
ଯଶିପୁର:୨୩।୦୫- ଗୋ-ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ । ବିଜେପି ଓ ଗୋ-ରକ୍ଷକ ସଙ୍ଘଟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।
ସୂଚନା ଅନୁଯାଇ, ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲ୍ ଗେଟ୍ ନିକଟରେ ଗତ ୨୧ ତାରିଖ ଦିନ ଗୋ-ମାଫିଆଙ୍କ ଦ୍ୱାରା ଗୋ-ସୁରକ୍ଷାକାରୀଙ୍କୁ ଆକ୍ରମଣ କରାଯାଇଥିଲା । ଏପିରିକି ଗୁଳିମାଡ଼ ମଧ୍ୟ ହୋଇଥିଲା । ଯାହାକୁ ପ୍ରତିବାଦ କରି ବିଜେପି ଓ ଗୋ-ରକ୍ଷକଙ୍କ ତରଫରୁ ୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା ଦିଆଯାଇଛି ।
ତେବେ ଏହି ବନ୍ଦରେ ଯଶୀପୁର ବଜାରରେ ପ୍ରେଟ୍ରୋଲ ଟାଙ୍କି ସମେତ ସମସ୍ତ ଜରୁରୀକାଳୀନ ସେବା ଗୁଡିକୁ ବାଦ୍ ଦିଆଯାଇଥିବା ବେଳେ ଦୋକାନ ବଜାର ବନ୍ଦ ରଖାଯାଇଛି । ସେହିପରି ଯଶୀପୁର ଦେଇ ଯାଇଥିବା ୪୯ ନଂ ଓ ୨୨୦ ନଂ ଜାତୀୟ ରାଜପଥକୁ କର୍ମୀ ମାନେ ଅବରୋଧ କରିଥିବାରୁ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଛି ।