ସ୍ତ୍ରୀର ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରି ସ୍ୱାମୀ ଗଲେ ଜେଲ୍….

ପ୍ରମୋଦ ନାୟକ(ଭୁବନେଶ୍ୱର): ଅଗ୍ନିଙ୍କୁ ସାକ୍ଷୀରଖି ପତ୍ନୀଙ୍କୁ ସୁରକ୍ଷା ଦେବେ ବୋଲି ପ୍ରତିଜ୍ଞା କରି ବିବାହ କରିଥିଲେ ସରୋଜ କୁମାର ଦାସ। ହେଲେ ନିଶା ଖାଇବାକୁ ଟଙ୍କା ନଦେବାରୁ ସୋଶାଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ଦେଲା ସରୋଜ ।ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ। ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ସରୋଜକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି।

ପୁଲିସର ସୂଚନା ଅନୁସାରେ ସରୋଜର ସ୍ତ୍ରୀ ଘରୋଇ ସହାୟକ ଭାବେ କାମ କରନ୍ତି। ସରୋଜ ଜଣେ ପାଇପ୍ ମିସ୍ତ୍ରୀ। ସେ ଭଦ୍ରକରେ ରହି କାମ କରେ। ସରୋଜ ତା’ର ସବୁ ଟଙ୍କା ନିଶାରେ ଉଡ଼ାଇ ଦିଏ। ମଝିରେ ମଝିରେ ସ୍ତ୍ରୀଙ୍କଠାରୁ ଟଙ୍କା ନିଏ। ଏବେ କିଛି ଦିନ ହେଲା ସରୋଜକୁ ତା ସ୍ତ୍ରୀ ଟଙ୍କା ଦେବା ବନ୍ଦ କରି ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା।

ତେଣୁ ରାଗରେ ସରୋଜ ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଥିଲା। ଜଣେ ପଡ଼ୋଶୀ ସେହି ଫଟୋ ସୋସିଆଲ ମିଡ଼ିଆ ରେ ଦେଖି ସରୋଜର ସ୍ତ୍ରୀଙ୍କୁ ଜଣାଇଥିଲେ। ଏହା ପରେ ସରୋଜସ୍ତ୍ରୀ ସରୋଜ ନାଁ ରେ ଭୁବନେଶ୍ୱର ଡିସିପି ଅଫିସ ଯାଇ ସ୍ୱାମୀ (ସରୋଜ)ଙ୍କ ନାମରେ ଅଭିଯୋଗ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୁବନେଶ୍ଵରରେ ୧୫ ଦିନିଆ ଶିଶୁ ଶ୍ରମିକ ଉଛେଦ ସଚେତନତା କାର୍ଯ୍ୟକ୍ରମ...

Wed Jun 8 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର): ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ମଇ ୨୯ ତାରିଖ ୨୦୨୨ରୁ ଆରମ୍ଭ ହୋଇଥିବା ୧୫ ଦିନିଆ ଶିଶୁଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିଶୁଶ୍ରମ ବିରୋଧରେ ଏକ ପଦଯାତ୍ରା ସ୍ଥାନୀୟ ରାମମନ୍ଦିର ଛକରୁ ମାଷ୍ଟରକାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ପଦଯାତ୍ରାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ, ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି, ବିଶିଷ୍ଟ ସିନେତାରକାଙ୍କ ସହିତ କର୍ମକର୍ତ୍ତା ମଧ୍ୟ ସାମିଲ […]

You May Like

Pin It on Pinterest