ବାସ୍ତବ ବ୍ୟୁରୋ (କେନ୍ଦ୍ରାପଡା)-ଆଜି କେନ୍ଦ୍ରାପଡା ବ୍ଲକ୍ ପ୍ରାଥମିକ ଶିକ୍ଷକମାନକଂର ବ୍ୟକ୍ତିଗତ ପ୍ରଚେଷ୍ଟାରେ ନିର୍ମିତ “ଶିକ୍ଷକ ଭବନ” ବଶିଷ୍ଟ ବର୍ଷୀୟାନ୍ ଶିକ୍ଷାବିତ୍ ଶ୍ରୀ ଲକ୍ଷ୍ମୀନାରାୟଣ ପ୍ରସାଦ ଦାସକଂ ଦ୍ବାରା ଲୋକାର୍ପିତ ହୋଇଛି । ଏହି ଉତ୍ସବରେ କେନ୍ଦ୍ରାପଡା ବ୍ଲକର ସମସ୍ତ ଅବସରପ୍ରାପ୍ତ ବର୍ଷୀୟାନ୍ ଶିକ୍ଷକମାନକଂର ସମାବେଶ ଏକ ଭାବପୂର୍ଣ୍ନ ପରିବେଶ ସୃଷ୍ଟି କରିଥିଲା ।

ସକାଳରେ ବରିଷ୍ଟ ଶିକ୍ଷକ ନେତା ଶ୍ରୀ ଭାସ୍କର ଦାଶ,ଶ୍ରୀମତୀ ସବିତା ପଣ୍ଡା, କ୍ଷେତ୍ରମଣୀ ଦେଈ ,ପ୍ରଶାନ୍ତ ମହାକୁଡ,କେଶବ ଚନ୍ଦ୍ର ବେହେରା,ବ୍ରହ୍ମାନନ୍ଦ ସ୍ବାଇଁ,ପ୍ରହଲ୍ଲାଦ ପୃଷ୍ଟିକଂ ଗହଣରେ ଲାଂଜିଗଡ ବ୍ଲକର ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ କାଶୀନାଥ ରାଉତରାୟ ସଂଘର ପତାକା ଉତ୍ତୋଳନ କରିଥିଲେ । ଏହି ଶିକ୍ଷକ ଭବନ ଶିକ୍ଷକ,ଶିକ୍ଷାର୍ଥୀ ଓ ଶିକ୍ଷାୟତନର ସ୍ବାର୍ଥର ସଂରକ୍ଷଣ କରିବାରେ ସଫଳ ହେବ ବୋଲି ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିବା କେନ୍ଦ୍ରାପଡା ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ଅନ୍ତର୍ଯ୍ୟାମି ନାୟକ,ପଟ୍ଟାମୁଣ୍ଡାଇ ବ୍ଲକ୍ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ଭ୍ରମରବର ବିଶ୍ବାଳ, ଲାଂଜିଗଡ ବ୍ଲକ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ କାଶୀନାଥ ରାଉତରାୟ, ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ଭଜକୃଷ୍ଣ ରାଉତ ମତବ୍ୟକ୍ତ କରିଥିଲେ ।

ଉତ୍ସବରେ ପ୍ରାଥମିକ ଶିକ୍ଷକ ସଂଘର ସଭାରତି ଶ୍ରୀ ମନୋରଂଜନ ବାରିକ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଶ୍ରୀ ମାନଭଂଜନ ପ୍ରଧାନ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରତ୍ୟେକ ବର୍ଗର ଶିକ୍ଷକମାନକଂ ଗହଣରେ ଅନୁଷ୍ଠିତ ଏହି ଉତ୍ସବକୁ ଶ୍ରୀ ପ୍ରମୋଦ କୁମାର ସିଂହ ପରିଚାଳନା କରିଥିଲେ ।
