ଅତାବିରା ଜଗନ୍ନାଥ ମନ୍ଦିର ପରିସରରେ ୨୪ ପ୍ରହର ନାମ ସଂକୀର୍ତ୍ତନ…

ନବୀନ ଦାଶ(ସ୍ଵତନ୍ତ୍ର ପ୍ରତିନିଧି): ବରଗଡ଼ ଜିଲ୍ଲା ଅତାବିରା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ୨୪ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇ ଯାଇଛି।ଏହି ଅବସରରେ ଗ୍ରାମର ପାର୍ବତୀ ମନ୍ଦିର ପୋଖରୀ ତୁଠରେ ପାରମ୍ପରିକ ରୀତନୀତି ରେ ପୂଜାର୍ଚ୍ଚନା ପୂର୍ବକ ବର୍ଦ୍ଧନି କଳସ ସହ ମହିଳା ଭକ୍ତ ମାନେ କଳସ ମୁଣ୍ଡାଇ ନଗର ପରିକ୍ରମା କରି ଯଜ୍ଞ ମଣ୍ଡପ କୁ ପହଞ୍ଚିବା ପରେ ନାମଯଜ୍ଞ ଆରମ୍ଭ ହୋଇଥଲା।

କର୍ତ୍ତା ଆସନ ରେ ଗ୍ରାମର ସପତ୍ନିକ ସୁଶ୍ରୀ ପ୍ରଧାନ ଓ ଅଜିତ୍ ପ୍ରଧାନ ରହିଥିବା ବେଳେ ପଣ୍ଡିତ ଜୟ କୁମାର ଦାଶ ବ୍ରହ୍ମା ବରଣ ହୋଇ ପୂଜା କାର୍ଯ୍ୟ ତୁଲାଉଛନ୍ତି।ସହଯୋଗୀ ଭାବରେ ଦୂର ଦୁରାନ୍ତରୁ ଝାରସୁଗୁଡ଼ା ର ଟାମ୍ପର କେଳା,ତେଲେନ ପାଲି,କାଶୀ ପାଲି,ବର୍ ଗାଁ,ଧାଙ୍ଗେର ଗ୍ରାମର ସଂକୀର୍ତ୍ତନ୍ୟ ଦଳ ସ୍ଵତନ୍ତ୍ର ନିମନ୍ତ୍ରିତ ହୋଇଛନ୍ତି ।

ସ୍ଥାନୀୟ ଅଞ୍ଚଳର କାଣ୍ଡ ପାଲି,ଲାଦର୍ ପାଲି,ଭାଲୁ ପାଲି, ଟୋପ ଖଲିଆ ପାଲି,ପରମାଣ ପୁର, କୁଲୁଣ୍ଡା ଉପର ପଡ଼ା,ତଳି ପଡ଼ା,ପଧାନ ଟିକରା,ବାବେବିରା ମହିଳା ସଂକୀର୍ତ୍ତନ୍ୟ ଦଳ,ପଲସା ପାଲି,ଭୋଇ ପୁରା,ଆ.କଟା ପାଲି,ରେମଣ୍ଡା,ବରଗଡ଼ ତଳି ପଡ଼ା,ଭୋଇ ପାଲି,ଖଇର ପାଲି,କର୍ମୀ ଟିକରା ଆଦି ଦଳକୁ ନେଇ ୨୯ତାରିଖ ଦିନ ପୂର୍ଣ୍ଣାହୁତି ହେବ ବୋଲି ସଂକୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ସୂଚନା ଦିଆଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଇତିହାସ ସୃଷ୍ଟି କଲେ ଗୀତାଞ୍ଜଳି ଶ୍ରୀ ପ୍ରଥମ ଥର ପାଇଁ ଏକ ହିନ୍ଦୀ ଉପନ୍ୟାସ ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ପାଇଲା...

Fri May 27 , 2022
ଶ୍ରୀଚରଣ ନାଏକ(ନୂଆଦିଲ୍ଲୀ): ଦିଲ୍ଲୀର ଲେଖିକା ଗୀତାଞ୍ଜଳି ଶ୍ରୀ ଅନ୍ତର୍ଜାତୀୟ ବୁକର୍ ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ ଲେଖକ ହୋଇଛନ୍ତି। ତାଙ୍କର ଉପନ୍ୟାସ ‘ରିତ ସମାଦୀ’ ପାଇଁ ତାଙ୍କୁ ସମ୍ମାନଜନକ ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ପ୍ରଦାନ କରାଯାଇଛି | ଏହା ସହିତ, ଏହା ହେଉଛି ପ୍ରଥମ ହିନ୍ଦୀ ଉପନ୍ୟାସ ଯାହାକି ଆନ୍ତର୍ଜାତୀୟ ବୁକର୍ ପୁରସ୍କାର ଲାଭ କରିଛି | ଗୀତାଞ୍ଜଳିଙ୍କ ଏହି ଉପନ୍ୟାସ ମୂଳତ ହିନ୍ଦୀ ଟାଇଟଲ୍ ‘ରିତ ସମାଦୀ’ ନାଁ […]

You May Like

Pin It on Pinterest