
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଭୂଇଁବୃତ୍ତି ପଂଚାୟତ ରାମେଶ୍ୱରପୁରରେ ଗାଁରେ ଭୟାଭୟ ଅଗ୍ନିକାଣ୍ଡ ଘଟି ୪ବଖରା ଘର ପୋଡି’ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇ ଯାଇଛି l
ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟାପକ କ୍ଷୟ କ୍ଷତି ହୋଇଥିବାର ସୂଚନା ମିଳିଛି l ଅଗ୍ନିକାଣ୍ଡ ର ଖବର ପାଇ ଚାନ୍ଦବାଲି ଅଗ୍ନିଶମ ବିଭାଗ ସଠିକ ସମୟରେ ପହଁଚିଥିଲେ ମଧ୍ୟ ଅଗ୍ନି ପ୍ରକୋପିରେ ସବୁ କିଛି ପୋଡି ପାଉଁଶ ହୋଇ ଯାଇଥିଲା l ଏହି ଅଗ୍ନିକାଣ୍ଡରେ ରାମେଶ୍ୱରପୁର ଗାଁର ବାଇଧର ସେଠୀଙ୍କ ଘର ସହ ତାଙ୍କ ୪ଭାଇଙ୍କ ଘର ପୋଡ଼ି ଯାଇଥିବା ସୂଚନା ମିଳିଛି l ଖବର ପାଇ ୧ନମ୍ୱର ଜୋନ ଜିଲ୍ଲା ପରିଷଦ ପ୍ରିନ୍ସ ନାୟକ ଓ ଭୂଇଁବୃତ୍ତି ପଂଚାୟତର ସରପଞ୍ଚଙ୍କ ପ୍ରତିନିଧି ଭୋଳାନାଥ ଦାସ ପହଂଚି ଅଗ୍ନି ବିପନ୍ନ ମାନଙ୍କୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ମିଳିବାରେ ସହଯୋଗର
ପ୍ରତିଶୃତି ଦେଇଛନ୍ତି l