ହେ ସରକାର ମୋ ସ୍ବାମୀ ର ଜୀବନ ବଞ୍ଚାଇ ଦିଅ, ଯାହା ଥିଲା ବିକି ଭାଙ୍ଗି ସ୍ୱାମୀର ଚିକିତ୍ସାରେ ଖର୍ଚ୍ଚ କରିସାରିଲିଣି. ଆଉ ଅର୍ଥ ମୋ ପାଖରେ ନାହିଁ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):-ମୋ ସ୍ୱାମୀକୁ ବଂଚେଇଦିଅ. ଯାହା ଥିଲା ବିକି ଭାଙ୍ଗି ସ୍ୱାମୀର ଚିକିତ୍ସାରେ ଖର୍ଚ୍ଚ କରିସାରିଲିଣି. ଆଉ ଅର୍ଥ ମୋ ପାଖରେ ନାହିଁ. ଏବେ ସରକାରୀ ଓ ବେସରକାରୀ ସାହାଯ୍ୟ ହିଁ ମୋ ସ୍ୱାମୀର ଜୀବନ ବଞ୍ଚାଇ ପାରିବ । ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ଚିକିତ୍ସା ଆଗେଇପାରିବ । ଜଣେ ସ୍ତ୍ରୀ, ନିଜ ସ୍ୱାମୀଙ୍କ ଜୀବନ ବଂଚାଇବା ପାଇଁ ସାହାଯ୍ୟର ହାତ ବଢ଼ାଇବାକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡ଼ି ପଞ୍ଚାୟତର ସମର ପାଢି ଓରଫ ମଣ୍ଟୁଆ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲ ରେ icu ରେ ରହି ଜୀବନ ମରଣ ସହ ଲଢ଼ୁଛି. ଲିଭର ନଷ୍ଟ ହୋଇଯାଇଛି ନୂଆ ଲିଭର ପାଇଁ ୩୦ରୁ ୪୦ଲକ୍ଷ୍ୟ ଟଙ୍କା ଦରକାର ବୋଲି ଡାକ୍ତର କହୁଛନ୍ତି. ଅନ୍ୟ ପଟେ ସମର ଧର୍ମପତ୍ନୀ ସସ୍ମିତା ନିଜର ସମସ୍ତ ଗହଣା ଓ ଜମି ବିକ୍ରି କରି ତାର ଚିକିତ୍ସା ଜାରି ରଖିଥିବା ବେଳେ ଏବେ ବହୁତ ଟଙ୍କାର ଆବଶ୍ୟକତା ପଡୁଅଛି।

ତେଣୁ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ମୋ ସ୍ୱାମୀ ଭଲ ହୋଇପାରନ୍ତେ ବୋଲି କହିବା ସହ ସାହାଯ୍ୟ କରିବାକୁ ସ୍ତ୍ରୀ ସସ୍ମିତା କାନ୍ଦି କାନ୍ଦି ଭିଡିଓ ବାର୍ତ୍ତା ପଠାଇ ସାହାଯ୍ୟ ମାଗିଛନ୍ତି. ଏହା ପୂର୍ବରୁ ଓଡିଶା ବାସି ଦାନ କରି ଅନେକ ଜୀବନ ବଞ୍ଚାଇଛନ୍ତି. ତେଣୁ ସେ ଓଡିଶା ବାସୀଙ୍କୁ ନିଜର ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଗତ କରୋନା ଓ ବନ୍ୟା ବାତ୍ୟା ସମୟରେ ସମର ପାଢ଼ୀ ବହୁ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଥିବା ବେଳେ ଆଜି ଆମ ସମସ୍ତଙ୍କ ସାହାଯ୍ୟରେ ତାର ଜୀବନ ବଞ୍ଚିପାରିବ ।
phone pay no 8328839814
Ac no /- 379501000002986
Ifsc code – IOBA0003795
Indian overseas bank
Aradi branch(Bhadrak)
ସହୃଦୟ ବ୍ୟକ୍ତି ମାନଙ୍କୁ ବିନୀତ କରିକି ଏ ମହିଳାଙ୍କ ଦୁଃଖକୁ ନିଶ୍ଚୟ ବିଚାରକୁ ନେବେ, ଆପଣମାନଙ୍କ ଯଥାଚିତ ସାହାଯ୍ୟ ନିଶ୍ଚୟ ଙ୍କ ଜୀବନ ବଂଚାଇବାରେ ସହାୟକ ହେବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଠାରେ ସ୍କାଉଟ୍ ଗାଇଡ୍ ଭବନ ଉଦଘାଟିତ

Tue May 24 , 2022
ନବୀନ ଦାଶ(ବରଗଡ଼):ଆଜି ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍କାଉଟସ/ ଗାଇଡସ୍ ଭବନ ଉଦଘାଟିତ ହୋଇ ଯାଇଛି। ଞଏହି ଅବସର ରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ଉଦଘାଟନୀ ଉତ୍ସବରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଜ୍ୟୋତି କାନ୍ତ ସାହୁ,ଜିଲ୍ଲା ସ୍କାଉଟ୍ କମିଶନର ରାଧାକାନ୍ତ ଛତ୍ରି,ଷୋହେଲା ବ୍ଲକ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଗାଇଡ କମିଶନର ଶ୍ରୀମତୀ […]

You May Like

Pin It on Pinterest