ବରଗଡ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଠାରେ ସ୍କାଉଟ୍ ଗାଇଡ୍ ଭବନ ଉଦଘାଟିତ


ନବୀନ ଦାଶ(ବରଗଡ଼):ଆଜି ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍କାଉଟସ/ ଗାଇଡସ୍ ଭବନ ଉଦଘାଟିତ ହୋଇ ଯାଇଛି।

ଞଏହି ଅବସର ରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ଉଦଘାଟନୀ ଉତ୍ସବରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଜ୍ୟୋତି କାନ୍ତ ସାହୁ,ଜିଲ୍ଲା ସ୍କାଉଟ୍ କମିଶନର ରାଧାକାନ୍ତ ଛତ୍ରି,ଷୋହେଲା ବ୍ଲକ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଗାଇଡ କମିଶନର ଶ୍ରୀମତୀ ଅମୃତା ସାହୁ ଓ ଜିଲ୍ଲା ସ୍କାଉଟ୍ ଗାଇଡ ସମ୍ପାଦକ ଆଶୁତୋଷ ଦେ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ।

ସ୍କାଉଟ୍ ମାଷ୍ଟର କିଶୋର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।ଦୀର୍ଘ ଦିନ ଧରି ଜିଲ୍ଲାରେ ସ୍କାଉଟ ଓ ଗାଇଡ ମାନଙ୍କ ପାଇଁ କୌଣସି ସ୍ଵତନ୍ତ୍ର କାର୍ଯ୍ୟାଳୟ କିମ୍ବା ସେ ମାନଙ୍କ ପାଇଁ କୌଣସି ବିଶ୍ରାମ ଗୃହ ନ ଥିଲା।ଖେଳ ଓ ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଜିଲ୍ଲା ସ୍କାଉଟ/ଗାଇଡ ସମ୍ପାଦକ ଆଶୁତୋଷ ଦେ ଙ୍କ ଅକ୍ଲାନ୍ତ ଉଦ୍ୟମ ରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ କଛପ ଙ୍କ ତତ୍ବାବଧାନରେ ଏହି ଭବନର ନିର୍ମାଣ ହୋଇପାରିଛି।ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଦୂର ଦୁରlନ୍ତରରୁ ଆସୁଥିବା ସ୍କାଉଟସ / ଗାଇଡସ୍ ତଥା ସେମାନଙ୍କ ଗାଇଡ ଶିକ୍ଷକ ମାନେ ଟିକିଏ ବିଶ୍ରାମ ନେବାପାଇଁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ।ତେଣୁ ଏହି ସ୍କାଉଟ ଭବନର ନିର୍ମାଣ ର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ରହିଥିଲା।

ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ ଯୋଶୀ ଙ୍କ ସମୟରେ ଏହାର ନିର୍ମାଣ ପାଇଁ ଶିଳା ନ୍ୟାସ କରାଯାଇଥିଲା।କିନ୍ତୁ ଏଥିପାଇଁ ଆବଶ୍ୟକ ଅର୍ଥାଭାବ ଏହାର ନିର୍ମାଣରେ ବାଧା ସୃଷ୍ଟି କରିଥିଲା।ତେଣୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପାର୍ଶ୍ଵରେ ବନ୍ଦ ହୋଇ ଅଚଲା ଅବସ୍ଥାରେ ପଡ଼ି ରହିଥିବା ଏକ ପୁରୁଣା ସରକାରୀ ବିଦ୍ୟାଳୟକୁ ପୁନରୁଦ୍ଧାର କରାଯାଇ ଏହି ଭବନ ର ରୂପରେଖ ପ୍ରଦାନ କରାଯାଇଛି।ଏହି ଭବନ ର ନିର୍ମାଣରେ ଜିଲ୍ଲାର ରାଜ୍ୟ ସ୍ତରରୁ ଆସିଥିବା ଆର୍ଥିକ ଅନୁଦାନ ସହିତ ଅନେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ମଧ୍ୟ ଅବଦାନ ରହିଛି ବୋଲି ଆଶୁତୋଷ ଦେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏହି ଭବନ ମଧ୍ୟରେ ରହିଛି କାର୍ଯ୍ୟାଳୟ,ଗୋଟିଏ ବିଶ୍ରାମ ଗୃହ ତଥା କମିଶନର ଙ୍କ କକ୍ଷ।ଭବିଷ୍ୟତରେ ଏହାର ଉପରେ ଏକ ବଡ଼ ମିଟିଂ ହଲ୍ କରାଯିବା ପାଇଁ ମଧ୍ୟ ଚିନ୍ତା ରହିଛି ବୋଲି ଶ୍ରୀ ଦେ କହିଥିଲେ।ଯାହା ହେଉ ସମସ୍ତ ଙ୍କ ଉଦ୍ୟମରେ ଦୀର୍ଘ ଦିନର ସପ୍ନ ପୁରଣ ହୋଇ ପାରିଥିବାରୁ ଜିଲ୍ଲା ସ୍କାଉଟ୍/ଗାଇଡ ମାନଙ୍କ ତଥା ସ୍କlଉଟ୍ ମାଷ୍ଟର ଓ ଗାଇଡ କ୍ୟାପଟେନ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଏହି ଅବସରରେ ବିଭିନ୍ନ ଖେଳ କୁଦରେ ଜାତୀୟ ସ୍ତରରେ ସ୍ଵର୍ଣ୍ଣ,ରୌପ୍ୟ ତଥା ବ୍ରୋଞ୍ ପଦକ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ବ୍ୟତୀତ ୫୨ ଟି ବିଦ୍ୟାଳୟ କୁ ଫିଟ୍ ଇଣ୍ଡିଆର ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି ଭବନ କୁ ସୁନ୍ଦର ମଣ୍ଡିତ କରି ତାର ପାରିପାର୍ଶ୍ବିକ ପରିବେଶକୁ ସ୍ୱଚ୍ଛ ଓ ସୁସ୍ଥ କରିବା ରେ ଅଗ୍ରଣୀ ଭୂମିକା ବହନ କରିଥିଲେ ସ୍କାଉଟ ମାଷ୍ଟର ରମେଶ ସେଠ୍,ଭବାନୀ ଶଙ୍କର ସାହୁ,ଗିରିଧାରୀ ଡନସନା,ବିଶ୍ବମ୍ବର ପ୍ରଧାନ,ଆଦିକନ୍ଦ ସ୍ୱାଇଁ,ଡାକ୍ତର ଭୋଇ,ପରମାନନ୍ଦ ସାହୁ,ଭୁବନେଶ୍ୱର ମହାକୁର,ଗାନ୍ଧୀ ଦେବତା,ହୃଦମନି ଭୋଇ,ଭୂପେସ ପଧାନ ଓ ଅଙ୍ଗରୋଜ ଡନସନା।ଡି ଓ ସି ଗାଇଡ କୋସଲ୍ୟା ସାହୁ,ଜିଲ୍ଲା ତାଲିମ କମିଶନର ଗାଇଡ ଅନୁସୂୟା ଦେବତା,ଗାଇଡ କ୍ୟାପଟେନ ବିଜୁଳି ବତି ଦଳେଇ, ଶୁଭଶ୍ରୀ ଭୋଇ ,ଅଞ୍ଜିତା,ଦେବଦତ୍ତl, ଗୀତା ବିରା,ଡି ଓ ସି ସ୍କାଉଟ ମନୋଜ ପ୍ରଧାନ,ଡି ଟି ସି ସ୍କାଉଟ୍ ସୁଦର୍ଶନ ମହାକୁର ଙ୍କ ସମେତ ଶତାଧିକ ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କ୍ୱାଡ ବୈଠକରେ ଜୋ ବିଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିବା ସହ,ଚୀନ୍‌ର ନୀତି ବିଫଳ ହୋଇଛି ବୋଲି କହିଛନ୍ତି...

Wed May 25 , 2022
ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ମଙ୍ଗଳବାର ଦିନ ଟୋକିଓରେ ଅନୁଷ୍ଠିତ କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରୁଥିବାବେଳେ ଚୀନ୍‌ର କରୋନାଭାଇରସ ମହାମାରୀକୁ ମୁକାବିଲା କରିବାରେ ବିଫଳତାକୁ ଭାରତର ସଫଳତାକୁ ତୁଳନା କରିଛନ୍ତି। ନ୍ୟୁଜ୍ ଏଜେନ୍ସିଗୁଡିକ PTI ଏବଂ ANI ଉତ୍ସଗୁଡିକ ଉଦ୍ଧୃତ ସୂଚନା ପ୍ରଦାନ କରିଛନ୍ତି | ଜୋ ବିଡେନ COVID-୧୯ କୁ ସଫଳତାର ସହ ତଥା ଗଣତାନ୍ତ୍ରିକ ଉପାୟରେ ପରିଚାଳନା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା […]

You May Like

Pin It on Pinterest