ଅନେକ ଦିନ ପରେ ଗ୍ରାମାଞ୍ଚଳ ଥାନା ପୋଲିସ୍ ହାତରେ ଧଳା ଜହର ବେପାରୀ, ମନେ ପଡ଼ନ୍ତି ଆଇ ଆଇ ସି ଆଲୋକ ଜେନା…


ଶୁଭ୍ରକାନ୍ତ ରାଉତରାୟ(ଭଦ୍ରକ)– ପୁଣି ଧରାପଡିଲେ ଧଳା ଜହର ବେପାରୀ |ବିଗତ ଦିନରେ ଏନକାଉଣ୍ଟର ସ୍ପେସିଆଲିଷ୍ଟ ପୂର୍ବତନ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ପରେ ଅନେକ ଦିନ ଅନ୍ତରରେ ଗ୍ରାମାଞ୍ଚଳ ଥାନା ପୋଲିସ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ତିନି ଜଣଙ୍କୁ ଗିରଫ ମଧ୍ୟ କରିଛି |ସୂଚନା ମୁତାବକ ବିନା ହେଲମେଟ ଓ ଗୋଟେ ବାଇକ ରେ ତିନି ଜଣ ଯାତ୍ରା କରିବା ସମୟରେ ବ୍ରାଉନସୁଗାର ବେପାରୀ ଏମଭି ଚେକିଂ ବେଳେ ଧରାପଡିଲେ |

ସୂଚନା ମୁତାବକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ଛକ ନିକଟରେ ପୋଲିସ ଦ୍ୱାରା ଚେକିଂ କରାଯାଉଥିଲା ଏବଂ ଏହି ସମୟରେ ଗୋଟିଏ ବାଇକ ଯୋଗେ ତିନି ଜଣ ଯୁବକ ବିନା ହେଲମେଟରେ ବେପରୁଆ ଭାବେ ଗାଡି ଚଳାଇ ଯାଉଥିଵା ବେଳେ . ରେ ପୋଲିସ ସେମାନଙ୍କୁ ଅଟକାଇ ଚେକିଂ କରିବାରୁ ସେମାନଙ୍କ ନିକଟରୁ ବ୍ରାଉନ ସୁଗାର ଜବତ ହୋଇଥିଲା |୨୧ ଗ୍ରାମର ବ୍ରାଉନ ସୁଗାର ଜବତ ହେବା ସହ ନଗଦ ୨୭ ହଜାର ଟଙ୍କା, ମୋବାଇଲ ଓ ବାଇକ କୁ ଜବତ କରିଛି ପୋଲିସ|

ଏଥିରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ |ଜବତ ହୋଇଥିବା ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଥିବା କଥା ପୋଲିସ କହିଛି. ଏଥିରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ଗ୍ରାମାଞ୍ଚଳ ପୋଲିସ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା କହିଛନ୍ତି |ସୂଚନା ଥାଉକି ସେ ବ୍ରାଉନ ସୁଗାର ବେପାରୀ ହୁଅନ୍ତୁ ଵା କୁଖ୍ୟାତ ଅପରାଧୀ ସମସ୍ତେ ଗ୍ରାମାଞ୍ଚଳ ଥାନାର ପୂର୍ବତନ ଥାନାଧିକାରୀ ଏନକାଉଣ୍ଟର ସ୍ପେସିଆଲିଷ୍ଟ ଆଲୋକ ଜେନାଙ୍କ ନାମ ଶୁଣିଲେ ଛାତିରେ ଛନକା ପଶୁଥିଲା |

ଭଦ୍ରକରେ ଚାରି ରୁ ଅଧିକ କୁଖ୍ୟାତ ଅପରାଧୀ ଙ୍କୁ ଏନକାଉଣ୍ଟର କରି ଭଦ୍ରକ ବାସୀଙ୍କ ପ୍ରିୟ ଭାଜନ ହେଵା ସହ ଚୋରି,ରାହାଜାନି, ବେଆଇନ ଗୋ ଚାଲାଣ,ଡକାୟତି,ଡ୍ରଗ୍ସ କାରବାରକୁ ଏକ ପ୍ରକାର ଠପ କରିଦେଇଥିଲେ ଏବଂ ଅପରାଧୀ ମାନେ ମଧ୍ୟ ଆଲୋକ ଜେନାଙ୍କ ନାଁ ଶୁଣିଲେ ଭୟରେ ଥରି ଉଠୁଥିଲେ |

ହଠାତ ଆଲୋକ ଜେନାଙ୍କ ବଦଳି ଭଦ୍ରକ ବାସୀଙ୍କୁ ସ୍ତମ୍ବିଭୁତ କରିଥିଲା ଆଉ ଆଜି ଅନେକ ଦିନ ପରେ ପୁଣି ଗ୍ରାମାଞ୍ଚଳ ଥାନା ପୋଲିସ ହାତରେ ଲାଗିଥିଲା ଧଳା ଜହର ବେପାରୀ ଙ୍କ କଥା ସୁଣି ଭଦ୍ରକ ବାସି ଖୁସି ହେଵା ସହ ପୁଣି ମନେପକାଉଛନ୍ତି ସେହି ଅଦମ୍ୟ ସାହାସିକତା ରଖୁଥିବା ବୀର ପୋଲିସ ଅଧିକାରୀ ଆଲୋକ ଜେନାଙ୍କୁ, ଆଉ ଏବେର ଧଳା ଜହର ବେପାରୀଙ୍କୁ ଧରିବା ପଛରେ ପୁଣି ସେହି ଵାହାଦୁର ପୋଲିସ ଅଧିକାରୀଙ୍କ ନିଖୁଣ ବୁଦ୍ଧି ସହ ଅଦମ୍ୟ ସାହାସିକତା ନାହିଁତ ? ଯାହା ସାଧାରଣରେ ଚର୍ଚ୍ଚା ହେଉଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ୍ ଜଳେଶ୍ଵର ପୁର ପଞ୍ଚାୟତରେ ବିବାଦୀୟ ଗ୍ରାମ୍ୟ ରାସ୍ତା ଉଚ୍ଛେଦରେ ତହସିଲଦାର ଙ୍କ ଦଳ ପ୍ରିତୀ କୁ ନେଇ ଉତ୍ତେଜନା...

Fri May 20 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବ୍ଲକରେ ଚର୍ଚ୍ଚାରେ ଥିବା ଜଳଶ୍ବରପୁର ପଂଚାୟତର ଜବର ଦଖଲ ଉଚ୍ଛେଦ ଘଟଣାରେ ମାନ୍ୟବର ଉଚ୍ଚ ନ୍ୟାୟଳୟ ନିର୍ଦେଶରେ ଜବର ଦଖଲ ଉଛେଦ ସମୟରେ ତହସିଲଦରଙ୍କ ପାତରଅନ୍ତର ନିତି ପ୍ରତିବାଦରେ ଆଜି ଆଦେନକାରୀ ଓ ତହସିଲଦାର ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି l ଜଳେଶ୍ୱରପୁରରେ ପୋଖରି କିସମ ପ୍ଲଟ ନଂ ୫୫୭/୫୫୩ରେ ଜବର ଦଖଲ ଉଛେଦ ହୋଇଥବାବେଳେ ପର୍ବରୁ ବିବାଦ ଘେରରେ ଥିବା ପ୍ଲଟ- ୫୯୫ ଗାଁ ରାସ୍ତା […]

You May Like

Pin It on Pinterest