୧-ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ: ମହାମାରୀ ପାଲଟି ପାରେ କରୋନା।
୨-ରାଜଧାନୀରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ ନାହିଁ କୌଣସି ଭୟ, ସ୍ପଷ୍ଟ କଲେ ରାଜ୍ୟ ସରକାର।
୩-ମାର୍ଚ୍ଚ ପହିଲାରୁ ପୁଣି ଟ୍ରାଫିକ ଧରପଗଡ ହେବ ଜୋରଦାର।
୪-ପତ୍ନୀ ହତ୍ୟାକାରୀ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ ଜେଲ୍, ସ୍ତ୍ରୀଙ୍କୁ ହତ୍ୟା ପରେ ୩୦୦ ଖଣ୍ଡ କରିଥିଲେ ଡାକ୍ତର।
୫-କାଲୁଆ କରୁଛି ଅଦିନିଆ ବର୍ଷା।ଆହୁରି ୨୪ ଘଣ୍ଟାଯାଏ ଭିଜିବ ଓଡିଶା, ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା।୨୮ରୁ ପାଗ ବଦଳିବ।
୬-ମାର୍ଚ୍ଚ ୬ରୁ ଯୁକ୍ତ ଦୁଇ ଉପଶାସ୍ତ୍ରୀ ପରୀକ୍ଷା – ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା।
୭-ଏଲଆଇସିରେ AE ଏବଂ AAO ନିଯୁକ୍ତି ପାଇଁ onlineରେ ଆବେଦନ ପ୍ରକ୍ରିୟା ଆରମ୍ଭ।ଶେଷ ତାରିଖ ୧୫ ମାର୍ଚ୍ଚ ୨୦୨୦ ରହିଛି।
୮-ବଲାଙ୍ଗିରରେ ପ୍ରବଳ ବର୍ଷା ସାଙ୍ଗକୁ ପବନ: ଉଡିଲା ଆଜବେଷ୍ଟସ୍, ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ।
୯-ଚାକିରୀ ପାଇଁ ସର୍ବୋଚ୍ଚ ବୟସ ସୀମା ୪୨ ଦାବି କଲେ ବିରୋଧୀ।
୧୦-ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ମୃତକଙ୍କ ସଂଖ୍ୟା ପଞ୍ଚିଲା ୧୩କୁ,୨୦୦ ହେଲେଣି ଆହତ, ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଆରପିଏଫର ଫ୍ଲାଗ ମାର୍ଚ୍ଚ। ଦେଖିବାମାତ୍ରେ ଗୁଳି ନିର୍ଦ୍ଦେଶ।
୧୧-ରାଇସିନା ହିଲରେ ଡିନର
କଲେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ।୨୨ହଜାରେ କୋଟିର ହେଲା ପ୍ରତିରକ୍ଷା ଚୁକ୍ତି।ରୋମିଓ,ଆପାଚେ ହେଲିକପ୍ଟର ଦେବ ଆମେରିକା।
୧୨-୧୭ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା , ମାର୍ଚ୍ଚ ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଓଡ଼ିଶାରୁ ୪ ଆସନ।
୧୩-ପୁରୀରେ ମମତା ବାନାର୍ଜୀ; ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ, ୨୮ରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକରେ ଯୋଗଦେବେ।