ଟ୍ରକ୍ ପଛରେ ପିଟିଲା ଯାତ୍ରୀବାହି ଅଟୋ,ଜଣେ ମୃତ ୬ଜଣ ଗୁରୁତର…

ଶୁଭ୍ରକାନ୍ତ ରାଉତରାୟ (ଭଦ୍ରକ):୨୬/୫ -ଟ୍ରକ୍‌କୁ ପଛପଟୁ ପିଟିଲା ଯାତ୍ରୀବାହୀ ଅଟୋ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ଖବର ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା କଡ଼ରେ ଥିବା ଏକ ଟ୍ରକ୍‌କୁ ଯାଜପୁର ପଟୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋ ଧକ୍କା ଦେଇଛି ।

ଯାହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

NEET SS ପରୀକ୍ଷା ୨୦୨୨ :ପରୀକ୍ଷାର ତାରିଖ ପରିବର୍ତ୍ତନ ହେବ, ନୂତନ ତାରିଖ ଶୀଘ୍ର ଘୋଷଣା କରାଯିବ...

Thu May 26 , 2022
NEET SS ପରୀକ୍ଷା ୨୦୨୨ : ନ୍ୟାସନାଲ ବୋର୍ଡ ଅଫ୍ ମେଡିକାଲ ସାଇନ୍ସ (NBEMS) NEET SS ପରୀକ୍ଷା ୨୦୨୨ ର ତାରିଖ ପୁନଃ ସ୍ଥିର କରିବାକୁ ନିଷ୍ପତ୍ତି ନେଇଛି | ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ-ସୁପର ସ୍ପେସିଆଲିଟି ପାଇଁ ନୂତନ ତାରିଖ ରିଲିଜ୍ ପରେ NBEMS ର ଅଫିସିଆଲ୍ ୱେବସାଇଟରେ ଯାଞ୍ଚ କରାଯାଇପାରିବ | ଅଫିସିଆଲ୍ ୱେବସାଇଟ୍ natboard.edu.in ରେ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି […]

You May Like

Pin It on Pinterest