ଇଏ ବି’ଜଣେ ମାଆ, ଝିଅ ପାଇଁ ୩୦ ବର୍ଷ ହେଲା ପୁରୁଷ ବେଶରେ…

ମାଆ ବାପା ସନ୍ତାନ ପାଇଁ କେତେ କଷ୍ଟ ସହନ୍ତି,କୌଣସି ପୁଅ ଝିଅ କେବେ ବୁଝାନ୍ତୁ କି ନ’ବୁଝାନ୍ତୁ ସେଥିରେ କେବେ ଅବସୋସ କରିବାର କେହି ଦେଖିନି ବାପା ମାଆ ମାନଙ୍କୁ ।ପୁଅ ଝିଅଙ୍କୁ ମଣିଷ କରିବାକୁ ବାପା, ମା’ କେତେ କଷ୍ଟ ସହନ୍ତି ତାକୁ କଳିବାକୁ ବୋଧହୁଏ କାହାରି ପାଖରେ ଭାଷା ନାହିଁ । ତାହା କେବଳ ସେହିମାନେ ନିଜେ ହିଁ ଜାଣନ୍ତି । ଏମିତି ଜଣେ ମହିଳା ନିଜ ଝିଅକୁ ପାଳିପୋଷି ବଡ କରିବା ପାଇଁ କିପରି ବଳିଦାନ ଦେଇଛନ୍ତି ତାହା ଜାଣିଲେ ଆପଣ ନୁହନ୍ତି ସାରା ଦୁନିଆ ଆଶ୍ଚର୍ଯ୍ୟ ଚକିତ ହୋଇଯିବ ।ସେ ନିଜକୁ ତିଳ ତିଲକରି ଜାଳି ନାରୀ ହୋଇବି ୩୦ ବର୍ଷ ଧରି ପୁରୁଷ ବେଶରେ ରହିଥିବା ଜଣାପଡିଛି ।

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ ୩୦ ବର୍ଷ ଧରି ପୁରୁଷ ବେଶରେ ଜଣେ ମହିଳା । ତାହ ଖାଲି ବେଶ ନୁହେଁ ବରଂ ନିଜ ସନ୍ତାନ ପାଇଁ କଠୋର ତପସ୍ୟା ଆଉ ବଳିଦାନ । ତାମିଲ୍ନାଡୁ ର ଥୁତୁକୁଡି ଜିଲଲା କାଟୁନାୟକ୍କାନପତ୍ତି ଗାଁର ପେଚିୟାମ୍ମଲ କମ୍ ବୟସରେ ବିବାହ କରିଥିଲେ । ହେଲେ ସ୍ୱାମୀଙ୍କ ସହ ଦାମ୍ପତ୍ତ୍ୟ ଜୀବନ ତାଙ୍କ ଭାଗ୍ୟରେ ନଥିଲା । ବିବାହର ମାତ୍ର ୧୫ ଦିନରେ ତାଙ୍କ ସ୍ୱାମୀ ହୃଦଘାତରେ  ଆରପାରିକୁ ଚାଲିଗଲେ । ହେଲେ ସେତେବେଳକୁ ସ୍ୱାମୀଙ୍କ ରକ୍ତ ତାଙ୍କ ଭିତରେ ସଞ୍ଚାର କରିସାରିଥିଲା । କିଛି ମାସ ପରେ ତାଙ୍କ କୋଳକୁ ଆସିଥିଲା କୁନି ପ୍ରାଣଟିଏ । ନବଜାତ ଝିଅକୁ ଦେଖି ସ୍ୱାମୀଙ୍କ ବିଚ୍ଛେଦକୁ ଭୁଲିବାକୁ ଚେଷ୍ଟା କଲେ ପେଚିୟାମ୍ମଲ। ଆଉ ଝିଅକୁ ବଡ କରିବାକୁ ଅଣ୍ଟା ଭିଡିଲେ ।

ଝିଅକୁ ମଣିଷ କରିବାକୁ ପରଘରେ ପାଇଟି କରିବାକୁ ଆରମ୍ଭ କଲେ । ହେଲେ ତାଙ୍କ ଉପରେ ପଡିଥିଲା ଏକାଧିକ ଲୋଲୁପ ଦୃଷ୍ଟି । ତାଙ୍କ କାର୍ଯ୍ୟ କ୍ଷେତ୍ରରେ ହଇରାଣ ହରକତ କରିବାକୁ ଚେଷ୍ଟା କରାଯାଉଥିଲା । ପେଚିୟାମ୍ମଲ ନିଷ୍ପତ୍ତି ନେଲେ ଆଉ ବାହା ନହୋଇ ଏକମାତ୍ର ଝିଅକୁ ମଣିଷ କରିବେ । ହେଲେ ବାହାରେ ମଣିଷ ବେଶରେ ଜଗିରହିଥିବା ଶିଆଳଙ୍କ ଠାରୁ ନିଜକୁ ବଞ୍ଚାଇବକୁ ନେଲେ ଏକ ବଡ ନିଷ୍ପତ୍ତି । ଧାରଣ କଲେ ପୁରୁଷ ବେଶ । ଆଉ ପେଚିୟାମ୍ମଲରୁ ପାଲଟିଗଲେ ମୁଥୁ ।

ପେଚିୟାମ୍ମଲ ନିଜ ଚୁଟି କାଟି ଛୋଟ କରିଦେଲେ । ଶାଢୀ ବଦଳରେ ପୁରୁଷଙ୍କ ପରି ଲୁଙ୍ଗି ଓ ସାର୍ଟ ପିନ୍ଧିବାକୁ ଆରମ୍ଭ କଲେ । ସେ ଦିନଠୁ ଆଜିଯାଏଁ ଦୀର୍ଘ ୩୦ ବର୍ଷ ଧରି ମୁଥୁ ବେଶରେ ଚେନ୍ନାଇ ସହର ସହ ଥୁତୁକୁଡିର ବିଭିନ୍ନ ଚା’ ଦୋକାନ ଓ ହୋଟେଲରେ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି । ଖାଲି ଏତିକି ନୁହେଁ ସେ ଅନେକ ସ୍ଥାନରେ ପେଣ୍ଟର ଭାବେ କାମ କରନ୍ତି । ପରଟା ଓ ଚା’ ଦୋକାନରେ କାମ କଲାବେଳେ ମୁଥୁଙ୍କୁ ଲୋକେ ମୁଥୁ ମାଷ୍ଟର ଭାବେ ଡାକିଲେ । ସମୟ କ୍ରମେ ଆଧାରକାର୍ଡ, ଭୋଟର ଆଇଡି, ବ୍ୟାଙ୍କ ଆକାଉଣ୍ଟ ସବୁଥିରେ ତାଙ୍କ ପରିଚୟ ମୁଥୁ ହୋଇଗଲା ।

ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବାକୁ ସେ ରୋଜଗାର କରୁଥିବା ପ୍ରତିଟି ଟଙ୍କାକୁ ସଞ୍ଚୟ କରୁଥିଲେ । ପେଚିଆମ୍ମଲଙ୍କୁ ଏବେ ୫୭ ବର୍ଷ ହେଲାଣଇ । ଝିଅର ବାହାଘର ପରେ ତାଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ସେ କୁହନ୍ତି । ହେଲେ ଏବେ ଲୋକେ ତାଙ୍କର ପ୍ରକୃତ ପରିଚୟ ଜାଣିବା ପରେ ସେ ଆଉ ଅତୀତର ସେ ମହିଳା ପରିଚୟକୁ ଫେରିବାକୁ ଚାହୁଁନାହାଁନ୍ତି । ଯେଉଁ ପରିଚୟ ତାଙ୍କୁ ବଞ୍ଚିବାକୁ ସାହାସ ଦେଇଛି ସେହି ପରିଚୟରେ ମୃତ୍ୟୁ ପର୍ଯ୍ୟନ୍ ରହିବାକୁ କହିଛନ୍ତି ପେଚିଆମ୍ମଲ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଫାଷ୍ଟ ପାନ୍ ଇଣ୍ଡିଆ ନାସନାଲ ମାଷ୍ଟର୍ସ ଗେମ୍ସ-୨୦୨୨,୧୮ ଟି ପଦକ ସହ ଫେରିଲେ ଓଡିଶା ଦଳ ସେଥିରେ ୮ ଟି ସ୍ୱର୍ଣ୍ଣ...

Tue May 17 , 2022
ମନୋଜ ମହାନ୍ତି(ବାସ୍ତବବ୍ୟୁରୋ):ଫାଷ୍ଟ ପାନ୍ ଇଣ୍ଡିଆ ନାସନାଲ ମାଷ୍ଟର୍ସ ଗେମ୍ସ-୨୦୨୨- ଟିମ ମ୍ୟାନେଜର ରାଜକୁମାର ବେହେରାଙ୍କ ତତ୍ୱାଭଧାନରେ ରେ ଓଡ଼ିଶାର ଦଳର ବୃହତ ସଫଳତା | ବେଙ୍ଗାଲୁରୁରେ ଅନୁଷ୍ଠିତ କ୍ରୀଡା ଇଭେଣ୍ଟରେ ଓଡ଼ିଶାର ସଫଳ ଯାତ୍ରା ସମସ୍ତଙ୍କୁ ଗୌରବାନ୍ୱିତ କରିଛି | ଓଡ଼ିଶାର ୪୦ ବର୍ଷ ରୁ ୫୫ ବର୍ଷ ବର୍ଗରେ ଚମକ ସୁରୁଷି କରିଛନ୍ତି ଓଡ଼ିଶାର ଖେଳାଳି |ଏହି ଖେଳରେ ଓଡିଶା ଟୋଟାଲ ୧୮ ଟି ପଦକ ଜିତିଥିବା ବେଳେ, […]

You May Like

Pin It on Pinterest