ମୁଖ୍ୟମନ୍ତ୍ରୀ କହିଥିଲେ,ସେ ମୋର ସୁପ୍ରିମୋ ଯାହା ଠିକ ଭାବିଲେ ମୋତେ ପଠାଅ ପଠାଅ ବୋଲି କହିଛି କେବେ ?ରାଜ୍ୟସଭା ପାଇଁ ମୁଁ କଣ ଲାଳାୟତ ହୋଇଛି କି ?- ପ୍ରସନ୍ନ ପାଟ୍ଟଶାଣୀ

ପ୍ରମୋଦ ନାଏକ(ଭୁବନେଶ୍ୱର): ମୁଁ ତ କେବେ କହି ନାହିଁ, ମୁଁ ରାଜ୍ୟସଭା ଯିବି ବୋଲି,ମୁଖ୍ୟମନ୍ତ୍ରୀ କହିଥିଲେ ତେଣୁ ମୁଁ ତାଙ୍କୁ ସମ୍ମାନ ଜଣାଉଛି। ସେ ମୋର ସୁପ୍ରିମୋ ସେ କହିଥିଲେ,ରାଜ୍ୟସଭା ପାଇଁ ମୁଁ କଣ ଲାଳାୟତ ହୋଇଛି କି ? ମୋତେ ପଠାଅ ପଠାଅ ବୋଲି କହିଛି କେବେ ? ଏ ହେଉଛି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ଉକ୍ତି।ରାଜ୍ୟସଭା ଟିକେଟରୁ ବଞ୍ଚିତ ହେବା ପରେ ସେ ଏପରି କହିଛନ୍ତି ।

ଶ୍ରୀ ପାଟଶାହାଣୀ ଆହୁରି ମଧ୍ୟ କହିଛନ୍ତିକି ,ଦଳର ଭଲ ପାଇଁ ଯାଇ ଲଢେଇ କରୁ। ସେ ନିଜେ କହିଥିଲେ, ସେ କଣ ଭାବିଲେ ସେ ଭିତରେ ବା ତାଙ୍କ ଭାବନା ଭିତରକୁ ମୁଁ କେମିତି ଯିବି। କାରଣ ଆମର ଏଠି ଯେଉଁମାନେ ଭଲ କାମ କରନ୍ତି କିଛି ନିନ୍ଦୁକ ଆଉ ଇର୍ଷୁକ ସମାଲୋଚନା ଆରମ୍ଭ କରି ଦିଅନ୍ତି। ମୁଁ ଦେଖିଚି, କେତେ ଦଳରେ ଥିଲି ପରା, ହାତରେ ଥିଲି, ହାତୀରେ ଥିଲି, ଚକ୍ରରେ ଥିଲି, ଶଙ୍ଖରେ, ଆଉ କେତେ ଦଳରେ ଥାନ୍ତି, ସବୁ ଦଳକୁ ଚିହ୍ନି ଦେଇଛି। ମୁଁ ଆଉ ଆଶାୟୀ ନାହିଁ । କାହିଁକି ହେବି ଆଶାୟୀ, ଆଶା ହେଉଛି ନିରାଶାର କାରଣ।

ଆପଣଙ୍କୁ ରାଜ୍ୟସଭା ଟକେଟ ଦିଆ ନଯିବା ପଛରେ କାରଣ କଣ ବୋଲିର ଉତ୍ତରରେ, ମୁଁଦଳର ସିନିୟର ଭାଇସ ପ୍ରେସିଡେଣ୍ଟ କହିବି କାହିଁକି? କାରଣଟା କାହିଁକି ଅକାରଣ ହେବ। ତେଣୁ ଏଇ ସମୟରେ ମୋ ସ୍ୱାର୍ଥ ପାଇଁ କାହା ବିରୁଦ୍ଧରେ କହିବାର ନାହିଁ, ମୁଁ ସେମିତି ଚାଲିଥିବି, ଯେ ପର୍ଯ୍ୟନ୍ତ ଦଳରେ ଥିବି। ଦଳ ଗଢ଼ିଛି ବୋଲି ମୋର ପ୍ରଚଣ୍ଡ ଦୁର୍ବଳତା ଅଛି। ଜଗନ୍ନାଥ ସବୁ ଦେଖୁଛନ୍ତି। ମୁଁ ଖାଲି ଏତିକି କହିବି ଯେଉଁ ଲୋକମାନେ ଯାଇଛନ୍ତି ଭଲ ଲୋକମାନଙ୍କୁ ପଠାଇଛନ୍ତି। ଯୁବକମାନଙ୍କୁ ପ୍ରୋତ୍ସାହନ ଦେବାର ଅର୍ଥ ଦଳ କ୍ଷମତାକୁ ଆସିବ। ମୁଁ ଆଦୌ ନିରାଶ ନୁହେଁ। ମସ୍ତିସ୍କରେ ପଜିଟିଭ ଚିନ୍ତାଧାରା ରହିବା ଆବଶ୍ୟକ। ମୁଁ ପଜିଟିଭ ଚିନ୍ତା ନେଇ ଯୋଗ କରୁଛି।

ମୁ ଆଦୌ ନିରାଶ ନୁହେଁ। ମସ୍ତିସ୍କରେ ପଜିଟିଭ ଚିନ୍ତାଧାରା ରହିବା ଆବଶ୍ୟକ। ମୁଁ ଜଣେ କବିଟିଏ, ଷାଠିଏରୁ ଅଧିକ କବିତା ଲେଖିଛି। କବି ଭାବେ ସ୍ୱୀକୃତି ମିଳିଛି ଆଉ କିଛି ଆବଶ୍ୟକତା ନାହିଁ। ମୁଁ କଣ ଅବସରପ୍ରାପ୍ତ ହୋଇଯାଇଛି ନା ବୁଢା ହୋଇଯାଇଛି, ଏବେ ଠିଆ କଲେ ବି ଜିତିବି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୦୨୧ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଲା ଶ୍ରୁତି ଶର୍ମା ଟପ୍ପର୍‌...

Mon May 30 , 2022
ନୂଆଦିଲ୍ଲୀ: ‘କେନ୍ଦ୍ରୀୟ ଲୋକସେବା ଆୟୋଗ’ଦ୍ବାରା ଆୟୋଜିତ ଜାନୁଆରି ୨୦୨୨୨ରେ ‘୨୦୨୧ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା’ର ଲିଖିତ ଫଳାଫଳ ଏବଂ ବ୍ୟକ୍ତିତ୍ବ ପରୀକ୍ଷା ନିମନ୍ତେ ଏପ୍ରିଲ୍‌-ମେ ୨୦୨୨ରେ ଅନୁଷ୍ଠିତ ସାକ୍ଷାତ୍‌କାରକୁ ଭିତ୍ତିକରି କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇଛି। ଏଥର ସମୁଦାୟ ୬୮୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ‘ଇଣ୍ଡିଆନ୍‌ ଆଡ୍‌ମିନିଷ୍ଟ୍ରଟିଭ୍‌ ସର୍ଭିସ୍‌’, ‘ଇଣ୍ଡିଆନ୍ ଫରେନ୍‌ ସର୍ଭିସ୍‌’ ଏବଂ ‘ଇଣ୍ଡିଆନ୍‌ ପୋଲିସ୍‌ ସର୍ଭିସ୍‌’ ଏବଂ ‘ସେଣ୍ଟ୍ରାଲ୍‌ ସର୍ଭିସେସ୍‌ ‘ଗ୍ରୁପ୍‌- ଏ’ ଓ ‘ଗ୍ରୁପ୍‌ […]

You May Like

Pin It on Pinterest