ଭୁବନେଶ୍ଵରରେ ୧୫ ଦିନିଆ ଶିଶୁ ଶ୍ରମିକ ଉଛେଦ ସଚେତନତା କାର୍ଯ୍ୟକ୍ରମ…

ପ୍ରମୋଦ ନାୟକ(ଭୁବନେଶ୍ୱର): ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ମଇ ୨୯ ତାରିଖ ୨୦୨୨ରୁ ଆରମ୍ଭ ହୋଇଥିବା ୧୫ ଦିନିଆ ଶିଶୁଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିଶୁଶ୍ରମ ବିରୋଧରେ ଏକ ପଦଯାତ୍ରା ସ୍ଥାନୀୟ ରାମମନ୍ଦିର ଛକରୁ ମାଷ୍ଟରକାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ଯାଇଥିଲା ।

ଏହି ପଦଯାତ୍ରାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ, ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି, ବିଶିଷ୍ଟ ସିନେତାରକାଙ୍କ ସହିତ କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାକୁ ଏକ ଶିଶୁଶ୍ରମମୁକ୍ତ ରାଜ୍ୟ କରିବା ନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଏହା ଅନ୍ତର୍ଗତ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬କୁ କଡ଼ାକଡ଼ି ଭାବରେ ପାଳନ କରିବା ସହ ଶିଶୁଶ୍ରମ ନିରାକରଣ ସଚେତନତା ରଥ, ରାଲି ଏବଂ ଜିଲ୍ଲାସ୍ତରରେ କର୍ମଶାଳାମାନ ଆୟୋଜନ କରାଯାଉଛି ।

ରାମମନ୍ଦିର ଛକରୁ ମାଷ୍ଟରକାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ହୋଇଥିବା ଏହି ପଦଯାତ୍ରାରେ ଶିଶୁ ଶ୍ରମ ଆଇନ ସଂପର୍କିତ ଦଣ୍ଡବିଧାନ ସହ ଶିଶୁଶ୍ରମିକମାନଙ୍କର ଉଦ୍ଧାର ଓ ଥଇଥାନ ସଂପର୍କିତ ସଚେତନତା ପୁସ୍ତିକା ବଣ୍ଟନ କରାଯାଇଥିଲା ।ମାଷ୍ଟରକାଣ୍ଟିନ୍‌ ଛକରେ ଏହି ପଦଯାତ୍ରା ପହଞ୍ଚିବା ପରେ ଶିଶୁଶ୍ରମକୁ ସମାଜରୁ ଉଚ୍ଛେଦ କରି ରାଜ୍ୟକୁ ଏକ ଶିଶୁଶ୍ରମମୁକ୍ତ ରାଜ୍ୟ ଭାବରେ ଗଢ଼ିତୋଳିବା ପାଇଁ ବିଭିନ୍ନ ବିଷୟ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରାଯାଇଥିଲା ।

ଏହାପରେ ପଦଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀ ଏକ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ ଏବଂ ବିଭିନ୍ନ ବାର୍ତ୍ତାକୁ ଲିପିବଦ୍ଧ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମ କମିଶନର ଡ. ଏନ୍‌. ତିରୁମଲା ନାୟକ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ବିଶିଷ୍ଟ ସିନେତାରକା ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ, ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ସେ୍ୱଚ୍ଛାସେବୀ, ସୋଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ପିକକ୍‌, ଏଡ୍‌.ଏଟ୍‌ ଆକ୍ସନ, ଆଇ.ଜେ.ଏମ୍‌, ସୋଆ ରେଡ଼ିଓ ଏବଂ ସି.ଏ.ସି.ଏଲ୍‌ର ପ୍ରତିନିଧିମାନଙ୍କ ସହ ଶ୍ରମ ନିର୍ଦ୍ଦେଶାଳୟର ବରିଷ୍ଠ ପଦାଧିକାରୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଡାନାସୀ କଟକର ୧୩ ନମ୍ବର ସେକ୍ଟରରେ ସରକାର କରିଥିବା ଜମି ଦୁର୍ନୀତିର କେବେ ଦଳିତଙ୍କୁ ମିଳିବ ନ୍ୟାୟ ?

Thu Jun 9 , 2022
ସଞ୍ଜୟ ଶତପଥୀ(କଟକ):କଟକର ଅଭିନବ ବିଡାନାସୀ କଟକର ୧୩ ନମ୍ବର ସେକ୍ଟରରେ ଜମି ଦୁର୍ନୀତିର ନିରପେକ୍ଷ ତଦନ୍ତ କରିବା ଲାଗି ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ତରଫରୁ ଏକ ଦାବୀ ପତ୍ର ମହାସଂଘ ର ରାଜ୍ଯ ପ୍ରଭାରୀ ତଥା କଟକର ଜଣାଶୁଣା ସମାଜସେବୀ ସଞ୍ଜିତ୍ ସାମଲଙ୍କ ନେତୃତ୍ବ ରେ ମହାନିର୍ଦ୍ଦେଶକ, ଦୁର୍ନୀତି ନିବାରଣ ବିଭାଗ ଙ୍କୁ ପ୍ରଦାନ କରାଯାଇଛ। ବିଶ୍ବସ୍ତ ସୂତ୍ର ରୁ ପ୍ରକାଶ ଯେ ଅଭିନବ ବିଡାନାସୀ କଟକର ୧୩ […]

You May Like

Pin It on Pinterest