
ପ୍ରମୋଦ ନାୟକ(ଭୁବନେଶ୍ୱର) ୨୩/୦୫: ସବୁ ପ୍ରତିକ୍ଷାର ଅନ୍ତ ଘଟିଲା ,ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁରବି । ଶରତଙ୍କୁ ନୂଆ ପିସିସି ଭାବେ ନିଯୁକ୍ତ କଲା AICC । ଦ୍ୱିତୀୟ ଇନିଂସ ଖେଳିବେ ଶରତ । ହେଲେ ସଭାପତି ଦୌଡରେ ଆଗରେ ଥିବା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଟିକେ ମନ ଉଣା । ତାଙ୍କ ବ୍ୟତୀତ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ, ଜଟଣୀ ବିଧାୟକ ସୁର ରାଉତରାୟ ଏବଂ ଜୟଦେବ ଜେନାଙ୍କ ନାଁ ମଧ୍ୟ ଶୁଣିବାକୁ ମିଳୁଥିଲା । ହେଲେ AICC ଶରତଙ୍କ ନାମରେ ମାରିଲେ ମୋହର ।

କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ନୂଆ ସଭାପତି ମିଳିବା ନେଇ କୁହାଯାଉଥିଲା । ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର ପିସିସି ପରିବର୍ତ୍ତନ ନେଇ ବାରମ୍ବାର ଓଡିଶା ଗସ୍ତରେ ଆସିଥିଲେ ।ଏହି ସମୟରେ ସେ ଦଳର ବରିଷ୍ଠ ନେତାମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଥିଲେ । ପରେ ସେ ଦିଲ୍ଲୀ ଫେରିଯାଇ ହାଇକମାଣ୍ଡଙ୍କ ନିକଟରେ ସବିଶେଷ ରିପୋର୍ଟ ଦାଖଲ କରିଥିଲେ ।
ପ୍ରଭାରୀ ଦିଲ୍ଲୀ ଫେରିବାର କିଛି ଦିନ ପରେ ରାଜ୍ୟରେ ସମସ୍ତ କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାମାନେ ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ ରାହୁଲ ଗାନ୍ଧୀଙ୍କ ଦଳୀୟ ସ୍ଥିତି ନେଇ ଆଲୋଚନା କରିଥିଲେ ।ରାହୁଲ ଗାନ୍ଧୀ ସମସ୍ତଙ୍କୁ ଏକ୍ଜୁଟ ହୋଇ କାମ କରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ ।
ବହୁ ତର୍ଜମା ପରେ ଆଜି ଓଡିଶା ପାଇଁ ଶରତ ପଟନାୟକ ଙ୍କ ନାଁରେ ମୋହର ବାଜିଥିଲା ।ଏବେ ଦେଖିବାକୁ ବାକି ରହିଲା ବ୍ରଜରାଜ ନଗର ଉପ ନିର୍ବାଚନରେ ନୂଆ ପିସିସିଙ୍କ ଗୋତିଛାଲନା କିପରି ରହୁଛି



