୨୦ ଲିଟର ମଦ ଜବତ୍ କଲେ ଭାଟପଡା ପଞ୍ଚାୟତ ସେରପୁର ଗାଁ ମହିଳା ମାନେ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୨୦ ଲିଟର ଚୋରା ମଦ ଜବତ ସହ ମଦ ବେପାରୀ ଗିରଫ। ଚାନ୍ଦବାଲି ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରା ମଦ କାରବାର। ପୋଲିସ ଆଖିରେ ଧୂଳି ଦେଇ ଦିନ ଦୀପହରେ ଚାଲିଛି ଖୋଲମ ଖୋଲା ମଦ ବେପାର। ତେବେ ଆଜି ଚାନ୍ଦବାଲି ଥାନା ଅନ୍ତର୍ଗତ ଭାଟପଡା ପଞ୍ଚାୟତ ସେରପୁରୁ ଗାଁର ଏକ ବ୍ଯକ୍ତି ୨୦ ଲିଟର ଦେଶି ମଦ ନେଇ ଯାଉଥିବା ବେଳେ ସେରପୁରୁ ଗ୍ରାମର କିଛି ମହିଳା ଉକ୍ତ ବ୍ୟକ୍ତିଙ୍କୁ ଅଟକାଇବା ସହ ଚାନ୍ଦବାଲି ଥାନକୁ ଖବର ଦେଇଥିଲେ ।

ଖବର ପାଇ ଚାନ୍ଦବାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨୦ ଲିଟର ଦେଶି ଚୋରା ମଦ ଜବତ କରିବା ସହିତ ମଦ ବେପାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ଗାଁ ଗହଳିରେ ହେଉଥିବା ଚୋରା ମଦ କାରବାରରେ ଅନେକ ଧନ ଜୀବନ ନଷ୍ଟ ହେଉଥିବା ବେଳେ କୁନି କୁନି ପିଲାମାନଙ୍କ ଉପରେ ଅନେକ ପ୍ରଭାହ ମଧ୍ୟ ପକାଉଛି।

ତେବେ ଚୋର ମଦ କାରବାର ଉପରେ ରୋକ ଲଗାଇବା ପାଇଁ ଅଞ୍ଚଳ ବାସୀ ପୋଲିସକୁ ଚେତାବନୀ ଦେଇଛନ୍ତି। ଯଦି ଆଗାମୀ ଦିନରେ ଏହି ଘଟଣାର ପୁନରାବୃତି ହୁଏ ତାହେଲେ ଶତାଧିକ ମହିଳା ରାଜରାସ୍ତାକୁ ଓଲ୍ହାଇବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡିଶା କଂଗ୍ରେସର ଅଧ୍ୟକ୍ଷ ଭାବରେ ଦଳର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ-ନିରଞ୍ଜନ ପଟ୍ଟନାୟକ

Tue May 24 , 2022
ପ୍ରମୋଦ ନାଏକ(ଭୁବନେଶ୍ୱର): ଡ଼ିଶା କଂଗ୍ରେସର ଅଧ୍ୟକ୍ଷ ଭାବେ କଂଗ୍ରେସ ଦଳର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ। କଂଗ୍ରେସ ଅଧ୍ୟକ୍ଷ ପରି ବଡ଼ ଦାୟୀତ୍ୱ ନେବା ପାଇଁ ଶ୍ରୀମତୀ ସୋନିଆ ଗାନ୍ଧି ଜୀ ମୋ ଉପରେ ବିଶ୍ୱାସ କରିଥିଲେ। ତେଣୁ ତାଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ। ମୁଁ କଂଗ୍ରେସ ଅଧ୍ୟକ୍ଷ ଥିବା ସମୟରେ ଆମ ପ୍ରିୟ ନେତା ଶ୍ରୀ ରାହୁଲ ଗାନ୍ଧୀ ମୋତେ […]

You May Like

Pin It on Pinterest