ଇନ୍ଦିରାଗାନ୍ଧୀ ସ୍ମାରକୀ ପାଠାଗାର ଆନୁକୂଲ୍ୟରେ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ …

ପ୍ରମୋଦ ନାଏକ(ଭୁବନେଶ୍ୱର):ଆଜି ଭୁବନେଶ୍ୱର ୟୁନିଟ ୯ ସ୍ୱାଧୀନତା ସଂଗ୍ରାମୀ ସଦନ ବୈକୁଣ୍ଠ ସାରଣୀ ସଭାଗୃହ ରେ ଇନ୍ଦିରାଗାନ୍ଧୀ ସ୍ମାରକୀ ପାଠାଗାର ଆନୁକୂଲ୍ୟରେ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି ଆଲୋଚକ୍ର କୁ ମୁଖ୍ୟଅତିଥି ଐତିହାସିକ ଗବେଷକ ଓ ଇଣ୍ଟାକ ର ସଭ୍ୟ ଡ.ଅନିଲ ଧିର ଯୋଗ ଦେଇ ଉଦଘାଟନ କରିଥିଲେ।

ଆଲୋଚନା ଚକ୍ର ରେ ସ୍ୱାଗତ ଭାଷଣ ଶିକ୍ଷାବିତ ପ୍ରଫେସର ଉପେନ୍ଦ୍ର ପାଢ଼ୀ ପ୍ରଦାନ କରିଥିଲେ।ଆଜିର ଏହି ଆଲୋଚନାଚକ୍ର ରେ ଶ୍ରୀ ମନ୍ଦିର ପରିକ୍ରମା ଓ ବିବାଦ ସମ୍ପର୍କରେ ଆଲୋଚନା କରାଯାଇଥିଲା।ମୁଖ୍ୟ ଅତିଥି ଡ଼. ଧିର ଶ୍ରୀ ମନ୍ଦିର ପରିକ୍ରମା ଓ ବିବାଦ ଓ ଆଭିମୁଖ୍ୟ କଣ ସେ ସମ୍ପର୍କରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ।ସେ କହିଲେ ଏ ମନ୍ଦିର ର ନିର୍ମାତା କିଏ ବୋଲି ପ୍ରଶ୍ନ କଲେ ସରକାର ଆସିବ ଯିବ କିଏ ମନ୍ଦିର ର ସୁରକ୍ଷା ଦେଉଛି।ମେଘନାଦ ପାଚେରୀ ପୁନଃବାର ନିର୍ମାଣ କରାଯାଇଥିଲା।

ବର୍ତ୍ତମାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ହେଲେ ଶ୍ରୀମନ୍ଦିର ପ୍ରତି ବିପଦ ଅଛି ଏସମ୍ପର୍କରେ ଇଣ୍ଟାକ ରାଜ୍ୟ ସରକାର ଙ୍କୁ ଏହି ପରିକ୍ରମା ପ୍ରକଳ୍ପ ବନ୍ଦ କରିବା ପାଇଁ ଚିଠି କରିଥିଲେ। ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ମନ୍ଦିର ପ୍ରତି ବିପଦ ଅଛି।ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ପ୍ରକଳ୍ପ କୁ ବନ୍ଦ କରିବା ଆବଶ୍ୟକ ।ମନ୍ଦିର ଏକ ଡିଗ୍ରୀ ଦବିଗଲେ ମନ୍ଦିର ଭୁଶୁଡି ଜୀବ।ମତେ ମୁଖ୍ୟମନ୍ତ୍ରୀ ଙ୍କ ସହ ୧୦ ମିନିଟ ସାକ୍ଷାତ ପାଇଁ ଅନୁମତି ଦେଲେ ମୁଁ ମୁଖ୍ୟମନ୍ତ୍ରୀ ଙ୍କୁ ଏହି ପ୍ରକଳ୍ପ ହେବା ଦ୍ୱାରା ଶ୍ରୀ ମନ୍ଦିର ର କଣ କ୍ଷତି ହେବ ମୁଁ ବୁଝେଇ ପାରିବି।

ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ବକ୍ତା ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର ପରିଡା ଯୋଗ ଦେଇ ଶ୍ରୀ ମନ୍ଦିର ପରିକ୍ରମା ସମ୍ପର୍କରେ କହିଲେ ଶ୍ରୀ ମନ୍ଦିର ପରିକ୍ରମା ବିବାଦ ରାଜ୍ୟ ସରକାର ଙ୍କ ଦ୍ଵାରା ସୃଷ୍ଟି।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବହୁ ବାଦ ବିବାଦ ମଧ୍ୟରେ ବିଧାନସଭା ରେ ଆଲୋଚନା ହୋଇଥିଲା ବାଚସ୍ପତି ଶ୍ରୀମନ୍ଦିର ସ୍ଥିତି କୁ ପରଖି ବା ପାଇଁ ଏକ ଗୃହ କମିଟି ଗଠନ କରି ଥିଲେ ।

କମିଟି ଏ ପର୍ଯ୍ୟନ୍ତ ଶ୍ରୀ ମନ୍ଦିର ପ୍ରକଳ୍ପ ସ୍ଥଳୀ କୁ ଯାଇନାହିଁ ସବୁଠାରୁ ଦୁର୍ଭାଗ୍ୟ ର ବିଷୟ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କିଛି ଦିନ ତଳେ କହିଲେ ରାଜନୀତି ସରୁ ଆମ କମିଟି ଜୀବ।ତାହା ର ଅର୍ଥ କଣ ଓଡ଼ିଆ ଲୋକଙ୍କ କଣ ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କରେ କହିବା ରାଜନୀତି ।ବାଚସ୍ପତି କାହା ଚାପ ରେ।ପୁରୀ ସାଂସଦ ପିନାକୀ ମିଶ୍ର ଲୋକସଭା ରେ କହିଲେ ୪ଗୋଟି ଶୌଚାଳୟ ନିର୍ମାଣ ହେଉଛି ସର୍ବତ୍ର ଆଲୋଚନା ହେଉଛି।ଏସାଇ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଅନୁମତି ଦେଇନାହିଁ ରାଜ୍ୟ ସରକାର ଉକ୍ତ ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର କରୁଛନ୍ତି ତାହା ନକରିବା ଆବଶ୍ୟକ।

ଶ୍ରୀମନ୍ଦିର ଓଡ଼ିଆ ର ଭାବବେଗ ସହ ଜଡିତ ଏହା କୁ ନେଇ ରାଜନୀତି କରାନଯାଉ।ଅନ୍ୟତମ ଅତିଥି ଭାବେ ଶ୍ରୀ ମନ୍ଦିର ସେବାୟତ ତଥା ଗବେଷକ ରଜତ ପତିହାରି ଯୋଗଦେଇ କହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଠିକ ରେ ଚାଲିଛି ଏହା କୁ ବିରୋଧ କରିବା ଠିକ ନୁହେଁ।ରାଜ୍ୟ ସରକାର ବିଶେଷଜ୍ଞ ଙ୍କ ଦ୍ୱାରା ବିଚାର ବିମସ କରି ଏହା କରୁଛନ୍ତି ।କିପରି ପୁରୀ କୁ ବିଶ୍ୱ ସ୍ତରୀୟ କରିବେ ।

ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମ ରେ ବହୁ ବୁଦ୍ଧିଜୀବି ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ।ପରିଶେଷରେ ଅନୁଷ୍ଠାନ ସଭ୍ୟ ସାମ୍ବାଦିକ ଗୋୖତମ ମିଶ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି କହିଥିଲେ ଆନୁଷ୍ଠାନ ପକ୍ଷରୁ ଅନୁଷ୍ଠାନ ପ୍ରାଙ୍ଗଣରେ ପ୍ରତି ମାସ ଦ୍ଵିତୀୟ ଶନିବାର ଭିନ୍ନ ଭିନ୍ନ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ତେଣୁ ସମସ୍ତେ ଏହି ଆଲୋଚନା ଚକ୍ର ରେ ଯୋଗ ଦେବାକୁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୧୯ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟିହେବ ଆଉ ଏକ ଲଘୁଚାପ....

Sun May 15 , 2022
ଭୁବନେଶ୍ୱର,୧୫/୦୫: ଗୋଟିଏ ଲଘୁଚାପର ଭୟ ଲୋକଙ୍କ ମନରୁ ଲିଭି ନଥିବାବେଳେ,ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଦାନାବାନ୍ଧୁଛି ଆଉ ଏକ ଲଘୁଚାପ । ପାଣିପାଗ ବିଭାଗ ଲଘୁଚାପ ସୃଷ୍ଟିହେବା ନେଇ ଅନୁମାନ କରିଛି ।ଏହି ଲଘୁଚାପ ଚଳିତ ମାସ ୧୯ ସୁଦ୍ଧା ସୃଷ୍ଟି ହୋଇପାରେ । ପାଣିପାଗ ବିଭାଗ ଆକଳନ ଅନୁଯାଇ,ଲଘୁଚାପ ପ୍ରଭାବରେ ମୌସୁମୀ ବାୟୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଅଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଓ ଏହାର ନିକଟବର୍ତ୍ତୀ […]

You May Like

Pin It on Pinterest