ରମା ଯୋଜନାରେ ଆଧୁନିକୀକରଣ କହିବା ଉଚିତ୍ ନୁହେଁ । ଜଣେ ଜଗନ୍ନାଥ ଭକ୍ତ ଓ ଓଡ଼ିଆ ସଂସ୍କୃତିର ଅନୁଯାୟୀ ଭାବେ ପ୍ରବନ୍ଧକ ମାନଙ୍କ ଠାରୁ ନିୟମକାନୁନ ପରିଧିରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟୀକରଣ ହେବା ମୋର ଅପେକ୍ଷା ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡ଼ା ପ୍ରାଣୀ ଚିକିତ୍ସା ସେବାରେ ଦୁର୍ନୀତିର ଗନ୍ଧ ବର୍ଷ ବର୍ଷ ଧରି ପ୍ରାଣୀ ଚିକିତ୍ସାଳୟରେ ଝୁଲୁଛି ତାଲା...

Sat May 14 , 2022
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା):ବର୍ଷ ବର୍ଷ ଧରି ପ୍ରାଣିଚିକିତ୍ସାଳୟରେ ଝୁଲୁଛି ତାଲା । ହେଲେ ବାହାରେ ରଙ୍ଗମଖା ଚାଲିଛି ।ଏଲ୍ ଆଇ ଘରେ ବସି ନେଉଛନ୍ତି ଦରମା ।ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କ ଚିକିତ୍ସା ଯୋଗାଇ ଦେବାକୁ ସରକାର ପ୍ରାଣୀଧନ ଚିକିତ୍ସାଳୟ ଖୋଲିଛନ୍ତି । ହେଲେ ସେହି କାର୍ଯ୍ୟାଳୟ ବର୍ଷ ବର୍ଷ ଧରି ତାଲା ଝୁଲୁଥିବାରୁ ଗୃହପାଳିତ ପଶୁଙ୍କ ଚିକିତ୍ସାଳୟରୁ ଦୂରେଇ ରହୁଥିବା ଦେଖିବାକୁ ମିଳିଛି । ସେହି ସ୍ଥାନରେ ଏଲ୍ […]

You May Like

Pin It on Pinterest