
ବିନିକା(ନମୋଗୁରୁ ହୋତା):୧୫/୦୫/୦୨୨। ସୁବର୍ଣପୁର ଜିଲ୍ଲା ପୋଲିସ ଆନୁକୁଲ୍ୟରେ ମେଗା ରକ୍ତଦାନ ଶୀବିର ଆୟୋଜିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ର ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ଙ୍କ ନିର୍ଦ୍ଦେଶ ରେ ବିନିକା ଥାନା ପରିସର ରେ ଏହି ହୋଇଥିଲା ମେଗା ରକ୍ତଦାନ ଶୀବିର ଅନୁଷ୍ଠିତ ହୋଇଥିଲା ।
ଏଥୀରେ ୧୬୨ ରୁ ଉର୍ଦ୍ଧ୍ବ ରକ୍ତ ଦାତା ରକ୍ତ ଦାନ କରିଥିଲେ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶୀବୀର କୁ ଉଦ୍ଘାଟନ କରିଥିଲେ, ବିନିକା ଅଞ୍ଚଳ ର ସାମାଜିକ ଅନୁଷ୍ଠାନ ବଜରଙ୍ଗ ଦଳ, ଡ୍ରାଇଭର ମହାସଂଘ, ହେଲ୍ପ ଟୁ ଅଦର। ବିନିକା ସାମ୍ବାଦିକ ସଂଘ, ବାଉସୁଣି ୟୁବକ ମହାସଂଘ, ପର୍ଶୁରାମ ସେନା, ମାନବ କଲ୍ୟାଣ ସମିତୀ। ପ୍ରମୁଖ ସାମାଜିକ ସଂଗଠନ ସହାୟତା କରିଥିଲେ। ଜିଲ୍ଲା ର କୌଣସି ରୋଗୀ ଙ୍କୁ ରକ୍ତ ର ଯେପରି ଅଭାବ ନ ହେବ ।
ସେହି ଉଦେଶ୍ୟରେ ଏ ରକ୍ତ ଦାନ ଶୀବିର ଆୟୋଜିତ କରାଯାଇଥିଲା। ବିନିକା ଥାନା ର ଭାରପ୍ରାପ୍ତ ଥାନା ଅଧୀକାରି ପବିତ୍ର କୁମାର ସାହୁ, କୃଷ୍ଣଚନ୍ଦ୍ର ମେହେର,ପ୍ରମିଲା ମରେଇ, ସୁଜାତା ବୁଡେକ୍ ,ମହେନ୍ଦ୍ର ବରିହା, ଗୃହରକ୍ଷୀ ସୁଧାଂଶୁ ପୁଝାରୀ , ରିଙ୍କି ବେହେରା,ଗିତାଞ୍ଜଳି ଦୀପ ପ୍ରମୁଖ ସହାୟତା କରିଥିଲେ ।
ବ୍ଲଡ ବ୍ୟାଙ୍କ୍ ଅଧିକାରୀ- ଡାକ୍ତର ଅଭିଷେକ ଦେହେରି, ଡାକ୍ତର ଜଗନ୍ନାଥ ବେହେରା, ମଣ୍ଟୁ ପ୍ରଧାନ, ଦେବାଶିଷ ମିଶ୍ର, ଜନକ ବେହେରା, ପୂର୍ଣ୍ଣ ଭୋଇ, ସୁବାସ ପଣ୍ଡା, ଜଗତ ଦୱାନ, ଟଙ୍କଧର କୁନୋର, ତଥା ବୁର୍ଲା ଓ ସୋନପୂର୍ ରକ୍ତ କେନ୍ଦ୍ର ର ଅଧିକାରୀ ମାନେ ରକ୍ତ ସଂଗ୍ରହ କରିଥିଲେ ।