ଏଚ.ଏଫ.ଏମ.ଡି. ଟମାଟୋ ଫ୍ଲୁ ନୁହେଁ, ଏହି ରୋଗରେ ଆତଙ୍କିତ ହେବାର ନାହିଁ – ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପ୍ରମୋଦ ନାଏକ(ଭୁବନେଶ୍ୱର) ୨୫/୦୫: ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର,ଏଚ.ଏଫ.ଏମ.ଡି. ଟମାଟୋ ଫ୍ଲୁ ନୁହେଁ ବୋଲି କହିଛନ୍ତି । ଏଥିରେ ଭୟଭୀତ କି ଆତଙ୍କିତ ହେବାର କୌଣସି କାରଣ ନାହିଁ । ସେ କହିଛନ୍ତି ଟମାଟୋ ଫ୍ଲୁ ନେଇ,ସବୁ ଜିଲାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଦେଶ ସର୍ଭେଲାନ୍ସକୁ ଜୋରଦାର କରିବା ପାଇଁ,ଆଇ ସିଏମାର( ଇସିମ୍ର) କି NCDC କୌଣସି ଗାଇଡ଼ ଲାଇନ ଜାରି କରିନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ,କିଛି ରାଜ୍ୟରେ ଫ୍ଲୁ ରୂପ ବଦଳାଇ ଆସୁଥିବାରୁ ଆମକୁ ସତର୍କ ରହିବା ସହିତ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସମ୍ପୁଲ ଟେଷ୍ଟ ଉପରେ ଗୁରୁତ୍ୱ ଦେଉଛି । ଏଚ.ଏଫ.ଏମ.ଡି ପାଇଁ ସ୍ୱତନ୍ତ୍ର ଟୀକା କି ଔଷଧ ଦରକାର ନାହିଁ । କେବଳ ଲକ୍ଷଣ ଅନୁସାରେ ମେଡ଼ିସିନ ସହିତ ଆୟୁଷ ଲେସନ ନିହାତି ଜରୁରୀ ।ଏଚଏଫଏମଡି ନିୟନ୍ତ୍ରଣ ଆଣିବାକୁ ସରକାର ଚେଷ୍ଟା ଚଳାଇଛନ୍ତି ।

ଏହି ରୋଗକୁ ନିୟନ୍ତ୍ରଣ ଆଣିବା ସହ ଲୋକଙ୍କୁ ସଚେତନ ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ବିଭିନ୍ନ ଜିଲ୍ଲାର ସିଡିଏମଓ ଙ୍କୁ ମଧ୍ୟ ଆଲର୍ଟ ପାଇଁ ନିର୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ ସମସ୍ତ ହସ୍ପିଟାଲର ଶିଶୁ ବିଭାଗ ବା ଆଉଟଡୋରରେ ଯଦି ଏହି ଲକ୍ଷଣ ଜନିତ ରୋଗୀ ଆସୁଛନ୍ତି ସେମାନଂକୁ ଟେଷ୍ଟ କରାଯାଇଛି ସେମାନଙ୍କର କଣ ଲକ୍ଷଣ ରହୁଛି ତାହା ଅଲଗା କିଛି ରୋଗ କି ନୁହେ ତାକୁ ଆମେ ଅଧିକ ଗୁରୁତ୍ୱ ଦେଉଛୁ ।

ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ମେଡ଼ିସିନ କି ଟୀକା ନାହିଁ ଯେଉଁ ଲକ୍ଷଣ ଆସୁଛି ସେହି ଲକ୍ଷଣ ଅନୁସାରେ ଆମେ ଟ୍ରିଟମେଣ୍ଟ କରୁଛୁ । ଏହି ରୋଗର ଲକ୍ଷଣ ଦେଖାଗଲେ ରୋଗୀକୁ ଆଇସୋଲେସନରେ ରଖିବା ସହ ସିମଟମ ଅନୁସାରେ ଚିକତ୍ସା କରାଯିବ ।ଏହି ରୋଗରେ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପିକୁ କଡ଼ା ଜବାବ ଦେଲେ ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି...

Wed May 25 , 2022
ପ୍ରମୋଦ ନାଏକ(ଭୁବନେଶ୍ୱର):ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ, ଆଜି ମୁହଁ ଖୋଲିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ।ସେ କହିଛନ୍ତି କି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି । ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା । ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା ଅନୁମୋଦନ କରାଯାଇଥିଲା । […]

You May Like

Pin It on Pinterest