ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା -ସେଥିରେ ୫ କେନ୍ଦ୍ର ମନ୍ତ୍ରୀ

ପ୍ରମୋଦ ନାୟକ(ଭୁବନେଶ୍ଵର): ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇ ସାରିଛି। ଏବେ ପ୍ରଚାର ପାଇଁ ସଳବାଜ ହେଲେଣି ଦଳ ତଥା ପ୍ରାର୍ଥୀଙ୍କ ସମର୍ଥକ ।ଏବେ ସରଗରମ ହେବ ବ୍ରଜରାଜ ନଗର ରାଜନୀତି । କମ୍ପିବ ବ୍ରଜରାଜନଗର ମଇଦାନ। ଛୁଟିବ ନେତାଙ୍କ ସୂଅ। ଏହି ପରିପେକ୍ଷୀରେ ବିଜେପି ତାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ସଭାପତି ସମୀର ମହାନ୍ତିଙ୍କ ସହ ୫ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି।

ପ୍ରଚାର ତାଲିକାରେ ସଭାପତି ସମୀର ମହାନ୍ତିଙ୍କ ସହ ପାଞ୍ଚ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ପ୍ରହ୍ଲାଦ ଯୋଶୀ, ଅଶ୍ଵିନ ବୈଷ୍ଣବ ଏବଂ ବିଶେଶ୍ଵର ଟୁଡୁଙ୍କ ସହ ବରିଷ୍ଠ ନେତା ଜୁଏଲ ଓରାମ, ଓଡିଶା ରାଜ୍ୟ ପ୍ରଭାରୀ ଡ.ପୁରନ୍ଦେଶ୍ଵରୀ,ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ ଅଛନ୍ତି। ଉଲ୍ଲେଖନୀୟ ବ୍ରଜରାଜନଗର ଉପ ନିର୍ବାଚନରେ ବିଜେପି ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିନିକା ପୋଲିସ୍ ର ମେଗା ରକ୍ତଦାନ ଶିବିର...

Sun May 15 , 2022
ବିନିକା(ନମୋଗୁରୁ ହୋତା):୧୫/୦୫/୦୨୨। ସୁବର୍ଣପୁର ଜିଲ୍ଲା ପୋଲିସ ଆନୁକୁଲ୍ୟରେ ମେଗା ରକ୍ତଦାନ ଶୀବିର ଆୟୋଜିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ର ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ଙ୍କ ନିର୍ଦ୍ଦେଶ ରେ ବିନିକା ଥାନା ପରିସର ରେ ଏହି ହୋଇଥିଲା ମେଗା ରକ୍ତଦାନ ଶୀବିର ଅନୁଷ୍ଠିତ ହୋଇଥିଲା । ଏଥୀରେ ୧୬୨ ରୁ ଉର୍ଦ୍ଧ୍ବ ରକ୍ତ ଦାତା ରକ୍ତ ଦାନ କରିଥିଲେ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ […]

You May Like

Pin It on Pinterest