
ନବୀନ ଦାଶ(ବରଗଡ଼): ତଥା ଆଦିବାସୀ ଜନ ବହୁଳ ତଥା ଓଡ଼ିଶାର ଭାତହାଣ୍ଡି ରୂପେ ବେଶ ପରିଚିତ ବରଗଡ଼ଜିଲ୍ଳା ରେ ପ୍ରାୟତଃ ଅଧାରୁ ଅର୍ଦ୍ଧେକ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି।ଧାନ ଚାଷ ହେଉ କି ପନିପରିବା ଚାଷ ହେଉ କେମିତି ଅଧିକ ଅମଳ କରି ଦି ପଇସା ଅଧିକ ଲାଭ ହେବ ସେ ଉପରେ ଲକ୍ଷ ରଖିଥାଏ।ସେହିପରି ଅମଳ ପନିପରିବା ଗୁଡିକୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ନେଇ ବିକ୍ରି କରି ନିଜର ପେଟ ପାଟଣା ଚଳାଇଥାଏ।
ବରଗଡ଼ ଜିଲ୍ଳା ମଧ୍ୟ ଦେଇ ୫୩ନଂ ଜାତୀୟ ରାଜପଥ ଭେଦ କରି ଯାଇଛି।ଏହି ରାଷ୍ଟ୍ରୀୟ ମାର୍ଗ ଦେଇ ରାତି ଦୁଇଟା ରୁ ଚାଷୀ ତଥା ଚାଷୀ ଠାରୁ ବେପାରୀ ମାନେ ଅମଳ ହୋଇଥିବା ପନିପରିବା ଗୁଡିକୁ ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି।କିନ୍ତୁ ରାଷ୍ଟ୍ରୀୟ ମାର୍ଗରେ ପନିପରିବା ତଥା ଅନ୍ୟାନ୍ୟ ସାମଗ୍ରୀ ବୋଝେଇ କରି ବିପଦଜ୍ଜନକ ଭାବେ ଲୋକଙ୍କ ଜୀବନକୁ ପାଣି ଛଡାଇ ଗାଡି ଗୁଡିକ ଯିବା ଆସିବା କରୁଥିବା ନଜରକୁ ଆସିଛି। ଯାହା ବରାହ ଗୋଡ଼ା କେନାଲ.ରେଙ୍ଗାଲି କେମ୍ପ ଛକ,ଅତାବିରା ଛକ ଓ ସରଣ୍ଡା ଛକ ରୁ ରାଜରାସ୍ତାରେ ପନିପରିବା ସହ ଅନ୍ୟାନ୍ୟ ସାମଗ୍ରୀ ବୋଝେଇ ଟ୍ରେକର ବିପଜ୍ଜନକ ଭାବେ ଯାଉଛି।ଟ୍ରେକର ଉପରେ,ଭିତରେ, ଆଗରେ କେବଳ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ନାହିଁ ଏଥିରେ ଲୋକ ବି ବସି ଯିବା ଆସିବା କରୁଛନ୍ତି।
ଯେକୌଣସି ମୁହୂର୍ତ୍ତରେ ଏହା ନିୟନ୍ତ୍ରଣ ହରାଇ ଦୁର୍ଘଟଣା ହେବାର ଆଶଙ୍କା ରହିଛି।ସରକାର ସଡ଼କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଏପରି ଗାଡି ଗୁଡିକ କିପରି ରାଷ୍ଟ୍ରୀୟ ରାଜମାର୍ଗ ରେ ଯାତାୟତ କରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।କିଛି ଲୋକଙ୍କ ଅକାଳ ମୃତ୍ୟୁ ହେଲେ ଯାଇ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିବ କି ବୋଲି ସାଧାରଣ ରେ ବେଶ୍ ଚର୍ଚ୍ଚା ହେଉଛି।