
ସମ୍ବଲପୁର: ରାଜ୍ୟରେ ବଢୁଥିବା ଉତ୍କଟ ବେକାରୀ ସମସ୍ୟାର ସମାଧାନ ସହିତ ପ୍ରବାସୀ ଓଡ଼ିଆମାନଙ୍କୁ ରାଜ୍ୟଭିତରେ କର୍ମନିଯୁକ୍ତି ଯୋଗେଇ ଦେବା ଦାବିରେ ସମାଜବାଦୀ ପାର୍ଟି ଲୋହିଆ ବାହିନୀ ପକ୍ଷରୁ ମହାମହିମ ରାଜ୍ୟପାଳ ଓଡ଼ିଶାଙ୍କୁ ସମ୍ବଲପୁର ରାଜସ୍ବ ଆୟୁକ୍ତଙ୍କ ଜରିଆରେ ଏକ ଦଶ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସ୍ଥାନୀୟ ସାଂସ୍କୃତିକ ସମାଜ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲୋହିଆ ବାହିନୀର ରାଷ୍ଟ୍ରୀୟ ସମ୍ପାଦକ ପ୍ରଦୀପ ମିଶ୍ର ଏକ ନଅ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଜରୀଆରେ ମହାମହିମ ରାଜ୍ୟପାଳ ଓଡ଼ିଶା ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜ୍ୟରେ ଦେଖାଦେଇଛି ଉତ୍କଟ ବେକାରୀ ସମସ୍ୟା ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ରାଜ୍ୟରେ ମିଳୁନି କର୍ମ ନିଯୁକ୍ତି , ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ଲକ୍ଷ ଲକ୍ଷ ଓଡ଼ିଆ ଆଜି ବେକାର ହୋଇ ଜୀବନ ଜୀବିକା ପାଇଁ ସଙ୍ଘର୍ଷ କରୁଛନ୍ତି । ଓଡ଼ିଶା ସରକାର ବିଭିନ୍ନ ଯୋଜନା କରି ଲୋକଙ୍କୁ ମାଗଣାରେ ଛତା, ଜୋତା, କାଳିଆ ଭଳି ଯୋଜନା ଦ୍ବାରା ହଜାର ହଜାର କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରୁଥିବା ବେଳେ ଓଡ଼ିଆ ପିଲାଙ୍କୁ ନିଯୁକ୍ତି ଦେବାରେ କୌଣସି ଆବଶ୍ୟକ ପଦକ୍ଷେପ ନ ନେବା ,, ଲକ୍ଷ ଲକ୍ଷ ଓଡ଼ିଆ ଯୁବକ ମାନଙ୍କୁ ବ୍ୟଥିତ ଓ ଚିନ୍ତିତ କରୁଛି ବୋଲି ପ୍ରଦୀପ ମିଶ୍ର କହିଛନ୍ତି ।
ପ୍ରଥମ ଦାବି ରାଜ୍ୟରେ ଖାଲି ପଡ଼ିଥିବା ଏକ ଲକ୍ଷ ଏକତିରିଶି ହଜାର ସରକାରୀ ପଦବୀ ରେ ତୁରନ୍ତ ନିଯୁକ୍ତି ଦିଅନ୍ତୁ, ।
ଦ୍ଵିତୀୟରେ ନିଯୁକ୍ତି ପ୍ରକ୍ରିୟା ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପଡୋଶୀ ରାଜ୍ୟ ଦିଲ୍ଲୀ ସରକାର ଘୋଷଣା କରିଥିବା ଯୋଜନା ଢାଞ୍ଚାରେ ପ୍ରତ୍ୟେକ ବେକାର ଗ୍ରାଯୁଏଟ ଙ୍କୁ ମାସକୁ ପାଞ୍ଚ ହଜାର ଓ ପୋଷ୍ଟ ଗ୍ରାଯୁଏଟ ଙ୍କୁ ସାତ ହଜାର ଲେଖାଏଁ ସାମାଜିକ ସୁରକ୍ଷା ଭତ୍ତା ଦେବାର ବ୍ୟବସ୍ଥା କରନ୍ତୁ ସରକାର ।
ଏହିଭଳୀ ଦଶ ଦଫା ଦାବି ଦେଇ ସରକାରଙ୍କୁ ଆସନ୍ତା ଦିନରେ ରେ ପାର୍ଟି ଘେରିବ ବୋଲି କହିଛନ୍ତି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସମ୍ପାଦକ ପ୍ରଦୀପ ମିଶ୍ର ଓ ଜିଲ୍ଲା ସଭାପତି ଅନିଲ କୁମାର ଯାଦବ ।