ଚାନ୍ଦବାଲି ଜୋରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ସାଙ୍ଗଠନିକ କର୍ମଶାଳା…

ଦେଵକାନ୍ତ ମହାନ୍ତି(ଚାନ୍ଦବାଲି): ୧୫//୦୫//୨୦୨୨ ।ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଚଡଦିଆ ରେଡକ୍ରସ ଭବନ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚାନ୍ଦବାଲି ଜୋନ ପକ୍ଷରୁ ଏକ ସାଙ୍ଗଠନିକ କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଯାଇଛି |

ଉକ୍ତ ବୈଠକରେ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ଓ ରାଜ୍ୟ ସହ ସମ୍ପାଦକ ପ୍ରଶାନ୍ତ ମିଶ୍ର ଜିଲ୍ଲା ସମ୍ପାଦିକ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ସହ ସମ୍ପାଦକ ଓ ସ୍ବାଭିମାନୀ ସାଥି ଗଣ ଉପସ୍ଥିତ ରହି ଆଗାମି ଦିନରେ ଚାନ୍ଦବାଲି ରେ କିପରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନିଜର ଆଗଧାଡିର ସଙ୍ଗଠାନିକ ନେତୃବୃନ୍ଦ ମାନଙ୍କୁ ନେଇ ସଙ୍ଗଠନକୁ ସୁଦୃଢ କରିବ ଓ ରାଜ୍ୟ ସରକାରଙ୍କ ର ଜନ ମାରଣ ନୀତି ଓ ଭ୍ରଷ୍ଟାଚାର, ଦୁର୍ନୀତି, ଅତ୍ଯାଚାର ବିରୋଧରେ କିପରି ଲଢେଇ କରି ସାଧାରଣ ଗରିବ ଖଟିଖିଆ ଲୋକ ମାନଙ୍କୁ କିପରି ନ୍ଯାୟ ପ୍ରଦାନ କରିବ ସେ ବିଷୟରେ ନିମନ୍ତ୍ରିତ ଅତିଥିମାନେ ଅଭିଭାଷଣ ରଖିଥିଲେ |

ବୈଠକରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଚାନ୍ଦବାଲି ଜୋନ ସଭାପତି ବଳରାମ ମିଶ୍ର, ଆଗଧାଡିର ସାଥି ସଞ୍ଜୟ ଓଝା, ଗଦାଧର ପଣ୍ଡା, ଭାଗୀରଥି ରାଉତ, ଯୟପ୍ରକାଶ ମହାନ୍ତି, ସୁଲୋଚନା ମହାଳିକ, ବ୍ରହ୍ମାନନ୍ଦ ସେଠୀ, ସୁରେନ୍ଦ୍ର ସେଠୀ, ଭକ୍ତହରି ମିଶ୍ର, ସୁଶାନ୍ତ ମହାନ୍ତି, ଚାନ୍ଦବାଲି ଜୋନ ର ସେକ୍ରେଟାରୀ ଅନନ୍ତ ମହାନ୍ତି, ରମେଶ ଜେନା ଓ ବହୁ ଛାମୁଆ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦମ୍ଭୋକ୍ତି ବ୍ରଜରାଜନଗର ଉପନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟ୍ ଜିତିବେ ବିଜେଡି ପ୍ରାର୍ଥୀ....

Sun May 15 , 2022
ଝାରସୁଗୁଡ଼ା ୧୫।୦୫: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦମ୍ଭୋକ୍ତି, ବ୍ରଜରାଜନଗର ଉପନିର୍ବାଚନରେ ୫୦ ହଜାରରୁ ଅଧିକ ଭୋଟ୍ ରେ ଜିତିବେ ବିଜେଡି ପ୍ରାର୍ଥୀ। ପଞ୍ଚାୟତ ଓ ପୌର ନିର୍ବାଚନରେ ବ୍ରଜରାଜନଗର ନିର୍ବାଚନମଣ୍ଡଳବାସୀ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ ଯୋଗୁଁ ପୁଣି ଥରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀବାସୀ ବିଜେଡି ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ […]

You May Like

Pin It on Pinterest