ଆଜିର ଖାସ୍ ଖବର

୧-କରୋନା ଅପଡେଟ୍ : ମୃତ୍ୟୁ ସଂଖ୍ୟା ୨୩୪୫, ସଂକ୍ରମଣ ୭୭ହଜାର ଟପିଲା।

୨-ଜଗତସିଂହପୁର:କାର୍ଯ୍ୟରେ ଅବହେଳା : ୨ ଶିକ୍ଷକଙ୍କ ଦରମା ବନ୍ଦ କଲେ ଗଣଶିକ୍ଷା ମନ୍ତ୍ରୀ।

୩-ଫେବୃଆରୀ ୨୪ ତାରିଖରେ ଭାରତ ଗ୍ରସ୍ତରେ ଆସିବେ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ। ହୋଟେଲ ଆଇଟିସି ମୋର୍ଯ୍ୟରେ ରହିବେ ଟ୍ରମ୍ପଙ୍କ ପରିବାର, ସୁନା ଥାଳିରେ ଖାଇବେ, ରୂପା କପ୍‌ରେ ପିଇବେ।

୪-ଅବସର ପ୍ରାପ୍ତ IAS ଭାସ୍କର ଖୁଲବେ ଓ ଅମରଜିତ ସିହ୍ନା ହେଲେ ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା।

୫-ଡାଟା ଏଣ୍ଟ୍ରି ଅପରେଟର ଯୁବକଙ୍କଠାରୁ ଚାକିର ନିୟମିତ କରାଇଦେବାକୁ କହି ଲାଞ୍ଚଖାଇଲେ ନବରଙ୍ଗପୁର ଆରଟିଓ, ଭିଡିଓ ହେଲା ଭାଇରାଲ।

୬-ଅହମ୍ମଦାବାଦ ପୋଷାକ କାରଖାନାରେ ଅଗ୍ନିକାଣ୍ଡ ; ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ।

୭-ପୁରୀ:ମାଟ୍ରିକ୍ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ, ସାନ ଭାଇ ପାଇଁ ପରୀକ୍ଷା ଦେଉଥିଲା ବଡ଼ ଭାଇ।

୮-ଜଗତସିଂହପୁର:ଶାରଳା ପୀଠରେ ତୁଟୁନି ସେବାୟତଙ୍କ ବିବାଦ।ହୁଣ୍ଡିରୁ ଆଦାୟ ହେଉଥିବା ଅର୍ଥକୁ ନେଇ ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି।

୯-ମାଟ୍ରିକ ପରୀକ୍ଷାର ଦ୍ବିତୀୟ ଦିନରେ କପି କରି ଧରାପଡ଼ିଲେ ୧୦୯ ପିଲା, ଇଂରାଜୀ ଥିବାରୁ ଅଭିଭାବକ ଯୋଗାଉଥିଲେ କପି।

୧୦-ଝାରସୁଗୁଡ଼ା: ଜିଲ୍ଲାପାଳ ଅଫିସ ଆଗରେ ଅନଶନରେ ବସିଲେ ଅନୁପ ସାଏଙ୍କ ପରିବାର, ଛତିଶଗଡ ପୋଲିସ ନାଁରେ ଆଣିଲେ ସଂଘାତିକ ଅଭିଯୋଗ।

୧୧-ପ୍ରତିଭା ରାୟ, ପ୍ରଫୁଲ୍ଲ ଜେନା ଓ ବିଭୁଧେନ୍ଦ୍ର ମିଶ୍ରଙ୍କୁ ‘ରେଭେନ୍ସା ରତ୍ନ’, ଫାଇଟ୍‌ ଫର ଦି ଫାଉଣ୍ଡର ଅଫ୍‌ ରେଭେନ୍ସା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ।

୧୨-ଖଣ୍ଡଗିରିରେ ଗାନ୍ଧି ଶାନ୍ତି କେନ୍ଦ୍ର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।

୧୩-ଆନୁଷ୍ଠାନିକ ଭାବେ ଉଦଘାଟନ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଭିଡିଓ କନଫରେନ୍‌ସିଂରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Feb 24 , 2020
୧-ଭୁବନେଶ୍ୱର, କଳିଙ୍ଗ ବିହାର:ରାଜଧାନୀରେ ଛୋଟ ଛୁଆଙ୍କୁ ଲଗାଇ ଘର ଭିତରୁ ଲାପଟପ୍ ମୋବାଇଲ ପର୍ସ ଲୁଟି ନେଉଥିବା ବାପା ମାଆ ପିଲାଙ୍କୁ ଧରିଲେ ସ୍ଥାନୀୟ ଲୋକ। ୨-ମାଟ୍ରିକ ପରୀକ୍ଷାରେ କପି ଯୋଗାଇ ବାକୁ ଟଙ୍କା ଆଦାୟ କଲେ ଶିକ୍ଷକ- ଭିଡିଓ ହେଲା ଭାଇରାଲ। ୩-ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲେ ଆମେରିକା ରାଷ୍ଟ୍ରପତି, ଆଜି ସକାଳ ସାଢ଼େ ୧୧ଟାରେ ଅହମ୍ମଦାବାଦରେ ପହଞ୍ଚିବେ। ୪-ପିପିଲି:ଆଉ ଜଣଙ୍କୁ ଦଳି ଦେଲା ଦନ୍ତା- ମୃତ୍ୟୁ […]

You May Like

Pin It on Pinterest