
ବାସ୍ତବବ୍ୟୁରୋ କେନ୍ଦ୍ରାପଡା:ଛାତ୍ର ଜୀବନରୁ କିମ୍ବଦନ୍ତୀ ପୁରୁଷ ବିଜୁବାବୁଙ୍କ ,ନୀତି ଓ ଆଦର୍ଶରେ ଅନୁପ୍ରାଣିତ ଉତ୍କଳ କେଶରୀପରିଡାଙ୍କୁ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା ସଭାପତିର ଗୁରୁଦାୟିତ୍ୱ ରେ ଅଧିଷ୍ଠିତ କରିଛନ୍ତି । ଶୁକ୍ରବାର ସାଙ୍ଗଠନିକ ନିର୍ବାଚନ ହେବାର ଥିଲା। ହେଲେ ଏକମାତ୍ର ପ୍ରାର୍ଥୀ ଭାବରେ ଉତ୍କଳ ତାଙ୍କର ପ୍ରସ୍ତାବକ ଓ ସମର୍ଥକମାନଙ୍କ ସହିତ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରସ୍ତାବକ ରହିଥିବା ବେଳେପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା ସମର୍ଥକ ରହିଥିଲେ। ନିର୍ବାଚନ ପରିଚାଳନା କରୁଥିବା କେନ୍ଦ୍ରାପଡା ପୌର ସଂସ୍ଥାର ପୂର୍ବତନ ଅଧ୍ୟକ୍ଷ ଧୀରେନ କୁମାର ସାହୁ କେନ୍ଦ୍ରାପଡା ଜିଲ୍ଲା ବିଜେଡିର ସଭାପତି ଭାବେ ଉତ୍କଳ କେଶରୀ ପରିଡାଙ୍କୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷଣା କରିଥିଲେ। ଉତ୍କଳ ଜିଲ୍ଲା ବିଜେଡିର ସଭାପତି ଭାବରେ ଘୋଷିତ ହେବାପରେ ସାରା ଜିଲ୍ଲାରୁ ଆସିଥିବା ବିଜେଡି କର୍ମୀମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ବିଜୁ ଲିଗାସୀଙ୍କର ପୁନର୍ବାର ବିଧିବଦ୍ଧ ଗୃହ ପ୍ରବେଶ ହୋଇଥିବାରୁ ବିଜେଡି ପରିବାରରେ ଆନନ୍ଦ ଖେଳିଯାଇଛି ।

୧୯୯୫ ବିଜୁବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ବେଳେ ଉତ୍କଳ ଜନତାଦଳ ସମର୍ଥନରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ଅଧ୍ୟକ୍ଷ ନିର୍ବାଚିତ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।ବିଜୁବାବୁଙ୍କ ଦେହାନ୍ତ ପରେ ,୨୦୦୦ମସିହାରେ ଜନ୍ମ ନିଏ ବିଜୁଜନତା ଦଳ …..୨୦୦୪ସାଧାରଣ ନିର୍ବାଚନ ରେ ବିଜେଡି ଛାଡି ,ବିଜୟ ମହାପାତ୍ର ଙ୍କ ନୁଆ ଦଳ ଓଜିପି ରୁ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀ ହୋଇ ବିଜେଡି ବିଜେପି ମେଣ୍ଟ ପ୍ରାର୍ଥୀ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱ।ଲାଙ୍କୁ ପରାସ୍ତ କରିଥିଲେ ।

୨୦୦୯ ସାଧାରଣ ନିର୍ବାଚନରେ ଓଜିପିକୁ ଏନସିପିରେ ମିଶ୍ରଣ କରିଥିଲେ ବିଜୟ। ଏହି ସମୟରେ ବିଜୟ ଉତ୍କଳଙ୍କୁ ରାଜ୍ୟ ଏନସିପିର ସଭାପତି କରାଇଥିଲେ ।୨୦୧୪ ସାଧାରଣ ନିର୍ବାଚନ ପୁର୍ବରୁ ,ଏନସିପି ବିଲିନ ହୋଇଥିଲା ବିଜେଡି ରେ….ଉତ୍କଳ କିନ୍ତୁ ବିଜେଡି ରେ ସାମିଲ୍ ହୋଇନଥିଲେ । ୨୦୧୭ ମସିହାରେ କେନ୍ଦ୍ରାପଡାର ଇଛାପୁର ବଳଦେବଜୀୟୁଙ୍କ ରଥଦାଣ୍ଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହେଲେ ।କେନ୍ଦ୍ରୀୟ ନେତା ଙ୍କ ମିଛ ପ୍ରତିଶ୍ରୁତି ରେ ୨୦୧୯ ନିର୍ବାଚନରେ ବିଜେପିରୁ ଲଢିବାକୁ ସମସ୍ତ ଯୋଜନା କରିସାରିଥିଲେ ଉତ୍କଳ କେଶରୀ ପରିଡା । ପାଟକୁରାରେ ବିଜେପିର ସଙ୍ଗଠନକୁ ସଜାଡି ସାରିଥିବା ବେଳେ ବିଜେପିର କେନ୍ଦ୍ରୀୟ ମୁଖିଆ ବିଜୟ ମହାପାତ୍ର ଙ୍କୁ ଉତ୍କଳଙ୍କ ସ୍ଥାନରେ ୨୦୧୯ ନିର୍ବାଚନରେ ପାଟକୁରା ଆସନରୁ ଲଢିବାକୁ ଟିକେଟ ଦେଇଥିଲେ। ଯାହାଫଳରେ ବିଜେପି ଛାଡି , ଉତ୍କଳ ସାମିଲ୍ ହୁଅନ୍ତି ବିଜେଡି ରେ। ବହୁ ବ୍ୟବଧାନରେ ଘରବାହୁଡା ହୁଏ ।

ପାଟକୁରା ନିର୍ବାଚନରେ ବିଜୟଙ୍କୁ ପରାସ୍ତ କରିବାରେ ଉତ୍କଳ ଙ୍କ ଗୋଟିଚାଳନା ଫଳପ୍ରଦ ହୋଇଥିଲା ଫଳତ ଉତ୍କଳଙ୍କ ଗୁରୁତ୍ୱ ବୃଦ୍ଧି ପାଇଥିଲା। ଇତିମଧ୍ୟରେ ଉତ୍କଳଙ୍କୁ ନବୀନ ଚିଲିକା ଉନ୍ନୟନ ପରିଷଦର ଉପଦେଷ୍ଟା ପଦବୀରେ ନିଯୁକ୍ତ କରିଛନ୍ତି । କେନ୍ଦ୍ରାପଡା ବିଜେଡିକୁ ତୃଣମୂଳ ସ୍ତରରେ ଉତ୍କଳ କେତେ ମଜଭୁତ କରିପାରୁଛନ୍ତି ,ତାହା ଆଗାମୀ ଦିନରେ ଜଣାପଡିବ ।