୨ବର୍ଷର ବ୍ୟବଧାନ ପରେ ଭକ୍ତଙ୍କ ଗହଣରେ ଏବର୍ଷ ଆଖଣ୍ଡଳମଣିଙ୍କ ବିବାହ ପାଇଁ ଉଠିଲା ଲଗ୍ନ ଥାଳ…

ଦେଵକାନ୍ତ ମହାନ୍ତି(ଚାନ୍ଦବାଲି) ୧୭।୦୫ :ପବିତ୍ର ଚନ୍ଦନପୂର୍ଣ୍ଣିମା ଅବସରରେ ଉତ୍ସବ ମୁଖର ଆରଡ଼ି ମାଟି ।୨ବର୍ଷର ବ୍ୟବଧାନ ପରେ ଭକ୍ତଙ୍କ ଗହଣରେ ଏବର୍ଷ ଆଖଣ୍ଡଳମଣିଙ୍କ ବିବାହ ପାଇଁ ଉଠିଲା ଲଗ୍ନ ଥାଳ। ଚଳିତ ବର୍ଷ ଆସନ୍ତା ଜୁନ ୪ ତାରିଖରେ ମହା ଆଡମ୍ବରବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ପାଳିତ ହେବ। ଏଥିପାଇଁ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା ନୀତି ଅନୁଷ୍ଠିତ ହୋଇଛି।

ଚଳିତବର୍ଷ ଶିବପାର୍ବତୀଙ୍କ ବିବାହ ନିମନ୍ତେ ଦୁଷ୍ମନ୍ତ ପାଢୀ ବରପିତା ଭାବେ ଚୟନ ହୋଇଥିବା ବେଳେ ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶ କନ୍ୟାପିତା ଭାବେ ଶୌଭାଗ୍ୟ ପ୍ରାପ୍ତି ହୋଇଛନ୍ତି। ଗତ ୨ବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ସୀମିତ ସେବାୟତଙ୍କ ଗହଣରେ ବିବାହ ସମ୍ପନ୍ନ କରାଯାଇଥିଲା। ହେଲେ ଚଳିତବର୍ଷ ଭକ୍ତଙ୍କୁ ଏହି ବିବାହ ଉତ୍ସବରେ ସାମିଲ ହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବାରୁ ଦେବଦମ୍ପତିଙ୍କ ବିବାହକୁ ନେଇ ଆରଡ଼ିରେ ବହୁ ଭକ୍ତ ସମାଗମ ହେବ।

ଚଳିତବର୍ଷ ବିବାହ ପାଇଁ ଜିଲାସ୍ତରୀୟ ବୈଠକ ସରିବା ପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତିପର୍ବ।ଜୁନ ୪ରେ ଦେବଦମ୍ପତିଙ୍କ ବିବାହ ନିମନ୍ତେ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପୀଠ ସମେତ ଆଖପାଖ ଜିଲ୍ଲା ଦେବାଦେବୀଙ୍କ ନିମନ୍ତ୍ରଣ ପାଇଁ ସେବାୟତମାନେ ଯିବାର କାର୍ଯ୍ଯକ୍ରମ ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେପି ନିର୍ବାଚନ ପୂର୍ବରୁ କାହିଁକି CM ପରିବର୍ତ୍ତନ କରେ? ୧୦ ଟି ରାଜ୍ୟର ପରାଜୟ ଏବଂ ବିଜୟରେ ଏହାର ରହସ୍ୟ ଲୁଚି ରହିଛି

Wed May 18 , 2022
ବାସ୍ତବବ୍ୟୁରୋ:ନିକଟରେ ଭାରତୀୟ ଜନତା ପାର୍ଟି (ବିଜେପି) ତ୍ରିପୁରାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇଛି। ବିପ୍ଲାବ କୁମାର ଦେବଙ୍କ ସ୍ଥାନରେ ମାଣିକ ସାହାଙ୍କୁ ରାଜ୍ୟର ଦାଇତ୍ୱ ଦିଆଯାଇଛି। ଏହି ପରିବର୍ତ୍ତନ କାହିଁକି ହେଲା ସେନେଇ ଏବେ ଅନେକ କଳ୍ପନାଜଳ୍ପନା ଚାଲିଛି, କିନ୍ତୁ ଗତ ୬ବର୍ଷର ରାଜନୈତିକ ପରିସ୍ଥିତି ଏକ ଭିନ୍ନ ସୂତ୍ର ଦର୍ଶାଉଛି। ପରିସଂଖ୍ୟାନ ଦର୍ଶାଏ ଯେ ଏହି ବର୍ଷଗୁଡ଼ିକରେ ଦଳ ଯେଉଁଠାରେ ନିଜର ସିଏମ୍ ବଦଳାଇଛି, ସେ ନିର୍ବାଚନରେ ​​ବଡ଼ […]

You May Like

Pin It on Pinterest