ନିରଞ୍ଜନ ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ…

ପ୍ରମୋଦ ନାଏକ (ଭୁବନେଶ୍ୱର): ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ଦ୍ୱନ୍ଦ ନିର୍ବାଚିତ ହେଲେ ନିରଞ୍ଜନ ବିଶି । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେଡି ର ପ୍ରାର୍ଥୀ ହୋଇଥିଲେ ନିରଞ୍ଜନ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ରହିଥିଲା ଶେଷ ତାରିଖ । ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଥିଲା । ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇନଥିଲେ । ଯାହା ଦ୍ୱାରା ନିରଞ୍ଜନ ବିଶି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ରାଜ୍ୟସଭାକୁ ବିନା ଦ୍ୱିଧାରେ ନିରଞ୍ଜନ ନିର୍ବାଚିତ ହୋଇଛନ୍ତି । ରାଜ୍ୟସଭା ରିଟର୍ଣ୍ଣିଂ ଅଫିସର ନିରଞ୍ଜନଙ୍କୁ ଦେଇଛନ୍ତି ସାର୍ଟିଫିକେଟ । ଫଳରେ ଆଜିଠାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଆଗରୁ ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏହି ଗାଁରେ କେବେ ସନ୍ଧ୍ୟା ହୁଏ ନାହିଁ: ସମଗ୍ର ଦେଶରେ ବିପରୀତ, ସୂର୍ଯ୍ୟ ୧ ଘଣ୍ଟା ବିଳମ୍ବରେ ଉଦୟ ହୁଅନ୍ତି...

Tue Jun 7 , 2022
ବାସ୍ତବବ୍ୟୁରୋ:ଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ କେବେ ସନ୍ଧ୍ୟା ହୁଏ ନାହିଁ | ତେଲେଙ୍ଗାନାର ପେଡାପାଲ୍ଲୀ ଜିଲ୍ଲାରେ ଅବସ୍ଥିତ କୋଡୁରୁପାକା ଗାଁ ଏକଦା ନିଜାମ ଶାସକମାନଙ୍କ ପରିଦର୍ଶନ ପାଇଁ ଏକ ବିଶେଷ କ୍ଷେତ୍ର ଭାବରେ ବିବେଚନା କରାଯାଉଥିଲା। ସମ୍ପ୍ରତି, ଏହି ଗାଁ ପୁଣି ଥରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି | ଏହି ଗାଁରେ ସନ୍ଧ୍ୟା ନାହିଁ | ଦିନରାତି ଗଠିତ ୨୪ ଘଣ୍ଟା ମଧ୍ୟରେ, କେବଳ ସକାଳ, […]

You May Like

Pin It on Pinterest