
ବାସ୍ତବ ଟିଭି(ନବୀନ ଦାଶ):-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା ମହା ବିଦ୍ୟାଳୟ ଠାରେ ପୂର୍ବତନ କଲେଜ୍ ଅଧ୍ୟକ୍ଷ ଉପେନ୍ଦ୍ର ପ୍ରଧାନ ଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।
କଲେଜ ର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ରେ ଡ଼ଃ ଅମୃତା ସାମନ୍ତ,ପ୍ରଫେସର ଅଶୋକ ମହାନ୍ତି,ବିନୟ କୁମାର ନାୟକ,ପ୍ରମୋଦ ସେଠ ପ୍ରମୁଖ ସ୍ବର୍ଗତ ପ୍ରଧାନ ଙ୍କ ବିଗତ ଜୀବନର ସୃତି ଚାରଣ କରିଥିଲେ।୧୯୭୪ ମସିହାରେ ଚାକିରି ଜୀବନ ଆରମ୍ଭ କରି ପରେ ଅତାବିରା ଓ ପୁନଃ ୨୦୦୬ ରୁ ୨୦୧୦ ମସିହା ପର୍ଯ୍ୟନ୍ତ ଲରମ୍ଭା କଲେଜ୍ ଅଧ୍ୟକ୍ଷ ଦାୟିତ୍ଵ ରେ ଥିଲେ।
ଲରମ୍ଭା ମହା ବିଦ୍ୟାଳୟ ରେ ଥିବା ସମୟରେ ପ୍ରକୃତି ମୀତ୍ର ପୁରସ୍କାର ଲାଭ କରିଥିଲେ।ଇଂରାଜୀ ଭାଷାରେ ଗଭୀର ଜ୍ଞାନ ସହ ଛାତ୍ର ବତ୍ସଲ ଥିବାରୁ ଶିକ୍ଷା କ୍ଷେତ୍ରରେ ପ୍ରଶଂସନୀୟ ହୋଇ ପାରିଥିଲେ।ଶୋକ ସଭାରେ ସରୋଜ ନାୟକ,ପ୍ରଦୀପ ପଣ୍ଡା, ଅଜିତ୍ ନାଥ,ଦୀପିକା ଲାକ୍ରା, ବିଦେଶୀ ଛନ୍ଦ, ଲିଙ୍ଗରାଜ ପୋଢ଼, ସୁନିଲ ପ୍ରଧାନ ପ୍ରମୁଖ ଯୋଗ ଦେଇ ଅମର ଆତ୍ମାର ସଦ୍ ଗତି ନିମନ୍ତେ ପ୍ରାର୍ଥନା କରିଥିଲେ।ତାଙ୍କ ବିୟୋଗରେ ମହା ବିଦ୍ୟାଳୟ ତଥା ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।