ପୁର୍ବତନ ବିଧାୟକ ସ୍ୱର୍ଗତ ଚକ୍ରଧର ଶତପଥୀଙ୍କ ୧୬ ତମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭାରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର…

ରାକେଶ ମହାନ୍ତି(ପାଟକୁରା):ଏକ ସୁସ୍ଥ ସୁନ୍ଦର ସମାଜ ଗଠନରେ ଶିକ୍ଷକ ଓ ଜନ ନେତା ମାନଙ୍କ ଅବଦାନ ସବୁ ବେଳେ ସ୍ମରଣୀୟ ହୋଇ ରହିଆସିଛି ।ସେହି ଅଭୁଲା ମଣିଷ ଙ୍କ ଭିତରୁ ମହାନ ପୁରୁଷ ଥିଲେ ପୂର୍ବତନ ବିଧାୟକ ତଥା ସମାଜ ସେବୀ ସ୍ବର୍ଗତ ଚକ୍ରଧର ଶତପଥୀ । ସ୍ବର୍ଗତ ଚକ୍ରଧର ଶତପଥୀ ଜଣେ ପ୍ରତିଭା ସଂପନ୍ନ ବ୍ୟକ୍ତି ଥିଲେ ଏକ ଧାରାରେ ଜଣେ ସମାଜ ସେବୀ , ଜଣେ ଉତ୍ତମ ଶିକ୍ଷକ ଓଡ଼ିଆ , ଇଂରାଜୀ ଓ ସଂସ୍କୃତ ଭାଷାରେ ତାଙ୍କର ଅଗାଧ୍ୟ ପାଣ୍ଡିତ୍ୟ ଥିଲା ।

ଶିକ୍ଷକତା ଜୀବନରେ ବ୍ରତୀ ହୋଇ ଶେଷରେ ଜନ ସେବାକୁ ଆପଣେଇ ନେଇ ରାଜନୀତିରେ ପାଦ ଦେଇଥିଲେ। ୧୯୬୭ମସିହା ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ସଦା ଚର୍ଚ୍ଚିତ ପାଟକୁରା ନିର୍ବାଚନ ମଣ୍ଡଳୀର, ପାର୍ଥି ଭାବେ ନାମାଙ୍କନ ଭରିଥିଲେ, ପ୍ରଜା ସୋଷାଲିଷ୍ଟ ପାର୍ଟିରୁ । ଆଉ ଲଢେଇ ହୋଇଥିଲା ଓଡ଼ିଶାର ବରପୁତ୍ର ଗର୍ବ ଆଉ ଗୌରବ ବିଜୁ ପଟ୍ଟନାୟକ ଙ୍କ ସହିତ ।ପାଟକୁରା ବାସୀଙ୍କ ସ୍ନେହ ଶ୍ରଦ୍ଧା ଓ ଅମାୟିକ ଭଲପାଇବା ନେଇ ସେ ନିର୍ବାଚନର ବିଜୟ ଟୀକା ପିନ୍ଧି ବିଧାନ ସଭାକରେ ପହଞ୍ଚିଥିଲେ ।

ଏଭଳି ଜଣେ ମହାନ ବ୍ୟକ୍ତିଙ୍କର ୧୬ତମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସଭାକୁ ଆୟୋଜନ କରିଥିଲେ ପୁତ୍ର ବଧୂ , ତଥା ୧୧ନମ୍ୱର୍ ଜୋନ ର ଜିଲ୍ଲା ପରିଷଦ ଡଲି ଶତପଥୀ , ପୁତ୍ର ଆଲୋକ ରଂଜନ ଶତପଥୀ । ଏହି ସ୍ମୃତି ସଭାରେ ବିଜେପିର ବରିଷ୍ଟ ନେତା ଶ୍ରୀଯୁକ୍ତ ବିଜୟ ମହାପାତ୍ର , ପ୍ରଫୁଲ୍ଲ ସାରେ, କିଶୋର ପଣ୍ଡା, ପ୍ରମୋଦ ରଥ, ଗୀତାଞ୍ଜଳି ସେଠୀ , ହିରଣ୍ୟ ମହାନ୍ତି , ସାଇଲେନ୍ଦ୍ର ମହାନ୍ତି ( ଫେଲୁ ଭାଇ ) ,ଅଜୟ ରାଉତ , ରବି ସାମଲ , ବେଡାରୀ ଜିପିର ପୂର୍ବତନ ସରପଂଚ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ଦଳ ଗତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଗ୍ରାମବାସୀ ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ରହି ସ୍ବର୍ଗତ ଚକ୍ରଧର ଶତପଥୀଙ୍କ ସ୍ମୃତି ଚାରଣ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

‘ଫିଟ୍‌ନେସ୍ କୀ ଡୋଜ୍, ଅଧଘଣ୍ଟା ରୋଜ୍ ଜୁନ ୩ ତାରିଖ ବିଶ୍ୱ ସାଇକେଲ ଦିବସ ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ବ୍ୟାପକ ପ୍ରସ୍ତୁତି ....

Fri Jun 3 , 2022
ମନୋଜ ମହାନ୍ତି(ଭୁବନେଶ୍ବର):‘ଫିଟ୍‌ନେସ୍ କୀ ଡୋଜ୍, ଅଧଘଣ୍ଟା ରୋଜ୍।ଜୁନ ୩ ତାରିଖ ଶୁକ୍ରବାର ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ବିଶ୍ୱ ସାଇକେଲ ଦିବସ ପାଳନ କରୁଛି। ଏଥି ପାଇଁ ଯୁବ ବ୍ୟାପାର ବିଭାଗ ବିଭିନ୍ନ କାର୍ଯ୍ୟକଳାପ ହାତକୁ ନେଇଛି, ଯଥା ଦିଲ୍ଲୀରେ ବିଶ୍ୱ ସାଇକେଲ ଦିବସ ପାଳନ, ଦେଶର ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସାଇକେଲ ଶୋଭାଯାତ୍ରା, ଦେଶର ୭୫ଟି କୀର୍ତ୍ତି ସ୍ଥଳକୁ […]

You May Like

Pin It on Pinterest