ପୂର୍ବତଟ ରେଳପଥର… ରେଳଡ଼ବାର ଅବ୍ୟବହୃତ ପଦାର୍ଥରୁ କଳାକୃତି

ବିଶାଖାପାଟଣା ଡିଜେଲ ଲୋକୋ ଶେଡ଼ କର୍ମଚାରୀମାନଙ୍କ ଦ୍ୱାରା ଅବ୍ୟବହୃତ ପଦାର୍ଥରୁ ବିଭିନ୍ନ ମାନବ କଳାକୃତି

ଭୁବନେଶ୍ୱର ଠାରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ସହିତ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଠାରେ ନୂତନ ଭାବେ ସ୍ଥାପିତ ସରକାରୀ ସ୍ତରରେ ଦେଶର ପ୍ରଥମ ବର୍ଜ୍ୟବସ୍ତୁରୁ ଉର୍ଜା ବା ଇନ୍ଧନ ପ୍ଲାଣ୍ଟ ନିର୍ମାଣ କରି ଇତିହାସ ସୃଷ୍ଟିକରିଥିବାବେଳେ ପୂର୍ବତଟ ରେଳପଥ ଏହାର ରେଳ ଇଞ୍ଜିନର ଅବ୍ୟବହୃତ ସରଞ୍ଜାମ ଗୁଡିକୁ ଏକ ଅନନ୍ୟ ଉପାୟରେ ଉପଯୋଗ କରି ଆହୁରି ଗୋଟିଏ ପରିବର୍ତ୍ତନ ଆଣିବାକୁ ପଦକ୍ଷେପ ଗ୍ରହଣ କରିଛି ଯାହାଦ୍ୱାରା ଅବ୍ୟବହୃତ ପଦାର୍ଥ ଗୁଡିକୁ ନଷ୍ଟ ନକରି ପରିବେଷର ସୌନ୍ଦର୍ଯ୍ୟକରଣ ପାଇଁ ବିନିଯୋଗ କରିବାର ମାର୍ଗ ଦେଖାଇଛନ୍ତି I

ରେଳ ସଦନ ମୁଖ୍ୟ ଫାଟକ ସାମ୍ନା ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ନିଶ୍ଚିତ ଭାବେ ଅଦରକାରୀ ଓ ଅବ୍ୟବହୃତ ରେଳ ଇଞ୍ଜିନ ସରଞ୍ଜାମ ଦ୍ୱାରା ନିର୍ମାଣ କରାଯାଇଥିବା କଳାକୃତି ପ୍ରତି ଆକୃଷ୍ଟ ହେବେ ଏବଂ ସେମାନଙ୍କର କିଛି ସମୟ ଏହି ପ୍ରତିଭାକୁ ନିଖୁଣ ଭାବରେ ଧ୍ୟାନ ଦେବେ I ଏହି କଳାକୃତି ସବୁ ଅବ୍ୟବହୃତ ଡିଜେଲ ରେଳ ଇଞ୍ଜିନ ସରଞ୍ଜାମ ଯଥା ମେଟାଲ, ନଟ ବୋଲ୍ଟ ଗୁଡିକୁ ୱେଲଡିଙ୍ଗ କରାଯାଇ ଅତି ନିଖୁଣ ଭାବରେ ମନୁଷ୍ୟକୃତି ପ୍ରତିଛବି ଓ କାରୁକାର୍ଯ୍ୟରେ ରୂପାନ୍ତରିତ କରାଯାଇଅଛି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ I ଡିଜେଲ ରେଳ ଇଞ୍ଜିନର ଅବ୍ୟବହୃତ ପଦାର୍ଥ ଯଥା କ୍ୟାମ ଗିୟର, ସିଲିଣ୍ଡର ଲାଇନର, ଏକଜଷ୍ଟ ମାନିଫୋଲଡ଼, କୁଲିଙ୍ଗ ଟିୟୁବ, ପିଷ୍ଟନ କ୍ୟାରିୟର ସହିତ ରଡ଼ ଓ ସ୍ପ୍ରିଙ୍ଗ, ସେଣ୍ଟୀଫ୍ୟୁଗ କଭର, ଏୟାର ବକ୍ସ କଭର, ଵ୍ୟାଗି ଫିଲ୍ଟର ରଡ଼, ବେରିଙ୍ଗ, ବୋଲ୍ଟ ହେଡ଼, ଏଣ୍ଡ ପ୍ଲେଟ ଓ ଫିଲ୍ଟର ନେଟ ବ୍ୟବହୃତ କରାଯାଇଅଛି ଯାହାକି ଅଦରକାରୀ ଓ ଅବ୍ୟବହୃତ ବସ୍ତୁ ଅଟେ ଏବଂ ଏହାକୁ ମାନବ ପ୍ରତିଛବି ଓ କଳାକୃତୀରେ ରୂପାନ୍ତରିତ କରାଯାଇଅଛି I

ବିଶାଖାପାଟଣା ସ୍ଥିତ ଡିଜେଲ ଲୋକୋ ଶେଡ଼ ଦ୍ୱାରା ଏହି କାର୍ଯ୍ୟ ପନ୍ଥାକୁ ଏକ ଦକ୍ଷତା ଓ କୌଶଳ ବିକାଶ କାର୍ଯ୍ୟକ୍ରମ କହିଲେ ଅତ୍ୟୁକ୍ତି ହେବନାହିଁ I ଅବସର ବିନୋଦନ ସମୟରେ କାର୍ମଚାରୀମାନେ ଏହିଭଳି କାର୍ଯ୍ୟ କରିବା ପ୍ରତି ଆଗଭର ହେଉଥିବାବେଳେ ଅନ୍ୟମାନଙ୍କୁ ଏହି ପ୍ରକାର କଳାକୃତି ଶିଖାଇବାପାଇଁ ମଧ୍ୟ ପ୍ରୟାସ କରୁଛନ୍ତି I ସେମାନେ ମଧ୍ୟ ଏହିଭଳି କଳାକୃତୀକୁ ସେମାନଙ୍କର କାର୍ଯ୍ୟସ୍ଥଳ ମାନଙ୍କରେ ସ୍ଥାପନ କରିବା ସହିତ ଅଦରକାରୀ ଓ ଅବ୍ୟବହୃତ ପଦାର୍ଥ ଗୁଡ଼ିକରୁ ବିଭିନ୍ନ ପ୍ରକାର ପ୍ରତିଛବି କାରୁକାର୍ଯ୍ୟ ଯଥା ପଶୁପକ୍ଷୀ, ମାନବ ଓ ସଂସ୍କୃତିର ଛାପ, ଗାଡିମଟର ସହିତ ବହୁ କଳାକୃତି ନିର୍ମାଣ କରିଛନ୍ତି I ପରିବେଶକୁ ସୌନ୍ଦର୍ଯ୍ୟକରଣ କରିବା ସହିତ ପରିବେଶ ପ୍ରତି ଧ୍ୟାନଦେଇ କାରଖାନାରୁ ବାହାରୁଥିବା ଅଦରକାରୀ ଓ ଅବ୍ୟବହୃତ ବସ୍ତୁ ଗୁଡିକୁ ନେଇ ବିଭିନ୍ନ କଳାକୃତି ନିର୍ମାଣ କରାଯାଇ ଏଗୁଡ଼ିକୁ ବିଶାଖାପାଟଣା ରେଳ ଷ୍ଟେସନ, ରେଳବାଇ ଷ୍ଟାଡିୟମ ଓ ଡିଜେଲ ଲୋକୋ ଶେଡ଼ ମାନଙ୍କରେ ସ୍ଥାପନ କରାଯାଇଅଛି ଏବଂ ଅବ୍ୟବହୃତ ଵାସ୍ତୁରି ନିର୍ମିତ କିଛି କଳାକୃତୀକୁ ଅଳ୍ପଦିନ ମଧ୍ୟରେ ଆରକୁ ଷ୍ଟେସନ ଠାରେ ସ୍ଥାପନ କରାଯିବ I I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Feb 21 , 2020
୧-କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ୨୧୨୦, ଆକ୍ରାନ୍ତ ସଂଖ୍ୟା ୭୬ ହଜାର ୨୬୨। ୨-ସ୍କୁଲ ପିଲାଙ୍କୁ ଅଟୋରେ ଯିବା ମନା, ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ। ୩-ପୁରୀ:ଶବ ମାଗୁଛି ନ୍ୟାୟ! ସ୍ଥାନ ଅଭାବ ଯୋଗୁଁ ,ଶବଦାହ ପାଇଁ ସ୍ୱର୍ଗଦ୍ୱାରରେ ୪ରୁ ୫ ଘଣ୍ଟା ଅପେକ୍ଷା କରୁଛନ୍ତି ସମ୍ପର୍କୀୟ। ୪-ପାଞ୍ଚ ମାସ ମଧ୍ୟରେ 38 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜୋରିମାନା ବାବଦରେ ଆଦାୟ କରିଛି ପରିବହନ ବିଭାଗ। ୫-ଆଉ ବଢିବନି ସର୍ବକ୍ଷମା […]

You May Like

Pin It on Pinterest