
ପ୍ରମୋଦ ନାଏକ(ଭୁବନେଶ୍ୱର): ଡ଼ିଶା କଂଗ୍ରେସର ଅଧ୍ୟକ୍ଷ ଭାବେ କଂଗ୍ରେସ ଦଳର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ। କଂଗ୍ରେସ ଅଧ୍ୟକ୍ଷ ପରି ବଡ଼ ଦାୟୀତ୍ୱ ନେବା ପାଇଁ ଶ୍ରୀମତୀ ସୋନିଆ ଗାନ୍ଧି ଜୀ ମୋ ଉପରେ ବିଶ୍ୱାସ କରିଥିଲେ। ତେଣୁ ତାଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ।
ମୁଁ କଂଗ୍ରେସ ଅଧ୍ୟକ୍ଷ ଥିବା ସମୟରେ ଆମ ପ୍ରିୟ ନେତା ଶ୍ରୀ ରାହୁଲ ଗାନ୍ଧୀ ମୋତେ ଅକୁଣ୍ଠ ସମର୍ଥନ କରିଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ। ତାଙ୍କର ବିନମ୍ର ସ୍ୱଭାବ ଏବଂ ଦେଶର ପ୍ରଗତି ନିମନ୍ତେ ନିରନ୍ତର ସଂଗ୍ରାମ ଦେଶବାସୀଙ୍କୁ ଭବିଷ୍ୟତରେ ଏକ ବିକଶିତ ଭାରତର ଆଶା ପ୍ରଦାନ କରେ।
ଓଡ଼ିଶାର AICC ଇନ୍-ଚାର୍ଜ, ଶ୍ରୀ ଚେଲ୍ଲା କୁମାରଙ୍କ କଠିନ ପରିଶ୍ରମ ଏବଂ କଂଗ୍ରେସ ଦଳ ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ସଲାମ୍ କରୁଛି। କଂଗ୍ରେସ ଦଳକୁ ଆମ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ପ୍ରଚାର ପ୍ରସାର କରିବାରେ ସେ ବହୁତ ସାହାଯ୍ୟ କରିଛନ୍ତି। ଶ୍ରୀ ଭଅଁର ଜିତେନ୍ଦ୍ର ସିଂ ଏବଂ ଶ୍ରୀ ଜଗଦୀଶ ଟାଇଟଲରଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି। ଓଡ଼ିଶାରେ କଂଗ୍ରେସ ଦଳକୁ ସଠିକ୍ ଭାବେ ପରିଚାଳନା ପାଇଁ ମାର୍ଗଦର୍ଶନ କରିଥିବାରୁ ସେମାନଙ୍କ ନିକଟରେ ମୁଁ ଚିର ଋଣୀ ରହିବି।
ମୋର କାର୍ଯ୍ୟକାଳ ସମୟରେ ଶ୍ରୀ ରୁଦ୍ରରାଜୁ, ଶ୍ରୀ ମସ୍ତାନ ଭାଲି, ଶ୍ରୀ ଅନିଲ ଚୌଧୁରୀ ଏବଂ ଶ୍ରୀ ଆଦିତ୍ୟ ଶର୍ମାଙ୍କ ସାହାଯ୍ୟ ପାଇଁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ମୁଁ ଜାଣି ଖୁସି ଯେ ଶ୍ରୀ ଶରତ ପଟ୍ଟନାୟକ ଓଡ଼ିଶା କଂଗ୍ରେସର ନୂତନ ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ମୁଁ ନିଶ୍ଚିତ ଯେ ତାଙ୍କ ଦକ୍ଷ ନେତୃତ୍ୱରେ ଓଡ଼ିଶା କଂଗ୍ରେସ ବହୁ ସଫଳତା ହାସଲ କରିବ। ଶରତ ବାବୁଙ୍କୁ ମୋର ସମର୍ଥନ ଏବଂ ମାର୍ଗଦର୍ଶନ ସର୍ବଦା ରହିବ। ତାଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା।



