
ପ୍ରମୋଦ ନାଏକ(ଭୁବନେଶ୍ବର): ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ‘ଇଡି’ ଙ୍କ ମାରାଥନ ଜେରା । ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଦୀର୍ଘ ୯ଘଣ୍ଟାରୁ ଅଧିକ ସମୟ ଜେରା ପରେ ପ୍ରଭାତ ଫେରିଛନ୍ତି। ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ, ସିବିଆଇରେ ଥିବା ମାମଲା ଉପରେ ମୋର ଆକାଉଣ୍ଟ ଷ୍ଟେଟମେଣ୍ଟକୁ ଚେକ୍ କରିବାକୁ ମୋତେ ଡାକିଥିଲେ ବୋଲି କହିଛନ୍ତି ପ୍ରଭାତ ତ୍ରିପାଠୀ ।
ଅର୍ଥତତ୍ତ୍ବଗ୍ରୁପ ସହ ଟଙ୍କା କାରବାର ନେଇ ଚାଲିଥିଲା ପଚରାଉଚୁରା। ଅର୍ଥତତ୍ୱ ଗ୍ରୁପକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଓ ୪୨ ଲକ୍ଷ ଟଙ୍କା କାରବାର ହୋଇଥିବା ଅଭିଯୋଗରେ ୨୦୧୪ ଅକ୍ଟୋବର ୩୧ରେ ଗିରଫ ହୋଇଥିଲେ ପ୍ରଭାତ ଓ ୨୦୧୫ ମାର୍ଚ୍ଚରେ ଜାମିନ ପାଇଥିଲେ। ୨୦୧୯ରେ ଇଡିରେ ହାଜର ହୋଇଥିଲେ। ପୁଣି ଆଜି ସକାଳୁ ୧୦ଟାରୁ ଇଡିର ୫ ଜଣିଆଟିମ ଆର୍ଥିକ କାରବାର ନେଇ ପଚାରଉଚରା କରିଥିଲା।