ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ କମିଟିର ଦ୍ୱିତୀୟ ବୈଠକ…

ପ୍ରମୋଦ ନାଏକ(ଭୁବନେଶ୍ୱର):ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ କମିଟିର ଦ୍ୱିତୀୟ ବୈଠକ ବରିଷ୍ଠ ବିଧାୟକ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ସଂପ୍ରଦାୟ ଓ ସମାଜର ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି । ଶିକ୍ଷାର ବିକାଶ ଦ୍ୱାରା ହିଁ ସେମାନଙ୍କୁ ସଂପୂର୍ଣ୍ଣ ରୂପେ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ ବୋଲି ଅଧ୍ୟକ୍ଷ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ସଂପ୍ରଦାୟ ଓ ସମାଜର ପଛୁଆବର୍ଗଙ୍କ ଶିକ୍ଷା, ପାଠ୍ୟପୁସ୍ତକ ଓ ଛାତ୍ରାବାସଗୁଡ଼ିକର ଉନ୍ନତିକରଣ ଉପରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ସମସ୍ତ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଅଧ୍ୟକ୍ଷ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ବିଧାୟକ ଶଙ୍କର ଓରାମ୍‌, ସାଲୁଗା ପ୍ରଧାନ, ପର୍ଶୁରାମ ଧଡ଼ା, ବିଜୟ ଶଙ୍କର ଦାସ, ପୂର୍ଣ୍ଣଚନ୍ଦ୍ର ବାକା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ବିଧାନସଭା ସଚିବ ଦାଶରଥୀ ଶତପଥୀ, ବିଭାଗୀୟ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନିର୍ବାଚନ ପରେବି ନିର୍ବାଚନୀ ହିଂସା ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ...

Wed Jun 8 , 2022
ଗଂଜାମ:୮।୬- ନିର୍ବାଚନ ପରେବି ନିର୍ବାଚନୀ ହିଂସା। ଗଂଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା ।ଗଞ୍ଜାମର ଜାମୁନି ପଞ୍ଚାୟତରେ ଘଟିଛି ଏଭଳି ହିଂସାକାଣ୍ଡ । ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ । ଖବର ଅନୁଯାଇ,ମଙ୍ଗଳବାର ରାତିରେ ଜାମୁନି ପଞ୍ଚାୟତରେ ଯୋଗେଶ ଓ ତାଙ୍କ ସାଙ୍ଗ ନନ୍ଦିକ ଗାଁରୁ ଯାତ୍ରା ଦେଖି ଫେରୁଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ […]

You May Like

Pin It on Pinterest