ସପ୍ତମ ମହିଳା ଦନ୍ତ ଚିକିତ୍ସକ ବାର୍ଷିକ ସମ୍ମିଳନୀ ଆୟୋଜିତ, ଭାରତରେ ଦନ୍ତ ଚିକିତ୍ସକ ଭାବେ ଅଧିକ ସଂଖ୍ୟାରେ ମହିଳା ଆଗକୁ ଆସିବା ଆବଶ୍ୟକତା ରହିଛି…

ପ୍ରମୋଦ ନାଏକ(ଭୁବନେଶ୍ୱର) ୨୧/୦୫: ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡକ୍ଟର) ସବିତା ଆଚାର୍ଯ୍ୟଙ୍କ ମତରେ, ପୂର୍ବରୁ ଦନ୍ତ ଚିକିତ୍ସା କରିବାରେ କେବଳ ପୁରୁଷମାନଙ୍କର ପ୍ରାଧାନ୍ୟ ଥିଲା । ତେବେ ସମୟ ବଦଳିବା ସହ ବିଭିନ୍ନ ପାଶ୍ଚାତ୍ୟ ଦେଶରେ ମଧ୍ୟ ମହିଳା ଦନ୍ତ ଚିକିତ୍ସକ ମଧ୍ୟ ଏ ଦିଗରେ ବେଶ ଆଗକୁ ଆସିଛନ୍ତି । ଭାରତରେ ଦନ୍ତ ଚିକିତ୍ସା ଶିକ୍ଷା ଗ୍ରହଣରେ ଝିଅମାନଙ୍କ ସଂଖ୍ୟା ଅଧିକା ରହୁଥିଲେ ମଧ୍ୟ ଦନ୍ତ ଚିକିତ୍ସକ ଭାବେ ଅଧିକ ସଂଖ୍ୟାରେ ମହିଳା ଆଗକୁ ଆସିବା ଆବଶ୍ୟକତା ରହିଛି ।

ଶନିବାର ଭୁବନେଶ୍ୱର ସ୍ଥିତ ଲେମନ୍ ଟ୍ରି ପ୍ରିମିୟର ହୋଟେଲରେ ଆୟୋଜିତ ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍‌, ଓଡ଼ିଶା ରାଜ୍ୟ ଶାଖାର ଏକ ପ୍ରମୁଖ ଅଙ୍ଗ ୱିମେନ୍ ଡେଂଟାଲ୍ କାଉନ୍‌ସିଲର ସପ୍ତମ ମହିଳା ଦନ୍ତ ଚିକିତ୍ସକ ବାର୍ଷିକ ସମ୍ମିଳନୀ ‘ୱାଓ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ଆଚାର୍ଯ୍ୟ କହିଛନ୍ତି ଯେ ପ୍ରତ୍ୟେକ ମହିଳା ଜଣେ ଜଣେ ଉଦ୍ୟୋଗୀ । କାରଣ ସେମାନେ ଏକା ସଂଗେ ଅନେକ ଦାୟିତ୍ୱ ନିଭାଇଥାନ୍ତି ।

ପ୍ରାରମ୍ଭରେ ଅତିଥି ଓ କର୍ମକର୍ତ୍ତାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହ କାଉନ୍‌ସିଲ୍‌ର ଚେୟାର ପର୍ସନ୍ ତଥା ଆଇଡିଏସ୍‌ର ଆସୋସିଏଟ୍ ପ୍ରଫେସର ଡଃ ଗାଥା ମହାନ୍ତିଙ୍କ ସ୍ୱାଗତ ଭାଷଣ କାର୍ଯ୍ୟକ୍ରମରେ ଗାମ୍ଭିର୍ଯ୍ୟକୁ ବହୁଗୁଣିତ କରିଥିଲା । ଦନ୍ତ ଚିକିତ୍ସା ଗବେଷଣା ଅଗ୍ରଗତି ପରିପ୍ରେକ୍ଷୀରେ ମହିଳା ଦନ୍ତ ଚିକିତ୍ସକଙ୍କ ଦକ୍ଷତା ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଚାର୍ଯ୍ୟ ମାନବ ଶରୀରର ଅମୂଲ୍ୟ ମୋତି ଦାନ୍ତର ଯତ୍ନ ଏବଂ ଚିକିତ୍ସାର ଉପାଦେୟତା ଓ ସେଥିରେ ମହିଳା ଦନ୍ତ ଚିକିତ୍ସକଙ୍କର ଆନ୍ତରିକ ଅବଦାନର ଭୂୟସୀ ପ୍ରଶଂସା କରି ସମାବେଶର ସଫଳତା କାମନା କରିଥିଲେ ।

ବତିଶ ବର୍ଷରୁ ଉର୍ଦ୍ଧ୍ୱ ଉନ୍ନତ ଦନ୍ତ ଚିକିତ୍ସା କରି ଆସୁଥିବା ଡଃ ସୁଜାତା ଦାସଙ୍କୁ ଆଜୀବନ ସେବା ଉପଲବଧି ସମ୍ମାନ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଡାକ୍ତର ଦାସଙ୍କ ପରିଚୟ ପ୍ରଦାନ କରିଥିଲେ ସହ ଆବାହିକା ଡଃ ଯାଜ୍ଞସେନୀ ବିଶ୍ୱାଳ । ଡଃ ଦାସ ତାଙ୍କ ସଂକ୍ଷିପ୍ତ ଭାଷଣରେ ଆବାହିକା ଡଃ ଗାଥା ମହାନ୍ତି ତଥା ଉଭୟ ସହ ଆବାହକ, କାର୍ଯ୍ୟ କାରିଣୀ ସଭ୍ୟ ଏବଂ ଅନୁଷ୍ଠାନର ଉଚ୍ଚ ପ୍ରଶଂସା କରି ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରିଥିବାରୁ କୃତଜ୍ଞତା ଜଣାଇଥିଲେ ।

ଆଇଡିଏ ଓଡିଶାର ସଭାପତି ଡଃ ଚନ୍ଦ୍ର ଶେଖର ବସାକ୍ ଓ ସଂପାଦକ ଡଃ ସଂଗ୍ରାମ ପାତ୍ର ସେମାନଙ୍କ ଅଭିଭାଷଣ ରଖିଥିଲେ । ଡବ୍ଳୁ.ଡି.ସି.ର ଅନ୍ୟତମ ସହ – ଆବାହିକା ଡଃ ସୁଦେଷ୍ଣା ହରିଚନ୍ଦନ ସମ୍ମିଳନୀକୁ ସଫଳ କରିଥିବା ସବୁ ସହକର୍ମୀ, ଛାତ୍ରଛାତ୍ରୀ ଏବଂ ବ୍ୟାପାରିକ ଔଷଧୀୟ ସଂସ୍ଥାମାନଙ୍କୁ ଧନ୍ୟବାଦ ଦେଇଥିଲେ । ସମ୍ମିଳନୀରେ ଦନ୍ତ ଚିକିତ୍ସାର ବିଭିନ୍ନ ଦିଗ ଓପେନ୍ ପ୍ୟାନେଲ୍‌ ଆଲୋଚନା ଅତ୍ୟନ୍ତ ଶିକ୍ଷଣୀୟ ଥିଲା । ଏହାକୁ ସଂଯୋଜନା କରିଥିଲେ ଡଃ ଗାଥା ଓ ଡଃ ସାଗରିକା । ପ୍ରଫେସର ରିଙ୍କି ମହାନ୍ତି, ଡଃ କମଲତ୍ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାସ୍ତାରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜେଜେ ମା’ ଓ ନାତୁଣୀଙ୍କ ମୃତ୍ୟୁ...

Sat May 21 , 2022
ବାଣପୁର:୨୧/୦୫- ଖୋର୍ଦ୍ଧା ଜିଲ୍ଲା ବାଣପୁର NAC ଶ୍ରୀନିବାସପୁର ଗାଁରେ ଅଘଟଣ । ରାସ୍ତାରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜେଜେ ମା’ ଓ ନାତୁଣୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାଇ,ବଣପୁର ସ୍ଥିତ ସାଳିଆ ନଦୀକୁ ଶୌଚ ପାଇଁ ଯାଉଥିବା ବେଳେ ଦୁହିଁଁଙ୍କୁ ବିଦ୍ୟୁତ ଆଘାତ ଲାଗିଛି । ଘଟଣାସ୍ଥଳରେ ହିଁ ଜେଜି ମା’ ଓ ନାତୁଣୀ ଦୁହେଁ ଟଳି ପଡିଥିଲେ ।ମୃତକ କମା ନାୟକ ଏବଂ […]

You May Like

Pin It on Pinterest