
ପ୍ରମୋଦ ନାଏକ(ଭୁବନେଶ୍ୱର): ୦୫।୦୬ ରାଜ୍ୟ ମନ୍ତ୍ରୀମଣ୍ଡଳରେ ନୂଆ ପୁରୁଣା ମୁହଁ । ଆଜି(ରବିବାର) ଲୋକସେବା କନ୍ଭେନ୍ସନ୍ ହଲ୍ରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀ ମାନଙ୍କର ବିଭାଗ ମଧ୍ୟ ମିଳିଛି ।
କ୍ୟାବିନେଟ୍ ମନ୍ତ୍ରୀ- କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ମିଳିଛି – ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ଆଦିବାସୀ ଓ ଆଇନ ବିଭାଗ। ନିରଞ୍ଜନ ପୂଜାରୀଙ୍କୁ – ଅର୍ଥ ଓ ସଂସଦୀୟ ବ୍ୟାପାର, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କୃଷି,ମତ୍ସ୍ୟ ଓ ପଶୁସମ୍ପଦ, ପ୍ରମିଳା ମଲ୍ଲିକଙ୍କୁ – ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଉଷା ଦେବୀଙ୍କୁ- ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଟୁକୁନି ସାହୁଙ୍କୁ – ଜଳସଂପଦ, ବାଣିଜ୍ୟ ଓ ପରିବହନ, ପ୍ରଫୁଲ୍ଲ ମଲ୍ଲିକଙ୍କୁ- ଇସ୍ପାତ, ପୂର୍ତ୍ତି ଓ ଖଣି, ପ୍ରତାପ କେଶରୀ ଦେବଙ୍କୁ- ଶିଳ୍ପ ଓ ଶକ୍ତି, ଅତନୁ ସବ୍ୟସାଚୀ ନାୟକଙ୍କୁ- ଖାଦ୍ୟ ଯୋଗାଣ ଓ ସମବାୟ, ପ୍ରଦୀପ କୁମାର ଅମାତଙ୍କୁ- ସୂଚନା ଓ ଲୋକସଂପର୍କ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ଓ ପାନୀୟ ଜଳ, ନବକିଶୋର ଦାସଙ୍କୁ- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ – ବିଜ୍ଞାନ ଓ କାରିଗରୀ କୈଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ରାଜେନ୍ଦ୍ର ଢୋଲକିଆଙ୍କୁ – ଯୋଜନା ଓ ସଂଯୋଜନା ବିଭାଗର ଦାଇତ୍ୱ ମିଳିଛି।
ରାଷ୍ଟ୍ରମନ୍ତ୍ରୀ – ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ସମୀରରଞ୍ଜନ ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା, ଅଶ୍ୱିନୀ କୁମାର ପାତ୍ର ପର୍ଯ୍ୟଟନ, ଓଡ଼ିଆ ଭାଷା, ସଂସ୍କୃତି ଓ ଅବକାରୀ, ପ୍ରୀତିରଞ୍ଜନ ଘଡ଼େଇ ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ, ଶ୍ରୀକାନ୍ତ ସାହୁ ଶ୍ରମ ଓ ନିଯୁକ୍ତି, ତୁଷାରକାନ୍ତି ବେହେରା ଇଲୋକ୍ଟ୍ରେନିକ୍ସ, ଆଇଟି, କ୍ରୀଡ଼ା ଓ ଯୁବବ୍ୟାପାର, ରୋହିତ ପୂଜାରୀ ଉଚ୍ଚଶିକ୍ଷା, ରୀତା ସାହୁ ହସ୍ତତନ୍ତ ଓ ବୟନ ଶିଳ୍ପ, ବାସନ୍ତୀ ହେମ୍ବ୍ରମ ମହିଳା ଶିଶୁ କଲ୍ୟାଣ ଓ ମିସନ୍ ଶକ୍ତ ବିଭାଗର ଦାୟିତ୍ବ ମିଳିଛି। ତୁଷାରକାନ୍ତି ବେହେରାଙ୍କୁୁ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଦିଆଯାଇଛି।



