ବାସ୍ତବ ବ୍ୟୁରୋ- ଆଜି ସକାଳ ୧୧:୪୦ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍,ପତ୍ନୀ ମେଲାନିଆ, କନ୍ୟା ଇଭାଙ୍କା ଟ୍ରମ୍ପ ଏବଂ ଜାମାତା ଜାର୍ଡ କୁସ୍ନର୍ ସହିତ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ନିଜେ ବିମାନ ବନ୍ଦରରେ ପହଞ୍ଚି ଟ୍ରମ୍ପଙ୍କୁ ସ୍ବାଗତ କରିଥିଲେ। ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ମଧ୍ୟ ବିମାନବନ୍ଦରରେ ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଉପସ୍ଥିତ ଥିଲେ।
ଟ୍ରମ୍ପ ସାବରମତି ଆଶ୍ରମ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପତ୍ନୀ ମେଲାନିଆଙ୍କ ସାବରମତି ଆଶ୍ରମ ପରିଦର୍ଶନ କରି ଚରଖାରେ ସୂତା କାଟିଥିଲେ। ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ଟ୍ରମ୍ପ ଓ ମେଲାନିଆ ଆଶ୍ରମରେ ଥିବା ଭିଜିଟର୍ ବୁକ୍ରେ ଥ୍ୟାଙ୍କ୍ ୟୁ ନୋଟ୍ ଲେଖିଥିଲେ। ସେ ଲେଖିଛନ୍ତି: ମୋର ପରମ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଆନନ୍ଦଦାୟକ ଗସ୍ତ ଲାଗି ଧନ୍ୟବାଦ।