ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ପୁରୁଣା ୯ ୧୧ ନୂଆମୁହଁ…

ଭୁବନେଶ୍ୱର(ବାସ୍ତବବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତାକାଲି ନିଜ ମନ୍ତ୍ରିମଣ୍ଡଳର ନବକଳେବର । ପୁରୁଣା ୯ ଜଣଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଥିବାବେଳେ ୧୧ ନୂଆମୁହଁ ।ଆସନ୍ତାକାଲି ଦିନ ୧୧ଟା ୪୫ମିନିଟରେ ମୁଖ୍ୟମନ୍ତ୍ର୍ୟ ନବୀନ ପଟନାୟକଙ୍କ ନୂଆ ମନ୍ତ୍ରୀମାନେ ଶପଥ ନେବେ । ଲୋକସେବା ଭବନର କନଭେନସନ ହଲରେ ଏହି ନୂଆ ମନ୍ତ୍ରୀମାନଙ୍କର ଶପଥ ପାଠ କରାଯିବ ।

ଖବର ଅନୁଯାଇ,କାଲି ଅର୍ଥାତ ରବିବାର ଶପଥ ନେବାପାଇଁ, ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫୋନ୍ ମାଧ୍ୟମରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି ।

ଯେଉଁ ବିଜେଡି ବିଧାୟକମାନଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ସେମାନେ ହେଲେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରତାପ କେଶରୀ ଦେବ ଓ ଅତନୁ ସବ୍ୟସାଚୀ ନାୟକ, ଯାଜପୁର ଜିଲ୍ଲାରୁ ପ୍ରମିଳା ମଲ୍ଲିକ ଓ ପ୍ରୀତିରଞ୍ଜନ ଘଡ଼ାଇ, ଜଗତସିଂହପୁର ଜିଲ୍ଲାରୁ ପ୍ରଶାନ୍ତ କୁମାର ମୁଦୁଲି, ସମ୍ବଲପୁର ଜିଲ୍ଲାରୁ ରୋହିତ ପୂଜାରୀ, ବଲାଙ୍ଗିର ଜିଲ୍ଲାରୁ ଟୁକୁନି ସାହୁ, ପୁରୀ ଜିଲ୍ଲାରୁ ସମୀର ରଞ୍ଜନ ଦାଶ, ଖୋର୍ଦ୍ଧା ଜିଲ୍ଲାରୁ ଅଶୋକ ଚନ୍ଦ୍ର ପଣ୍ଡା, କଟକ ଜିଲ୍ଲାରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରତାପ ଜେନା, ଝାରସୁଗୁଡ଼ା ଜିଲ୍ଲାରୁ ନବକିଶୋର ଦାସ, ବାଲେଶ୍ୱର ଜିଲ୍ଲାରୁ ଅଶ୍ୱିନୀ ପାତ୍ର, ଗଞ୍ଜାମ ଜିଲ୍ଲାରୁ ଶ୍ରୀକାନ୍ତ ସାହୁ ଏବଂ ଉଷା ଦେବୀ, ସୋନପୁର ଜିଲ୍ଲାରୁ ନିରଞ୍ଜନ ପୂଜାରୀ, ବରଗଡ଼ ଜିଲ୍ଲାରୁ ରିତା ସାହୁ, ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ, ରାୟଗଡ଼ା ଜିଲ୍ଲାରୁ ଜଗନ୍ନାଥ ସାରକା, ଢେଙ୍କାନାଳ ଜିଲ୍ଲାରୁ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ନୂଆପଡ଼ା ଜିଲ୍ଲାରୁ ରାଜେନ୍ଦ୍ର ଢୋଲକିଆ ମନ୍ତ୍ରୀ ଭାବରେ ଲୋକସେବା ଭବନର କନଭେନସନ ହଲରେ ଶପଥ ନେବେ।

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କିଛି ସମୟ ପୂର୍ବରୁ ରାଜଭବନରେ ପହଂଚିଥିବାବେଳେ,ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହି ନୂଆ ମନ୍ତ୍ରୀଙ୍କ ତାଲିକା ତାଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । କାହାକୁ କେଉଁ ବିଭାଗ ମିଳିବ, ସେକଥା ଏଯାଏ ଜଣାପଡ଼ିନି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତରେ ଯିବେ ...

Sun Jun 5 , 2022
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତରେ ଯିବାର ଯୋଜନା ରହିଛି।ଆସନ୍ତା ୨୧ ତାରିଖରୁ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ଙ୍କ ସହ ପ୍ରଥମେ ଇଟାଲି ଓ ପରେ ସେଠାରୁ ଦୁବାଇ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ୨୦୧୨ ମସିହାରେ ଲଣ୍ଡନରେ ଏଭଳି ଏକ ବିଜିନେସ୍ ମିଟ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।୧୦ବର୍ଷ ପରେ ତାଙ୍କର ଏହା ଦ୍ବିତୀୟ ଗସ୍ତ । ଦୁବାଇରେ ଆୟୋଜିତ ଏକ ବିଜିନେସ୍ ମିଟ୍‌ରେ […]

You May Like

Pin It on Pinterest