ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର…

ତ୍ରିନାଥ ବାରିକ (ପୁରୀ):ଗୋବର୍ଦ୍ଧନ ମଠରେ ପ୍ରାୟ ଏକ ଘଣ୍ଟା ଧରି ସାକ୍ଷାତ ଓ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା | ପ୍ରକଳ୍ପ କାର୍ଯ୍ୟ ନେଇ ଏଏସଆଇର ଆଭିମୁଖ୍ୟ ଠିକ ନୁହେଁ ବୋଲି ବିଜୟ ମହାପାତ୍ର କହିଥିଲେ।

ସେହିପରି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ମାମଲା ଦାୟର କରିଥିବା ମୃଣାଳିନୀ ପାଢ଼ୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ତାଙ୍କର ସାକ୍ଷାତ ଓ ଆଲୋଚନା ବ୍ୟକ୍ତିଗତ ଥିବା କଥା ସେ କହିବା ସହ ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ଶ୍ରୀମନ୍ଦିରର ବ୍ୟାପକ ସଂସ୍କାର ହୋଇଥିବା ସେ କହିଛନ୍ତି।

ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଯାତ୍ରୀ ଓ ଭକ୍ତଙ୍କ ପାଇଁ ସର୍ବନିମ୍ନ ମୌଳିକ ନିର୍ମାଣ ଉପରେ କୈାଣସି କଟକଣା ନଥିବା ସେ କହିଛନ୍ତି। ସେପଟେ ପ୍ରକଳ୍ପ ପ୍ରସଙ୍ଗ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ଜଗଦଗୁରୁ। ସେ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବରେ କହିବା ସହ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ତାଙ୍କ ଠାରୁ ପରାମର୍ଶ ନେବାର ଆବଶ୍ୟକତା ଥିଲା ବୋଲି କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି, ବ୍ୟକ୍ତି ବିଶେଷ ଏହି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ରୋକି ପାରିବେନି- ସାଂସଦ ପିନାକୀ ମିଶ୍ର‌

Sun May 29 , 2022
ତ୍ରିନାଥ ବାରିକ(ପୁରୀ): ଶୁକ୍ରବାର ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ମୁହଁ ଖୋଲିଛନ୍ତି ସାଂସଦ ପିନାକୀ ମିଶ୍ର‌।ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସ୍ୱାର୍ଥ ରାଜନୀତି ଚାଲିଛି । ଯାହାକୁ ପୁରୀବାସୀ ଠିକ ବୁଝି ସାରିଛନ୍ତି । ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ । ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ଏହି ପ୍ରକଳ୍ପ […]

You May Like

Pin It on Pinterest