
ପ୍ରମୋଦ ନାୟକ(ଭୁବନେଶ୍ୱର) ୧୬।୦୫ :ବିଏମ୍ସି ସଫେଇ କର୍ମଚାରୀ ଘେରିଲେ ସହିଦ ନଗର ଥାନା । ଜଣେ ମହିଳା ସଫେଇ କର୍ମଚାରୀଙ୍କୁ ସ୍ଥାନୀୟ ବାସିନ୍ଦା ମାଡ ମାରିବା ଅଭିଯୋଗରେ ଥାନା ଘେରାଉ କରାଯାଇଛି ।
ସୂଚନା ଅନୁଯାଇ, ସୋମବାର ସକାଳ ସମୟରେ ମହିଳା ସଫେଇ କର୍ମଚାରୀ ୩୧ ନମ୍ବର ୱାର୍ଡରେ ନିଜର କାର୍ଯ୍ୟ କରୁଥିଲେ । ଠିକ୍ ଏହି ସମୟରେ ସେଠାକାର ଜଣେ ବାସିନ୍ଦା ମହିଳା କର୍ମଚାରୀଙ୍କ ଉପରକୁ ଅଳିଆ ପକାଇଥିଲେ । ମହିଳା ସଫେଇ କର୍ମଚାରୀ ଜଣଙ୍କ ଉପରୁ ମଇଳା ନଫୋଫାଡି ତଳେ ରଖିବାକୁ କହିଥିଲେ ।
ଏଥିରେ ଉତକ୍ଷିପ୍ତ ହୋଇ ମହିଳା ଜଣଙ୍କ(ବାସିନ୍ଦା) ସଫେଇ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହେଇଛି । ଏହି ଘଟଣା ପରେ ସମସ୍ତ ସଫେଇ ମହିଳା କର୍ମଚାରୀ ସହଦିନଗର ଥାନା ଘେରାଉ କରିଛନ୍ତି ।