ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ବାଲିଆପାଳ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟମେଳା…

ପ୍ରଶାନ୍ତ କୁମାର ଦାସ(ବାଲିଆପାଳ): ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଲକ ପ୍ରତାପପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ବାଲିଆପାଳ ବ୍ଲକ ର ବିଭିନ୍ନ ଅଂଚଳରୁ ବିଭିନ୍ନ ପ୍ରକାରର ରୋଗୀ ମେଳାରେ ନାମ ପଞ୍ଜିକରଣ କରୀ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଚିକିତ୍ସିତ ହୋଇଥିଲେ।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତ ରୋଗୀଙ୍କୁ ମାଗଣା ଔଷଧ ବିତରଣ କରିବେ ବୋଲି କହିଥିଲେ କିନ୍ତୁ ବାସ୍ତବରେ ତାହା ଦେଖିବାକୁ ମିଳିନଥିଲା l ଦୂର ଦୁରାନ୍ତରୁ ରୋଗୀମାନେ ଆସି ନାହିଁ ନଥିବା ଅସୁବିଧା ଭୋଗିଥିଲେ । ଏହି ସ୍ୱାସ୍ଥ ଶିବିରରେ ଟାଟା କମ୍ପାନୀ ଲୋକଙ୍କୁ ବନ୍ଦର ଓ ପେଟ୍ରୋଲ କେମିକାଲ ପାଇଁ ସ୍ୱାସ୍ଥ ଶିବିର, ଜଳଛତ୍ର ନାମରେ ଲୋକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି l

ରୋଗୀଙ୍କପାଇଁ ନା ଥିଲା ପିଇବା ପାଣିର ବ୍ୟବସ୍ତା, ନା ଗୁଳୁଗୁଳି ଗରମରୁ ତ୍ରାହି ପାଇବା ପାଇଁ ଫେନର ବ୍ୟବସ୍ତା, ନା ରୋଗୀଙ୍କୁ ଆଣିବା ପାଇଁ ବ୍ୟବସ୍ତା, ନା ରୋଗୀ ଆସିଥିବା ଗାଡି ଗୁଡ଼ିକ ପାର୍କିଙ୍ଗର ବ୍ୟବସ୍ତା, ନା ସମସ୍ତ ରୋଗୀଙ୍କ ପାଇଁ ଟିକେଟ ବ୍ୟବସ୍ତା, ନା ଥିଲା ଏମାରର୍ଜେନ୍ସି ରୋଗୀକୁ ଦେଖେଇବା ବ୍ୟବସ୍ତା । ନିରୀହ ଗରିବମାନଙ୍କୁ ମାଗଣାରେ ସବୁଦେବେ ମିଛକହି ଭଣ୍ଡେଇ ବନ୍ଦରପ୍ରତି ଆକୃଷ୍ଟ କରିବା ଥିଲା ମୂଳ ଲକ୍ଷ । ତେବେ ଅସ୍ଥି, ଶଲ୍ୟ, ଭେଷଜ, ସ୍ତ୍ରୀ ରୋଗ, ଦାନ୍ତ , ଚକ୍ଷୁ, ଶିଶୁ ରୋଗ ବିଭାଗ ର ବିଶେଷଜ୍ଞ ମାନେ ଉପସ୍ଥିତ ଥିଲେ।

ଡାକ୍ତର ୩୦ ଦିନର ଔଷଧ ଲେଖୁଥିଲେ ମଧ୍ୟ ମାତ୍ର ୧୦ ଦିନର ଔଷଧ ଦେଇ ଗରିବ ରୋଗୀଙ୍କୁ ତାଛଲ୍ୟ କରିଥିଲେ । ଉକ୍ତ ମେଳାକୁ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡର ସିଇଓ ପ୍ରକାଶ ସିଂ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ପ୍ରତାପପୁର ସରପଞ୍ଚ କସ୍ତୁରୀ ବଳା ପାତ୍ର, ୨୩ ନମ୍ବର ଜୋନର ଜିଲ୍ଲା ପରିଷଦର ସଦସ୍ୟ ବେଣୁଧର ଜେନା, ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡରର ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ଉପସ୍ଥିତ ରହିଥିଲେ।

ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ବିଳମ୍ବରେ ପହଞ୍ଚି ସ୍ବାସ୍ଥ୍ୟ ମେଳା କୁ ପରିଦର୍ଶନ କରିଥିଲେ। ଏଠି ପ୍ରଶ୍ନ ଉଠୁଛି ଯଦି ସୁବର୍ଣ୍ଣରେଖା ବନ୍ଦର ତରଫରୁ ଶିବିରଟି ହେଉଥିଲା ତାହେଲେ ବିଜେଡି ନେତାମାନେ ଏହି ସ୍ୱାସ୍ଥ ଶିବିରକୁ ଆସିଲେ କାହିଁ ଅନ୍ୟ ଦଳର ନେତାଙ୍କ ଦେଖା ନ ଥିଲା l ଏଥିରୁ ସ୍ପଷ୍ଟ ବାରିହେଉଛି ଏହି ବନ୍ଦରଟି ବାଲିଆପାଳ ଅଞ୍ଚଳବାସୀଙ୍କ ପାଇଁ ନୁହଁ ଏହା ବାଲିଆପାଳ ବିଜେଡି ଦଳର ନେତା ମନ୍ତ୍ରୀଙ୍କ ସୁବିଧା ପାଇଁ ଏହା ତିଆରି ପାଇଁ ଚେଷ୍ଟା ଚାଲିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅତାବିରା ବସ୍ ଷ୍ଟାଣ୍ଡ ଛକରେ ପାଣି ଟୋପେ ପାଇଁ ଲୋକେ ଆଉଟୁ ପାଉଟୁ…..

Sat May 28 , 2022
ନବୀନ ଦାଶ(ସ୍ଵତନ୍ତ୍ର ପ୍ରତିନିଧି): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ୨୪ଟି ପଞ୍ଚାୟତ ତଥା ୧୨ଟି ୱାର୍ଡ ବିଶିଷ୍ଟ ଏନ୍ ଏସି କୁ ନେଇ ଗଠିତ ହୋଇଥିବା ବେଳେ ଅଞ୍ଚଳ ଟି କୃଷି ତଥା ଆଦିବାସୀ ଜନ ବହୁଳ ଅଞ୍ଚଳ।ଏହି ଅଞ୍ଚଳ ଦେଇ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ଦିନରାତି ହଜାର ହଜାର ଗାଡ଼ି ମଟର ସହ ଲୋକଙ୍କ ଭିଡ ହୋଇ ଟ୍ରାଫିକ ସମସ୍ୟା ଅଣାୟତ୍ତ […]

You May Like

Pin It on Pinterest