ଚୋରଙ୍କ ଟାରଗେଟ୍ ରେ ପୁରୀ ଜିଲ୍ଲାର ପୁରାତନ ମନ୍ଦିରର ଦୁର୍ଲଭ ମୂର୍ତ୍ତି…

ତ୍ରିନାଥ ବାରିକ: ଵେଳକୁ ବେଳ କିତ୍ତୀରାଜୀ ର ସୁରକ୍ଷା କୁ ନେଇ ବଡ଼ ପ୍ରଶ୍ନ ଉଠୁଥିବା ବେଳେ । ପୁଣି ଦେଖାଦେଇଛି ଏଭଳି ଘଟଣା ପୁରୀ ଜିଲ୍ଲା ପିପିଲି ବ୍ଲକ୍ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଲକ୍ଷ୍ମୀନୃସିଂହ ମନ୍ଦିରରୁ ଚୋରୀ l ଏହି ମନ୍ଦିର ଟି ତୃତୀୟ ନରସିଂହ ଦେବ ଙ୍କ ସମୟରେ ନିର୍ମାଣ ହୋଇଥିଲା l ଶେଷଦେବ, ବାସୁଦେବ, ଚନ୍ଦ୍ରଶେଖର, ଦୁର୍ଗାମାଧବ, ଲକ୍ଷ୍ମୀ, ଙ୍କ ସମେତ ମୋଟ 15ଗୋଟି ମୂର୍ତ୍ତୀ ସହିତ ଠାକୁରଙ୍କ ମୁକୁଟ ଖଡ଼ୁ ଏବଂ ଦାନବାକ୍ସ ରୁ ଚୋରୀ ସହିତ ଦାନ ବାକ୍ସ ରୁ ମଧ୍ୟ ଟଙ୍କା ଚୋରି ହୋଇଯାଇଛି l

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ର କଥା ପୋଲିସ କର୍ମଚାରୀ ଯଗିଥିବା ବେଳେ ତାଙ୍କୁ ଚକମା ଦେଖାଇ ଚୋର ମନ୍ଦୀର ରୁ ଚୋରୀ କରି ଥିବା ର ଗ୍ରାମ ବାସୀ ଅଭିଯୋଗ କରିଛନ୍ତି l ଏଠି ବଡ ପ୍ରଶ୍ନ ଉଠୁଛି ପୋଲିସ ଥାଇ ଯଦି ମନ୍ଦିର ରୁ ଚୋରୀ ହଉଚି ତେବେ ମନ୍ଦିରକୁ ସୁରକ୍ଷା ଦେବ କିଏ ? ଗତ କାଲି ମନ୍ଦୀର ରେ ନିତିକ୍ରାନ୍ତି ସାରି ପୂଜକ ରାତ୍ର ୧୦ ଟା ରେ ମନ୍ଦିର ପହଡ଼ ପକାଇଥିଲେ, ଆଜି ସକାଳୁ ପୂଜକ ମନ୍ଦିରକୁ ଆସିବାରେ ଦେଖନ୍ତି ତ ମନ୍ଦିର କବାଟ ର ତାଲା ଭଙ୍ଗା ଯିବା ସହିତ ମନ୍ଦିର ଖୋଲା ପଡ଼ିଛି l ମନ୍ଦିର ଭିତରେ ସିଂହାସନ ରେ କେବଳ ନୃସିଂହଙ୍କ ମୂର୍ତ୍ତୀ ଛାଡ଼ି ଆଉ କୌଣସି ମୂର୍ତ୍ତୀ ନାହିଁ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏହି ରାଶି ଉପରେ ବିଘ୍ନେଶ୍ୱର ବିନାୟକଙ୍କର ବିଶେଷ କୃପା ରହିଥାଏ,ଦେଖନ୍ତୁ ଆପଣ ଏହି ତାଲିକାରେ ଅନ୍ତର୍ଭୁକ୍ତ କି ନା ?

Sun Jun 5 , 2022
ଡ଼. ନବକିଶୋର ମିଶ୍ର ଭଗବାନ ଗଣପତି ହେଉଛନ୍ତି ଶର୍ବାରଗେ ପୂଜିତ । ଗଣପତିଙ୍କ ଅନୁଗ୍ରହରେ ବ୍ୟକ୍ତିର ଜୀବନ ଆନନ୍ଦରେ ପରିପୂର୍ଣ୍ଣ ହୁଏ | ଭଗବାନ ଗଣେଶଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ବ୍ୟକ୍ତିଙ୍କୁ ଜୀବନରେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ | ଜ୍ୟୋତିଷ ଶାସ୍ତ୍ରରେ ୧୨ ଟି ରାଶି ଅଛି | ଏହି ୧୨ ଟି ରାଶି ମଧ୍ୟରୁ କିଛି ରାଶି ଉପରେ ଭଗବାନ ଗଣେଶଙ୍କର ବିଶେଷ […]

You May Like

Pin It on Pinterest