
ଭୁବନେଶ୍ୱର,୧୫/୦୫: ଗୋଟିଏ ଲଘୁଚାପର ଭୟ ଲୋକଙ୍କ ମନରୁ ଲିଭି ନଥିବାବେଳେ,ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଦାନାବାନ୍ଧୁଛି ଆଉ ଏକ ଲଘୁଚାପ । ପାଣିପାଗ ବିଭାଗ ଲଘୁଚାପ ସୃଷ୍ଟିହେବା ନେଇ ଅନୁମାନ କରିଛି ।ଏହି ଲଘୁଚାପ ଚଳିତ ମାସ ୧୯ ସୁଦ୍ଧା ସୃଷ୍ଟି ହୋଇପାରେ ।
ପାଣିପାଗ ବିଭାଗ ଆକଳନ ଅନୁଯାଇ,ଲଘୁଚାପ ପ୍ରଭାବରେ ମୌସୁମୀ ବାୟୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଅଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଓ ଏହାର ନିକଟବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଛୁଇଁବ । ସେପଟେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ୧୯ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହେବାକୁ ଯାଉଥିବା ଲଘୁଚାପ ମୌସୁମୀ ସକ୍ରିୟ କରିବା ନେଇ ମଧ୍ୟ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ।



